ମାଲପଡ଼ା ଗାଁରୁ ୪ କ୍ବିଣ୍ଟାଲ ୬୮ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

Advertisment
ମାଲପଡ଼ା ଗାଁରୁ ୪ କ୍ବିଣ୍ଟାଲ ୬୮ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ପାଟଣାଗଡ଼/ଖପ୍ରାଖୋଲ : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ମାଲପଡ଼ା ଗାଁର ଏକ ପାଳଗଦାରୁ ୪ କୁଇଣ୍ଟାଲ ୬୮ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ବିଦର୍ଭର ଅରୁଣ ସାହୁ ନାମକ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ପ୍ରକାଶ ଯେ, ମାଲପଡ଼ାରୁ ଅନ୍ୟତ୍ର ଚାଲାଣ ପାଇଁ ଗଞ୍ଜେଇ ରଖାଯାଇଥିବା ଖବର ପାଇ ପାଟଣାଗଡ଼ ଅବକାରୀ ବିଭାଗ ଚଢ଼ଉ କରିଥିଲା। ଏହି ସମୟରେ ଗାଁର ଏକ ପାଳଗଦାରୁ ଉକ୍ତ ଗଞ୍ଜେଇ ମିଳିଥିଲା। ଜବତ ‌ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୮ଲକ୍ଷ ଟଙ୍କା ହେବ ବୋଲି ବିଭାଗ ଜାଣିପାରିଛି। ଏହି ଗଞ୍ଜେଇ ଛତିଶଗଡ଼ ଚାଲାଣ ପାଇଁ ରଖା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe