୬୪ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦୀ କଥାଗୁଡୁମ ଜିଲ୍ଲା ପୁଲିସ ନିକଟରେ ୬୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନକ୍ସଲମାନେ ଆତ୍ମସମର୍ପଣ କରିଛନ୍ତି...

64 Maoists surrender

64 Maoists surrender Photograph: (sambad.in)

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦୀ କଥାଗୁଡୁମ ଜିଲ୍ଲା ପୁଲିସ ନିକଟରେ ୬୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆଇଜି ଚନ୍ଦ୍ରଶେଖର ରେଡ୍ଡୀ,ଏସପି ରୋହିତ ରାଜ ଏବଂ ସିଆରପିଏଫ ବାଟାଲିୟନର ଅଧିକାରୀଙ୍କ ସମ୍ମୁଖରେ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ୬୪ ଜଣ ମାଓବାଦୀ ଛତିଶଗଡର ବିଜାପୁର ଏବଂ ସୁକମା ଜିଲ୍ଲାର ବିଭିନ୍ନ ସଂଗଠନର ବୋଲି ଜଣାପଡିଛି।

ଏମାନଙ୍କ ମଧ୍ୟରେ ୧୬ ଜଣ ମହିଳା ମାଓବାଦୀ ମଧ୍ୟ ରହିଛନ୍ତି। ତେଲେଙ୍ଗାନାରେ ଆଦିବାସୀମାନଙ୍କ ବିକାଶ ତଥା କଲ୍ୟାଣ ପାଇଁ ଚାଲିଥିବା କାର୍ଯ୍ୟକ୍ରମ ତଥା “ଅପରେସନ୍ ଚାୟୁଥା” କାର୍ଯ୍ୟକ୍ରମ ମାଧ୍ୟମରେ ଆତ୍ମସମର୍ପଣ କରିଥିବା ମାଓବାଦୀ ସଦସ୍ୟଙ୍କୁ ରାଜ୍ୟ ସରକାର ପ୍ରଦାନ କରୁଥିବା ସୁବିଧା ବିଷୟରେ ଭଦ୍ରାଦି କୋଥାଗୁଡେମ୍ ଜିଲ୍ଲା ପୁଲିସର ଅଧିକାରୀମାନେ ବୁଝାଇଥିଲେ।

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ ଡିଭିସିଏମ ଜଣେ,ଏସିଏମ ୩ ଜଣ,ପାର୍ଟି ମେମ୍ବର ୧୪ ଜଣ,ପିସିସିଏମ ଦୁଇ ଜଣ ଏବଂ ମିସିଲିଆ ସଦସ୍ୟ ୪୪ ଜଣ ବୋଲି ଜଣାପଡିଛି।

ଚଳିତ ବର୍ଷ ତେଲେଙ୍ଗାନା ପୁଲିସ ନିକଟରେ ୧୨୨ ଜଣ ମାଓବାଦୀ ଆତ୍ମସମର୍ପଣ କରିସାରିଲେଣି। ଆତ୍ମସମର୍ପଣ କଲେ ସେମାନଙ୍କ ନାମରେ ଥିବା ପୁରସ୍କାରକୁ ସେମାନଙ୍କୁ ତୁରନ୍ତ ପ୍ରଦାନ କରାଯିବ ବୋଲି ତେଲେଙ୍ଗାନା ସରକାର ପ୍ରତିଶ୍ରୁତି ଦେବା ପରେ ନକ୍ସଲମାନେ ଆତ୍ମସମର୍ପଣ କରୁଥିବା କୁହାଯାଇଛି।

ଅଧିକ ପଢ଼ନ୍ତୁ: ଜନ ପୋଷଣ କେନ୍ଦ୍ର ଆରମ୍ଭ କରିବେ ଓଡ଼ିଶା ସରକାର: ମିଳିବ ସବସିଡିଯୁକ୍ତ ଅତ୍ୟାବଶ୍ୟକ ସାମଗ୍ରୀ

ଲଗାତାର ଅପରେସନ ଯୋଗୁ ନକ୍ସଲମାନେ ଏବେ ଆତଙ୍କିତ ହୋଇପଡିଛନ୍ତି। ଆତ୍ମସମର୍ପଣ କରି ନିଜର ଜୀବନକୁ ବଞ୍ଚାଇବା ସହ ସରକାରଙ୍କର ସୁବିଧା ସୁଯୋଗ ଲାଭ କରିବା ଏବଂ ଶାନ୍ତିପୂର୍ଣ୍ଣ ଜୀବନ ବିତାଇବାକୁ ଏବେ ନକ୍ସଲ ସଂଗଠନ ଛାଡିଲେଣି ବୋଲି କୁହାଯାଇଛି। ବନ୍ଧୁକ ମୂନରେ କେବେ ମଧ୍ୟ ବିକାଶ ସମ୍ଭବ ନୁହେଁ ବୋଲି କୁହାଯାଇଛି।

ତେଣୁ ଏବେ ବି ସମୟ ଅଛି ଆତ୍ମସମର୍ପଣ କରି ବାକି ଜୀବନ ସୁଖରେ କଟାନ୍ତୁ ବୋଲି ପୁଲିସ କହିଛି। ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସମସ୍ତଙ୍କୁ ଆତ୍ମନିର୍ଭରଶୀଳ କରାଯିବ ବୋଲି ପୁଲିସ କହିଛି।

ଅଧିକ ପଢ଼ନ୍ତୁ: ଏହିପରି ହୋଲି ଖେଳିଲେ ସପନା ଚୌଧୁରୀ କହିଲେ, ରଙ୍ଗକୁ ଭୟ କରନାହିଁ... ରଙ୍ଗ ବଦଳାଉଥିବା ଲୋକଙ୍କୁ ଭୟ କର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe