ଡିଜିସିଏ ଟିମ୍ ଚିହ୍ନଟ କରିଥିବା ୬୫ ସମସ୍ୟା  ସମାଧାନ ନିର୍ଦ୍ଦେଶ

Advertisment

ଜୟପୁର ବିମାନ ବନ୍ଦରରୁ ବିମାନ ଉଡିବା ପ୍ରସଙ୍ଗ

ଜୟପୁର ବିମାନ ବନ୍ଦରରୁ ବିମାନ ଉଡିବା ପ୍ରସଙ୍ଗ

ଡିଜିସିଏ ଟିମ୍ ଚିହ୍ନଟ କରିଥିବା ୬୫ ସମସ୍ୟା  ସମାଧାନ ନିର୍ଦ୍ଦେଶ

ଜୟପୁର: ଗତ ୨୧ ଓ ୨୨ତାରିଖ ଦିନ ଡିଜିସିଏ (ଡାଇରେକ୍ଟରଟ୍ ଅଫ୍ ସିଭିଲ୍ ଏଭିଏସନ୍ ) ପକ୍ଷରୁ ଜୟପୁର ବିମାନ ବନ୍ଦରରୁ ବିମାନ ଉଡିବା ଲାଇସେନସ୍ ଦେବା ପୂର୍ବରୁ ୬୫ଟି ସମସ୍ୟା ଚିହ୍ନଟ କରିଥିଲେ। ଏହି ୬୫ଟିର କାମ ଏବେ ଯୁଦ୍ଧକାଳୀନ ଭିତ୍ତିରେ ବିମାନବନ୍ଦରରେ ଚାଳିଛି। ଏହାର ତଦାରଖ ଜିଲ୍ଲାପାଳ ଆବ୍ଦଲ ମହମ୍ମଦ ଆଖତର କରିଥିଲେ। ସେ ରନୱେ, ଟର୍ମିନାଲ ଟାୱାର ଆଦି ବୁଲି ଦେଖିବା ସହ କାମ ଗୁଡିକର ସମୀକ୍ଷା କରିଥିଲେ।

ଡିଜିସିଏ୍ ଟିମ୍ ଚିହ୍ନଟ କରିଥିବା ଏହି କାମଗୁଡ଼ିକ ଯୁଦ୍ଧକାଳୀନ ଭିତ୍ତିରେ ସାରିବା ସହ ତୁରନ୍ତ ଡିଜିସିଏ୍ ନିକଟରେ କାମ ସାରିଥିବା ରିପୋର୍ଟ ଦାଖଲ କରିବାକୁ ପୂର୍ତ୍ତବିଭାଗକୁ ନିର୍ଦେଶ ଦେଇଥିଲେ। ବି କାଟେଗରୀର ଲାଇସେନ୍ ପାଇଁ ଡିଜିସିଏ ନିକଟରେ ଆବେଦନ ସରିବା ସହ ଏଠାରୁ ବିମାନ ଚଳାଇବା ପାଇଁ ୱାନ୍ ଇଣ୍ଡିଆ ଏୟାର ବିଡ୍ ପାଇବା ସହ ବିମାନ ବି ଆଣି ସାରିଛି। ଜୁନ ପ୍ରଥମ ସପ୍ତାହରେ ବିମାନ ଏଠାରୁ ଚଳାଚଳ କରିବ ବୋଲି କେନ୍ଦ୍ର ବେସାମରିକ ବିଭାଗର ଯୁଗ୍ମ ସଚିବ ତଥା ଜିଲ୍ଲାର କେନ୍ଦ୍ର ଅକ୍ଷାଂକା ଅଧିକାରୀ ଉଷା ପାଢ଼ୀ ଏକ ପ୍ରକାରର ଘୋଷଣା କରିଥିଲେ। ତେବେ ଦିନକୁ ଦିନ ଏହାର ପଦ୍ମ ଘୁଛିଂ ଘୁଛିଂ ଯାଉଥିବା ବେଳେ କେବେ ଏଠାରୁ ଉଡ଼ାନ ଯୋଜନାର ବିମାନ ଉଡିବ ତାହାକୁ ନେଇ  ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଜିଲ୍ଲାପାଳଙ୍କ ତଦାରଖ ସମୟରେ ଉପଜିଲ୍ଲାପାଳ ବେଦବର ପ୍ରଧାନ,  ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ.ଭାସ୍କର ଚନ୍ଦ୍ର ସାମନ୍ତରାୟ, ନିର୍ବାହୀ ଯନ୍ତ୍ରୀ ସୋମନାଥ ତ୍ରିପାଠୀ, କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ପ୍ରଧାନ, ତହସିଲଦାର ଟୁଲିଆମ୍ମା ପ୍ରଧାନ, ଅତିରିକ୍ତ ତହସିଲଦାର ଅଶ୍ବିନୀ କୁମାର ମହାପାତ୍ର, ଇଲୋକ୍ଟ୍ରିକାଲ ସହକାରୀ ନିର୍ବାହୀ ଯନ୍ତ୍ରୀ ନିରାକର ରାଉତ, ଟର୍ମିନାଲ ପ୍ରବନ୍ଧକ ଉପେନ୍ଦ୍ର କୁମାର ମିଶ୍ର, ନିରାପତ୍ତା ପ୍ରବନ୍ଧକ ସୀମାଂଚଳ ସାହୁ, ଆରଆଇ ବିମଳ କୁମାର ଦୁଖୀ  ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe