ଚଳିତ ବର୍ଷ ଜାନୁଆରିରୁ ସେପ୍ଟେମ୍ବର ମଧ୍ୟରେ ଓଡ଼ିଶାରେ ଘଟିଛି ୬୭୦୬ ସଡ଼କ ଦୁର୍ଘଟଣା 

Advertisment
ଚଳିତ ବର୍ଷ ଜାନୁଆରିରୁ ସେପ୍ଟେମ୍ବର ମଧ୍ୟରେ ଓଡ଼ିଶାରେ ଘଟିଛି ୬୭୦୬ ସଡ଼କ ଦୁର୍ଘଟଣା 

ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରିରୁ ସେପ୍ଟେମ୍ବର ଏହି ନଅ ମାସ ମଧ୍ୟରେ ଓଡ଼ିଶାରେ ସମୁଦାୟ ୬୭୦୬ଟି ସଡ଼କ ଦୁର୍ଘଟଣା ଘଟିଥିବା କଥା ‘ସୁପ୍ରିମକୋର୍ଟ କମିଟି ଅନ୍ ରୋଡ୍ ସେଫ୍ଟି’ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏହିସବୁ ସଡ଼କ ଦୁର୍ଘଟଣାରେ ୩୧୯୭ ଜଣ ପ୍ରାଣ ହରାଇଥିବା ବେଳେ ୬୨୦୭ ଜଣ ଆହତ ହୋଇଛନ୍ତି। ଓଡ଼ିଶା ସରକାରଙ୍କୁ ଉପରୋକ୍ତ କମିଟି ଦେଇଥିବା ରିପୋର୍ଟରୁ ଏହି ତଥ୍ୟ ଜଣାପଡ଼ିଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୦୯ ଜାନୁଆରିରୁ ୨୦୦୯ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ଘଟିଥିବା ସଡ଼କ ଦୁର୍ଘଟଣା ତୁଳନାରେ ଚଳିତ ବର୍ଷର ଏହି ସମୟ ସୀମା ମଧ୍ୟରେ ଘଟିଥିବା ସଡ଼କ ଦୁର୍ଘଟଣା କେତେକାଂଶରେ ହ୍ରାସ ପାଇଛି ବୋଲି ‘ସୁପ୍ରିମକୋର୍ଟ କମିଟି ଅନ୍ ରୋଡ୍ ସେଫ୍ଟି’ ତଥ୍ୟରେ ଉଲ୍ଲେଖ ଅଛି।

publive-image Image Courtesy of Hindustan Times

୨୦୧୯ ଜାନୁଆରିରୁ ୨୦୧୯ ସେପ୍ଟେମ୍ବର ସୁଦ୍ଧା ଓଡ଼ିଶାରେ ମୋଟ ୮୨୦୩ ସଡ଼କ ଦୁର୍ଘଟଣା ହୋଇଥିଲା। ସେଥିରେ ୪୧୧୫ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ୮୨୬୮ ଜଣ ଆହତ ହୋଇଥିଲେ।

ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଏହି ସମୟ ସୀମା ମଧ୍ୟରେ ଓଡ଼ିଶାରେ ୧୪୯୭ଟି କମ୍ ସଡ଼କ ଦୁର୍ଘଟଣା ଘଟିଛି। ମୃତ୍ୟୁସଂଖ୍ୟା ୯୧୮ ଏବଂ ଆହତସଂଖ୍ୟା ମଧ୍ୟ ୨୦୬୧ କମିଛି।
ଉଲ୍ଲେଖଯୋଗ୍ୟ, ରାଜ୍ୟମାନଙ୍କରେ ଘଟୁଥିବା ସଡ଼କ ଦୁର୍ଘଟଣା ସମ୍ପର୍କରେ ‘ସୁପ୍ରିମକୋର୍ଟ କମିଟି ଅନ୍ ରୋଡ୍ ସେଫ୍ଟି’ରୁ ମିଳିଥିବା ତଥ୍ୟ ଅନୁସାରେ, ୨୦୨୦ର ପ୍ରଥମ ନଅ ମାସରେ ଦେଶରେ ସଡ଼କ ଦୁର୍ଘଟଣାରେ ସମୁଦାୟ ୧.୧୪ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ୨୦୧୯ର ପ୍ରଥମ ନଅ ମାସରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ଥିଲା ୮୯,୫୦୦।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe