୬୮ ଗ୍ରାମ ବ୍ରାଉନ୍‌ସୁଗାର ସହ ୫ କେଜି ଗଞ୍ଜେଇ ଜବତ

Advertisment

ମହିଳା ଓ ଯୁବକ ଗିରଫ

ମହିଳା ଓ ଯୁବକ ଗିରଫ

୬୮ ଗ୍ରାମ ବ୍ରାଉନ୍‌ସୁଗାର ସହ ୫ କେଜି ଗଞ୍ଜେଇ ଜବତ

ଢେଙ୍କାନାଳ: ଅବକାରୀ ବିଭାଗ ପକ୍ଷରୁ ଆଜି ଦୁଇଟି ସ୍ଥାନରେ ଚଢ଼ଉ କରାଯାଇ ୫ କେଜି ଗଞ୍ଜେଇ ଏବଂ ୬୮ ଗ୍ରାମର ବ୍ରାଉନ୍‌ଗାର ଜବତ କରାଯାଇଛି। ଏହି ଘଟଣାରେ ବ୍ରାଉନ୍‌ସୁଗାର ବିକ୍ରି କରୁଥିବା ଜଣେ ମହିଳା ଏବଂ ଗଞ୍ଜେଇ ନେଇ ଯାଉଥିବା ଜଣେ ଯୁବକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, ସହରର ଲକ୍ଷ୍ମୀବଜାର ଅଞ୍ଚଳର ବିଜୟ କୁମାର ସ୍ବାଇଁଙ୍କ ସ୍ତ୍ରୀ ଶାନ୍ତିଲତା ସ୍ବାଇଁ(୫୮) ନିଜ ଘରେ ବ୍ରାଉନ୍‌ସୁଗାର ବିକ୍ରି କରୁଥିବା ଖବର ପାଇ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ଣରେ ସେଠାରେ ଚଢ଼ଉ କରାଯାଇଥିଲା। ଅବକାରୀ ଅଧିକାରୀ ଏବଂ କର୍ମଚାରୀମାନେ ଶ୍ରୀମତୀ ସ୍ବାଇଁଙ୍କଠାରୁ ୬୮ ଗ୍ରାମର ବ୍ରାଉନ୍‌ସୁଗାର ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ।

ସେହିପରି ସଦର ବ୍ଲକ୍‌ ଶଙ୍କରପୁର ଗ୍ରାମର ଦିଲୀପ କୁମାର ସେନାପତି (୩୮) ଆଜି ଏକ ସ୍କୁଟିରେ ଗଞ୍ଜେଇ ଧରି ସହରକୁ ବିକ୍ରି ପାଇଁ ଆସୁଥିଲେ। ଖବରପାଇ ଅବକାରୀ କର୍ମଚାରୀମାନେ ମହିଷାପାଟ ରାସ୍ତାର ମଂଟଫୋର୍ଟ ସ୍କୁଲ୍‌ଠାରେ ଜଗିରହି ସେଠାରେ ତାଙ୍କୁ ଅଟକାଇଥିଲେ। ଦିଲୀପଙ୍କଠାରୁ ୫ କେଜି ଗଞ୍ଜେଇ ବାହାରିଥିଲା। ଗଞ୍ଜେଇ ସହ ସ୍କୁଟିକୁ ଜବତ କରି ତାଙ୍କୁ ଗିରଫ କରାଯାଇଥିଲା। ଡିଏସ୍‌ପି ସୀତାରାଣୀ ପଟ୍ଟାୟତଙ୍କ ତତ୍ତ୍ବାବଧାନରେ ଅବକାରୀ ଅଧିକାରୀମାନେ ଚଢ଼ଉ କରିଥିଲେ।

ଏ ସଂପର୍କରେ ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ପାଣିଗ୍ରାହୀ କୁହନ୍ତି ଯେ ବ୍ରାଉନ୍‌ସୁଗାର ବିକ୍ରି କରି ଗିରଫ ହୋଇଥିବା ମହିଳାଙ୍କ ଉପରେ ଗତ ୧୫ ଦିନ ଧରି ନଜର ରଖାଯାଇଥିଲା। ତାଙ୍କ ପୁଅ ମଧ୍ୟ ବ୍ରାଉନ୍‌ଗାର ବିକ୍ରି କରୁଥିବା ଘଟଣାରେ ଗିରଫ ହୋଇ ଜେଲ୍ ହାଜତରେ ଅଛନ୍ତି। ସଂପୃକ୍ତ ମହିଳାଙ୍କ ଘରର କବାଟ ଝରକା ସବୁବେଳେ ବନ୍ଦ ରହିଥାଏ। ଗ୍ରାହକଙ୍କୁ ଜିନିଷ ଦେବା ପରେ ସେ ସଙ୍ଗେସଙ୍ଗେ କବାଟ ବନ୍ଦ କରିଦେଇଥା’ନ୍ତି। ଏହି ଚଢ଼ଉ ପୂର୍ବରୁ ଆଉ ଥରେ ଅବକାରୀ ଅଧିକାରୀ ଓ କର୍ମଚାରୀମାନେ ସାଦା ପୋଷାକରେ ତାଙ୍କ ଘରେ ଚଢ଼ଉ କରିଥିଲେ। ସେ ସମୟରେ ସେ ଅଧିକାରୀମାନଙ୍କୁ ଗାଳିଗୁଲଜ କରି ବାହାର କରି ଦେଇଥିଲେ। ସେତେବେଳେ ପୂର୍ବରୁ ସୂଚନା ପାଇ ସେ ବ୍ରାଉନ୍‌ସୁଗାର ଲୁଚାଇ ଦେଇଥିବା ସନ୍ଦେହ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe