ଅବକାରୀ ପୁଲିସ  ଓ ଆରପିଏଫ ଦ୍ୱାରା ପୃଥକ ଘଟଣାରେ ୬୮କେଜି ଗଞ୍ଜେଇ ଜବତ, ୫ଜଣ ଗିରଫ

ରାୟଗଡ଼ା ଜିଲ୍ଲା ଅବକାରୀ ଏବଂ ରେଳବାଇ ପୁଲିସ ପକ୍ଷରୁ ଆଜି ମିଳିତ ଚଢ଼ାଉ ସମୟରେ  ପାଖାପାଖି ୬୮ କେଜି ଗଞ୍ଜେଇ ସହ ଘଟଣାରେ ସମ୍ପୃକ୍ତ ଥିବା ୫ଜଣଙ୍କୁ ଗିରଫ କରାଯାଇଛି।

New Project

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅବକାରୀ ଏବଂ ରେଳବାଇ ପୁଲିସ ପକ୍ଷରୁ ଆଜି ମିଳିତ ଭାବେ ରାୟଗଡା ଓ ମୁନିଗୁଡା ରେଳବାଇ ଷ୍ଟେସନ ଅଞ୍ଚଳରେ ଚଢ଼ାଉ ହୋଇଥିଲା | ଏହି ସମୟରେ ବାହାର ରାଜ୍ୟକୁ ଚୋରା ଚାଲାଣ ପାଇଁ ଉଦ୍ୟମ କରାଯାଉଥିବା  ପାଖାପାଖି ୬୮ କେଜି ଗଞ୍ଜେଇ ଜବତ ସହ  ସମ୍ପୃକ୍ତ  ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତ ସୂଚନା ଦେଇଛନ୍ତି |

ସୂଚନାଯୋଗ୍ୟ,  ମୁନିଗୁଡାରୁ  ୪୫ କେଜି ଓ ରାୟଗଡାରୁ ୨୩ କେ ଜି ଜବତ ହୋଇଥିବା ସୂଚନା ମିଳିଛି I ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୬ ଲକ୍ଷ ପଚାଶ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି କୁହାଯାଇଛି |

ବୁଧବ‌ାର ରାୟଗଡ଼ା ରେଳବାଇ ଷ୍ଟେସନ ଓ ମୁନିଗୁଡାରୁ ଟ୍ରେନ ଯୋଗେ ଗଞ୍ଜେଇ ଚୋରା ଚାଲାଣ ପାଇଁ ଅଭିଯୁକ୍ତମାନେ ଉଦ୍ୟମ କରୁଥିବା ବେଳେ ଅବକାରୀ ପୁଲିସ ହାବୁଡ଼ରେ ଧରା ପଡିଯାଇ୍‌ଥିଲେ | ଆଜିର ଏହି ଚଢ଼ାଉ ବେଳେ ଅବକାରୀ ପୁଲିସ ସଞ୍ଜୟ ପ୍ରଧାନ,  କମ୍ବୁପାଣି ସିନ୍ଦୁର, ପଙ୍କଜ ନାୟକଙ୍କ ସମେତ ରେଳବାଇ ପୁଲିସ ସୁରକ୍ଷା ବଳ (ଆରପିଏଫ )ର ଏଏସଆଇ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ | ଉଭୟ ଘଟଣାର ତଦନ୍ତ ଚାଲିଥିବା ସନ୍ତୋଷ କୁମାର  ଧଳ ସାମନ୍ତ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe