AAMC
ଭୁବନେଶ୍ବର : ଗତ କିଛି ଦିନ ହେଲା ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି। ସେମାନଙ୍କ ମଧ୍ୟରେ କିଛି ରୋଗୀ ଗୁରୁତର ଥିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଭୁବନେଶ୍ବରର ସମ୍ ଓ କିମ୍ସ୍ କୋଭିଡ୍ ହସ୍ପିଟାଲ୍ରେ ଆଇସିୟୁ ଶଯ୍ୟା ଭର୍ତ୍ତି ହୋଇଯାଇଥିବା ଜଣାପଡ଼ିବା ପରେ ଆଗକୁ ରାଜଧାନୀରେ ଗୁରୁତର ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ ବୋଲି ଆଶଙ୍କା ଦେଖାଦେଇଛି। ଏହି ପ୍ରସଙ୍ଗରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଆଜି ଟ୍ବିଟ୍ କରି ଆଇସିୟୁ ଶଯ୍ୟା ସମ୍ପର୍କରେ ସ୍ପଷ୍ଟ କରିଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଏବେ ଏବେ ୩୬% ଆଇସିୟୁ ଶଯ୍ୟା ପୂର୍ଣ୍ଣ ହୋଇଛି। ଆହୁରି ୬୪% ଶଯ୍ୟା ଖାଲି ଅଛି। ଭୁବନେଶ୍ବର-କଟକ ପାଇଁ ଅଶ୍ବିନୀ ହସ୍ପିଟାଲ୍ରେ ଆଇସିୟୁ ବେଡ୍ ଉପଲବ୍ଧ।
ସୂଚନାଯୋଗ୍ୟ ଯେ ରାଜ୍ୟରେ ଏବେ ୩୫ଟି କୋଭିଡ୍ ହସ୍ପିଟାଲ୍େର ୫୫୭୭ ଶଯ୍ୟା ରହିଛି। ଏଥିରେ ସମୁଦାୟ ୩୧୨ଟି ଆଇସିୟୁ ଶଯ୍ୟା ରହିଛି।
Follow Us