ଆତ୍ମସମର୍ପଣ କଲେ ୬୬ ନକ୍ସଲ: ଅସ୍ତ୍ର ଛାଡ଼ିଲେ ବିକେଶଙ୍କ ସମେତ ଓଡ଼ିଶାର ୬ ନକ୍ସଲ

Advertisment

ଛତିଶଗଡ଼ ପୁଲିସକୁ ମାଓ ଦମନରେ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଛତିଶଗଡ଼ର ୫ଟି ଜିଲ୍ଲା ପୁଲିସ ନିକଟରେ ୬୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ରହିଛନ୍ତି କେକେବିଏନ୍‌....

ଛତିଶଗଡ଼ ପୁଲିସକୁ ମାଓ ଦମନରେ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଛତିଶଗଡ଼ର ୫ଟି ଜିଲ୍ଲା ପୁଲିସ ନିକଟରେ ୬୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ରହିଛନ୍ତି କେକେବିଏନ୍‌....

dgddgvcvcv

ଜୟପୁର/ମାଲକାନଗିରି: ଛତିଶଗଡ଼ ପୁଲିସକୁ ମାଓ ଦମନରେ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଛତିଶଗଡ଼ର ୫ଟି ଜିଲ୍ଲା ପୁଲିସ ନିକଟରେ ୬୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ରହିଛନ୍ତି କେକେବିଏନ୍‌ (କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼) ଏରିଆ ମୁଖ୍ୟ ରାମନ୍ନା ଇରପା ଓରଫ୍ ବିକେଶ। ବିକେଶଙ୍କ ସମେତ ଓଡ଼ିଶାରେ କାର୍ଯ୍ୟ କରୁଥିବା ୬ ହାର୍ଡକୋର୍ ନକ୍ସଲ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଦମ୍ପତି ଥିବା ବେଳେ ଓଡ଼ିଶା ଓ ଛତିଶଗଡ଼ ସରକାର ଏମାନଙ୍କ ନାମରେ ୮୯ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ।

ବିକେଶ ମାଓବାଦୀଙ୍କ ଅଷ୍ଟମ କମ୍ପାନିର କମାଣ୍ଡର ଥିବା ବେଳେ ଗତ ୩ ବର୍ଷ ଧରି କେକେବିଏନ୍‌ ଡିଭିଜନ୍‌ର ନେତୃତ୍ବ ନେଉଥିଲା। ଓଡ଼ିଶା ରାଜ୍ୟ କମିଟିର ସଦସ୍ୟ ଥିବା ବିକେଶ ନାମରେ ଓଡ଼ିଶାରେ ୧୦ ଲକ୍ଷ ଓ ଛତିଶଗଡ଼ରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। କନ୍ଧମାଳ ପୁଲିସର ଘନଘନ କମ୍ବିଂ ଅପରେସନ୍‌ ପରେ ବିକେଶ ନିଜ ଜନ୍ମସ୍ଥାନ ଛତିଶଗଡ଼ର ବିଜାପୁରକୁ ଯାଇ ଆତ୍ମସର୍ମପଣ କରିଥିଲା। ଆତ୍ମସମର୍ପଣ କରିଥିବା ଅନ୍ୟ ୬ ମାଓବାଦୀଙ୍କ ମଧ୍ୟରେ ବିକେଶର ପତ୍ନୀ ରାମେ କମଳୁ ଓରଫ୍ ପ୍ରମିଳା ରହିଛନ୍ତି। ପ୍ରମିଳା କେକେବିଏନ୍‌ ଡିଭିଜନରେ କାମ କରୁଥିବା ବେଳେ ତାଙ୍କ ନାମରେ ୮ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। 

ଅସ୍ତ୍ର ଛାଡ଼ିଲେ ବିକେଶଙ୍କ ସମେତ ଓଡ଼ିଶାର ୬ ନକ୍ସଲ
ଓଡ଼ିଶା, ଛତିଶଗଡ଼ରେ ଥିଲା ୮୯ ଲକ୍ଷର ପୁରସ୍କାର
ରାୟଗଡ଼ା, କନ୍ଧମାଳ, କଳାହାଣ୍ଡିରେ ଥିଲେ ସକ୍ରିୟ

ସେହିପରି ବିଜିଏନ୍‌ ଡିଭିଜନର ଏରିଆ କମିଟି ସଦସ୍ୟ ହୁଙ୍ଗା ମାଡକମ ଓରଫ୍ ମଇନୁ (ପୁରସ୍କାର ରାଶି ୫ ଲକ୍ଷ), ତାଙ୍କ ପତ୍ନୀ ପାରୋ ସିକକା ଓରଫ୍ ଶାନ୍ତି (ପୁରସ୍କାର ରାଶି ୫ ଲକ୍ଷ), ଲାକସେ ପଡ଼ିଆମୀ ଓରଫ୍ ଆଶା (ପୁରସ୍କାର ରାଶି ୫ଲକ୍ଷ), ଡୁକାରୁ ଲେକାମ ଓରଫ ଦୋରା (ପୁରସ୍କାର ରାଶି ୫ ଲକ୍ଷ), ଯୋଗୀ ପଡ଼ିଆମୀ ଓରଫ୍ ରାଇମତି (ପୁରସ୍କାର ରାଶି ୫ ଲକ୍ଷ) ବିଜାପୁର ପୁଲିସ୍‌ ନିକଟରେ ଆତ୍ମସର୍ମପଣ କରିଛନ୍ତି। ପାରୋ ସିକକାର ଘର ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁରରେ ହୋଇଥିବା ବେଳେ ସେ ହୁଙ୍ଗା ମାଡ଼କାମୀକୁ ବିବାହ କରିଛି। ଏହି ସମସ୍ତ ମାଓବାଦୀ ଗତ ୫ ବର୍ଷରେ କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି ଜିଲ୍ଲାରେ ଘଟିଥିବା ବିଭିନ୍ନ ହିଂସାକାଣ୍ଡରେ ଜଡ଼ିତ ଥିଲେ। ଓଡ଼ିଶା ପୁଲିସର କଡ଼ା କାର୍ଯ୍ୟାନୁଷ୍ଠାନ ଯୋଗୁଁ ସମସ୍ତ କ୍ୟାଡର୍‌ ହତାଶ ହୋଇ ଆତ୍ମସର୍ମପଣ କରିବାକୁ ଚାହୁଥିବା ବିକେଶ କହିଛନ୍ତି। ସେହିପରି ବିଜାପୁର ଜିଲ୍ଲା ପୁଲିସ ନିକଟରେ ୨୫ ଜଣ, ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ୮ ଜଣ, ସୁକମା ଜିଲ୍ଲା ପୁଲିସ ନିକଟରେ ୫ ଜଣ, ଦନ୍ତେଵାଡ଼ା ଜିଲ୍ଲା ପୁଲିସ ନିକଟରେ ୧୫ ଜଣ ଏବଂ କାଙ୍କେର ଜିଲ୍ଲା ପୁଲିସ ନିକଟରେ ୧୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମୁଣ୍ଡ ଉପରେ ସରକାର ୮୯ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe