ବରଗଡ଼ରେ ୬୬୨ କଲେଜ ସଂଘର ପଶ୍ଚିମ ଓଡ଼ିଶାସ୍ତରୀୟ ସମାବେଶ

Advertisment
ବରଗଡ଼ରେ ୬୬୨ କଲେଜ ସଂଘର ପଶ୍ଚିମ ଓଡ଼ିଶାସ୍ତରୀୟ ସମାବେଶ

ବରଗଡ଼: ୬୬୨ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ପଶ୍ଚିମ ଓଡ଼ିଶାସ୍ତରୀୟ ଅଧ୍ୟକ୍ଷ ସମାବେଶ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଏହାର ଉଦ୍‌ଘାଟନ କରିଥିଲେ। ବରଗଡ଼ ଜିଲ୍ଲା ସଭାପତି ଅଶୋକ ବେହେରାଙ୍କ ପୌରହିତ୍ୟ ଓ ସଂପାଦକ ସୁଶାନ୍ତ  ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ  ସଭାର ଦ୍ୱିତୀୟ ପର୍ଯ୍ୟାୟରେ ସାଂଗଠନିକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ଆବାହକ ତଥା ସଭାପତି ଗୋଳକ ନାୟକ, ଯୁକ୍ତ ତିନି ରାଜ୍ୟ ସଂପାଦକ ଗଗନ ବେଉରା, ଯୁକ୍ତ ଦୁଇ ରାଜ୍ୟ ସମ୍ପାଦକ ସତାପ ଉଦ୍ଦିନ ଅହମଦ, ସଂଯୋଜକ ଅଶୋକ ପୁରୋହିତ ଯୋଗ ଦେଇଥିଲେ। ରାଜ୍ୟ କ୍ୟାବିନେଟ ମୋହର ମାରି ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଦରମାବୃଦ୍ଧି କରିଛନ୍ତି । ମାତ୍ର ସମାନ କାମ କରୁଥିବା କେତେକ ଅଧ୍ୟାପକ କର୍ମଚାରୀ ଏଥିରେ ଉପକୃତ ହେଉଥିବା ବେଳେ ଆଉ  ଅଧ୍ୟାପକ କର୍ମଚାରୀ ଏଥିରୁ ବାଦ୍‌ ପଡ଼ିଛନ୍ତି।

୪୬୦୦ ଗ୍ରେଡ ପେ' ପାଉଥିବା ୬୬୨ ବର୍ଗର ଅଧ୍ୟାପକମାନେ ୪୨୦୦ଗ୍ରେଡ ପେ' ପାଉଥିବା ୪୮୮ ବର୍ଗର ଅଣ ଶିକ୍ଷକଙ୍କ ଠାରୁ ମଧ୍ୟ କମ ଦରମା ପାଉଛନ୍ତି। ଯଦ୍ବାରା ରାଜ୍ୟବ୍ୟାପୀ ଏକ ବି‌ଭେଦ ସୃଷ୍ଟି ହୋଇଛି। ସମାନ ଗ୍ରେଡ ପେ'କୁ ସମାନ ଦରମା, ଚାକିରି ସର୍ତାବଳୀ ଓ ପେନସନ ଦାବି, ୨୦୧୮ ଜିଓରେ ଦରମା ପାଉଥିବା କର୍ମଚାରୀଙ୍କୁ ସପ୍ତମ ବେତନ କମିସନ ହାରରେ ଦରମା ଆଦି ଦାବି ହୋଇଛି। ଦାବି ପୂରଣ ନ ହେଲେ ତୀବ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି। ଛବିଳ ବଗର୍ତି,  ପ୍ରତାପ ଦାଶ, ରୁଦ୍ର ସାହୁ,  କଳ୍ପନା ଦାଶ, ମାନରଂଜନ ତ୍ରିପାଠି,  ସନ୍ତୋଷ ପଟେଲ,  ବିଜୟ ଶତପଥୀ, ପୂର୍ଣ୍ଣଚନ୍ଦ୍ର ରାଉତ ଆଲୋଚନାରେ ଭାଗ ନେଇଥିଲେ। ସହସଂପାଦକ ଜଗଦିଶ ଦେବତା ଅତିଥି ପରିଚୟ, ଉପସଭାପତି ଗୋପାଳକୃଷ୍ଣ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe