ବିଦ୍ୟୁତ ବଣ୍ଟନ କମ୍ପାନି ଉପରେ ବାକି ପଡ଼ିଛି ୬୮୪୬ କୋଟି : ହୋଇପାରୁନି ଆଦାୟ, ଚାଲିଛି ମୋକଦ୍ଦମା 

ବିଦ୍ୟୁତ ଦର ବଢ଼ିଲେ ଆନ୍ଦୋଳନ: ଉପଭୋକ୍ତା ମହାସଂଘ

Vox

ଭୁବନେଶ୍ୱର : ରାଜ୍ୟର ଚାରୋଟି ବିଦ୍ୟୁତ ବଣ୍ଟନ କମ୍ପାନି ଉପରେ ବିଭିନ୍ନ ବାବଦକୁ ୬୮୪୬.୩  କୋଟି ଟଙ୍କା ବକେୟା ରହିଛି ବୋଲି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ବିଧାନସଭାରେ ପ୍ରକାଶ କରିଛନ୍ତି।
ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କର ଏକ ପ୍ରଶ୍ନର ଉତ୍ତରରେ ଶକ୍ତିମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ ଯେ, ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହି ଚାରୋଟି କଂପାନୀର ଗ୍ରୀଡକୋକୁ ୩୯୩୭.୪୮ କୋଟି ଟଙ୍କା ଦେୟ ବାକି ରହିଛି। େଓ୍ଵଷ୍ଟର୍ଣ୍ଣ ଓଡ଼ିଶା ଇଲେକ୍ଟ୍ରିକ୍‌ ସପ୍ଲାଇ  (େଓ୍ଵସ୍କୋ) ଗ୍ରୀଡ଼କୋକୁ ୧୧୧୮.୯୨କୋଟି ଟଙ୍କା ଦେବାକୁ ଥିବା ବେଳେ ନଦର୍ଣ୍ଣ ଓଡ଼ିଶା ଇଲେକ୍ଟ୍ରିକ୍‌ ସପ୍ଲାଇ (ନେସ୍କୋ) ଗ୍ରୀଡ଼କୋକୁ ୮୮୨.୦୬ କୋଟି ଟଙ୍କା ଦେବା କଥା। ସେହିପରି ସଦର୍ଣ୍ଣ ଓଡ଼ିଶା ଇଲେକ୍ଟ୍ରିକ୍‌ ସପ୍ଲାଇ କଂପାନୀ (ସାଉଥ୍‌କୋ)ର ୮୬୦.୫୮ କୋଟି ବକେୟା ଦେୟ ଥିବା ବେଳେ ସେଣ୍ଟ୍ରାଲ୍‌ ଇଲେକ୍ଟ୍ରିକ୍‌ ସପ୍ଲାଇ କଂପାନୀ (ସେସ୍‌କୋ)/ସେଣ୍ଟ୍ରାଲ୍‌ ଇଲେକ୍ଟ୍ରିକ୍‌ ସପ୍ଲାଇ ୟୁଟିଲିଟି  (ସେସୁ) ଉପରେ ୧୦୭୫.୯୨ କୋଟିଟଙ୍କା ଗ୍ରୀଡ଼କୋକୁ ଦେୟ ଦେବା କଥା।

publive-image File Photo

ଏହି ଚାରୋଟି ବିଦ୍ୟୁତ ବଣ୍ଟନ କଂପାନୀ ବିଶ୍ୱବ୍ୟାଙ୍କ ଓ ଅନ୍ୟାନ୍ୟ ସରକାରୀ ଋଣ ବାବଦରେ ୨୯୦୮.୫୫ କୋଟି ଟଙ୍କା ପରିଶୋଧ କରିବା କଥା। େଓ୍ଵସ୍କୋର ଏ ବାବଦରେ ୪୦୭.୦୩ କୋଟି ଟଙ୍କା,ନେସ୍କୋର ୩୯୩.୭୮ କୋଟି ଟଙ୍କା, ସାଉଥ୍‌କୋର ୮୬୦.୫୮ କୋଟି ଟଙ୍କା ଏବଂ ସେସକୋ/ସେସୁର ୧୭୯୭.୨୯ କୋଟି ଟଙ୍କା ବାକି ରହିଛି ବୋଲି ଶକ୍ତିମନ୍ତ୍ରୀ କହିଥିଲେ।
ବକେୟା ଆଦାୟ ନିମିତ୍ତ ବିଭିନ୍ନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରୀଡ୍‌କୋ  ଏବଂ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଦ୍ୱାରା ଗ୍ରହଣ କରାଯାଇଛି ଏବଂ ଏଗୁଡିକ ବିଭିନ୍ନ ଅଦାଲତରେ ବିଚାରାଧିନ ରହିଛି ବୋଲି ବିଭାଗୀୟ ମନ୍ତ୍ରୀ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe