ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ସାତ ବର୍ଷ ହେଲା ବଂଶୀଧରଙ୍କ ସଂଘର୍ଷ ଜାରି

Advertisment

ଥିଲାବାଲା ସରକାରୀ ଯୋଜନାକୁ କଳେ ବଳେ କୌଶଳରେ ହାତେଇ ନେଉଥିବା ବେଳେ ଗରିବ ଅସହାୟ ଯୋଗ୍ୟ ବ୍ୟକ୍ତି ସରକାରୀ ଯୋଜନାରୁ ବଞ୍ଚିତ ହୋଇ ସଂଘର୍ଷ ପୂର୍ଣ୍ଣ ଜୀବନଯାପନ କରିବା ଦୃଶ୍ୟ ଦେଖୀବାକୁ ମିଳୁଛି କନ୍ଧମାଳ ଜିଲ୍ଲାରେ।

ଥିଲାବାଲା ସରକାରୀ ଯୋଜନାକୁ କଳେ ବଳେ କୌଶଳରେ ହାତେଇ ନେଉଥିବା ବେଳେ ଗରିବ ଅସହାୟ ଯୋଗ୍ୟ ବ୍ୟକ୍ତି ସରକାରୀ ଯୋଜନାରୁ ବଞ୍ଚିତ ହୋଇ ସଂଘର୍ଷ ପୂର୍ଣ୍ଣ ଜୀବନଯାପନ କରିବା ଦୃଶ୍ୟ ଦେଖୀବାକୁ ମିଳୁଛି କନ୍ଧମାଳ ଜିଲ୍ଲାରେ।

Old man

Old man Photograph: (Sambad.in )

ଘୁ.ଉଦୟଗିରି: ଥିଲାବାଲା ସରକାରୀ ଯୋଜନାକୁ କଳେ ବଳେ କୌଶଳରେ ହାତେଇ ନେଉଥିବା ବେଳେ ଗରିବ ଅସହାୟ ଯୋଗ୍ୟ ବ୍ୟକ୍ତି ସରକାରୀ ଯୋଜନାରୁ ବଞ୍ଚିତ ହୋଇ ସଂଘର୍ଷ ପୂର୍ଣ୍ଣ ଜୀବନଯାପନ କରିବା ଦୃଶ୍ୟ ଦେଖୀବାକୁ ମିଳୁଛି କନ୍ଧମାଳ ଜିଲ୍ଲାରେ। ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କ ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ଗ୍ରାମରେ। ଏଠାରେ ଅସହାୟ ବୃଦ୍ଧ  ବଂଶୀଧର ଦିଗାଲ (୬୭)ଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନି। ଭତ୍ତା ପାଇଁ ୱାର୍ଡ଼ ମେମ୍ବରଙ୍କ ଠାରୁ ଆରମ୍ଭ କରି ସରପଞ୍ଚ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ବ୍ଲକ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ସୁଫଳ ମିଳିଲା ନାହିଁ।

ସରକାର ୬୦ବର୍ଷରୁ ଊର୍ଦ୍ଧ୍ୱ ବୃଦ୍ଧ ବୃଦ୍ଧାଙ୍କ ପାଇଁ ମଧୁବାବୁ ପେନ୍‌ସନ୍‌ର ବ୍ୟବସ୍ଥା କରିଥିବା ବେଳେ ତାହା ବଂଶୀଧର ଦିଗାଲ ଭତ୍ତା ଟଙ୍କା ପାଇବାରେ ବଞ୍ଚିତ ଅଛନ୍ତି। ତେଣୁ ତୁରନ୍ତ ତାଙ୍କୁ ଭତ୍ତା ଟଙ୍କା ଯୋଗାଇ ଦେବାକୁ ବଂଶୀଧର ଦିଗାଲ କୋହଭରା କଣ୍ଠରେ  କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe