ନକ୍ସଲ ନିର୍ମାଣ କଲେ ୬୪ ଫୁଟ ଉଚ୍ଚ ସହିଦସ୍ତମ୍ଭ, ୧୨ ହଜାର ଗ୍ରାମବାସୀଙ୍କୁ ନେଇ ପାଳନ କଲେ ସହିଦ ଦିବସ

Advertisment
ନକ୍ସଲ ନିର୍ମାଣ କଲେ ୬୪ ଫୁଟ ଉଚ୍ଚ ସହିଦସ୍ତମ୍ଭ, ୧୨ ହଜାର ଗ୍ରାମବାସୀଙ୍କୁ ନେଇ ପାଳନ କଲେ ସହିଦ ଦିବସ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଏବଂ ସୁକମା ସୀମାନ୍ତ ଗ୍ରାମରେ ଦୀର୍ଘ ଦିନ ପରେ ନକ୍ସଲ ଏକ ବିରାଟ ସଭାର ଆୟୋଜନ କରିଥିଲେ।ମାଓବାଦୀ ସଂଗଠନର ଏହି ଆୟୋଜନ ସହିଦ ସପ୍ତାହ ପାଇଁ କରାଯାଇଥିଲା। ଜୁଲାଇ ୨୮ ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଅଂଚଳରେ ଛୋଟ ବଡ ସଭାର ଆୟୋଜନ କରିବା ପରେ ବିଜାପୁର ଏବଂ ସୁକମା ସୀମାରେ ଏକ ବିରାଟ ସଭାର ଆୟୋଜନ କରାଯାଇଥିଲା, ଯେଉଁଠି ୧୨ ହଜାରରୁ ଅଧିକ ଗ୍ରାମବାସୀ ଯୋଗ ଦେଇଥିଲେ। ଯାହାକି ଏକ ରେକର୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ।

publive-image

ସଭା ସ୍ଥଳରେ ମାଓବାଦୀମାନେ ସଂଗଠନର ସର୍ବୋଚ୍ଚ ନେତା ଆକ୍କି ରାଜୁ ଅରଫ ହରଗୋପାଲଙ୍କ ସ୍ମୃତିରେ ଏକ ୬୪ ଫୁଟର ଉଚ୍ଚ ସହିଦସ୍ତମ୍ଭ ନିର୍ମାଣ କରିଥିଲେ।କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ମାଓବାଦୀମାନଙ୍କ କହିବା ହେଲା ଦୀର୍ଘ ୪୦ ବର୍ଷ ମଧ୍ୟରେ ଦେଶର ସବୁସ୍ଥାନ ଠାରୁ ଏଠାରେ ସବୁଠାରୁ ବଡ ସହିଦସ୍ତମ୍ଭ ନିର୍ମାଣ କରାଯାଇଛି।ସହିଦସ୍ତମ୍ଭରେ ସହିଦ ହୋଇଥିବା ମାଓବାଦୀମାନଙ୍କର ଫଟୋ ଲଗାଯାଇଥିଲା। ସବୁଠାରୁ ଦୁର୍ଗମ ଏବଂ ପୁଲିସ ଠାରୁ ଅପହଞ୍ଚ ଦୁରରେ ଗତ ଦୁଇ ମାସ ପୂର୍ବରୁ ହିଁ ଏହି ସହିଦସ୍ତମ୍ଭ ନିର୍ମାଣ କରାଯାଉଥିଲା। ଅଗଷ୍ଟ ୩ ତାରିଖ ସରିବା ପରେ ମାଓବାଦୀମାନେ ହଜାର ହଜାର ଲୋକଙ୍କୁ ନେଇ ଏକ ବିରାଟ ରାଲିର ଆୟୋଜନ କରିବା ସହ ମାଓବାଦୀ ଜିନ୍ଦାବାଦ, ସହିଦ ମାଓବାଦୀ ଅମର ରହେ ବୋଲି ସ୍ଲୋଗାନ ଦେଇ ଜଂଗଲକୁ ପ୍ରକମ୍ପିତ କରୁଥିଲେ। ପରେ ଶତାଧିକ ମାଓବାଦୀ ଏବଂ ଗ୍ରାମବାସୀ ଏହି ଲମ୍ବ ସହିଦସ୍ତମ୍ଭରେ ଏକତ୍ରିତ ହୋଇ ସଭା କରିଥିଲେ।ବହୁ ସଂଖ୍ୟାରେ ଛତିଶଗଡ ଏବଂ ତେଲେଙ୍ଗାନାର ମାଓବାଦୀମାନେ ଏଠାରେ ଉପସ୍ଥିତ ହୋଇଥିଲେ।

ତେଲେଙ୍ଗାନାରୁ ଆସିଥିବା ସର୍ବୋଚ୍ଚ ନେତାଙ୍କ ଦ୍ବାରା ସହିଦସ୍ତମ୍ଭର ଉଦଘାଟନ କରିବା ସହ ପ୍ରାୟ ୧୦ ଘଣ୍ଟା ଧରି ଏଠାରେ ସହିଦମାନଙ୍କ ଉଦେଶ୍ୟରେ ସ୍ମଡିଚାରଣ କରାଯାଇଥିଲା। ମାଓ ସଂଗଠନର ନାଟ୍ୟ ମଣ୍ଡଳୀ ତରଫରୁ କିପରି ମାଓ ସଂଗଠନ ଲୋକଙ୍କ ପାଇଁ କାମ କରୁଛି ତାହା ନାଚଗୀତ ମାଧ୍ୟମରେ ଲୋକଙ୍କୁ ଅବଗତ କରାଇଥିଲେ। ଏଥିସହ ମୃତ୍ୟୁବରଣ କରିଥିବା ମାଓବାଦୀଙ୍କ ପରିବାରର ଲୋକଙ୍କୁ ଡାକି ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଭାରେ ଉପସ୍ଥିତ ଥିବା ସମସ୍ତ ଉଚ୍ଚପଦାଧିକାରୀ ନେତାମାନେ ମଧ୍ୟ ନିଜନିଜର ଭାଷଣ ରଖିଥିଲେ।

ଏହି ସଭାରେ ଯୋଗ ଦେବା ପାଇଁ ସମସ୍ତ ଗଣମାଧ୍ୟମର ପ୍ରତିନିଧିଙ୍କୁ ନିମନ୍ତ୍ରିତ କରାଯାଇଥିଲା। କିନ୍ତୁ ଗଣମାଧ୍ୟମର କୌଣସି ପ୍ରଶ୍ନର ଉତ୍ତର ମାଓନେତାମାନେ ଦେଇନଥିଲେ।କେବଳ ସହିଦ ସପ୍ତାହ ଉପରେ ହିଁ ନିଜର ମନ୍ତବ୍ୟ ଦେଇ ଗତ ୫୦ ବର୍ଷ ହେଲା ସହିଦ ସପ୍ତାହ ପାଳନ କରାଯାଉଥିବା କହିଥିଲେ।  ଦୀର୍ଘ ଦିନ ପରେ ଏତେ ବଡ ସମ୍ମିଳନୀ କରି ପୁଲିସକ ଏକ ପ୍ରକାର ଚ୍ୟାଲେଞ୍ଜ କରିଛନ୍ତି ମାଓବାଦୀ। ତେବେ ପୁଲିସକୁ ଏବଂ ସରକାରଙ୍କୁ ଦେଖାଇବା ପାଇଁ ଏତେ ବଡ କାର୍ଯ୍ୟକ୍ରମର ଆୟୋଜନ କରି ନକ୍ସଲ ନିଜର ପରାକ୍ରମ ଦେଖାଇଛନ୍ତି। ତେବେ ଛତିଶଗଡରେ ମାଓବାଦୀଙ୍କ ଏତେ ବଡ ସଂଗଠନ ରହିଥିବାରୁ ରାଜ୍ୟ ଏବଂ କେନ୍ଦ୍ର ସରକାର ଏହାକୁ ନେଇ କଣ ରଣନୀତି କରୁଛନ୍ତି ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe