ଓଡ଼ିଶା ସାହିତ୍ୟ ଏକାଡେମୀର ୬୮ତମ ସ୍ୱନକ୍ଷତ୍ର ଦିବସ: ‘ନୂତନ ସାହିତ୍ୟ‌ାନୁରାଗୀ ପିଢ଼ି ଗଠନରେ ଏକାଡେମୀ ସଫଳ’

Advertisment

ଓଡ଼ିଶା ସାହିତ୍ୟ ଏକାଡେମୀର ୬୮ତମ ସ୍ୱନକ୍ଷତ୍ର ଦିବସ ଆଜି ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ପାଳିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ଓଡ଼ିଶା ସାହିତ୍ୟ ଏକାଡେମୀର ୬୮ତମ ସ୍ୱନକ୍ଷତ୍ର ଦିବସ ଆଜି ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ପାଳିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

sfsfsfxcxc

ଭୁବନେଶ୍ବର: ଓଡ଼ିଶା ସାହିତ୍ୟ ଏକାଡେମୀର ୬୮ତମ ସ୍ୱନକ୍ଷତ୍ର ଦିବସ ଆଜି ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ପାଳିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ, ଓଡ଼ିଶାର ସାରସ୍ୱତ ସାହିତ୍ୟ ସମ୍ଭାରକୁ ନୂତନ ପିଢ଼ି ପାଖରେ ପହଞ୍ଚାଇବାରେ ଓଡ଼ିଶା ସାହିତ୍ୟ ଏକଡେମୀର ଭୂମିକା ଗୁରୁତ୍ବପୂର୍ଣ୍ଣ। ବିଗତ ଏକବର୍ଷ ମଧ୍ୟରେ ଅନେକ ନୂତନ କାର୍ଯ୍ୟକ୍ରମ ଏକାଡେମୀ ପକ୍ଷରୁ କରାଯାଇଛି। କେନ୍ଦୁଝରରେ ମହାନ ବିପ୍ଲବୀ ଧରଣୀଧରଙ୍କ ଜୟନ୍ତୀ, ମୟୂରଭଞ୍ଜ ରାଇରଙ୍ଗପୁରଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ, କେନ୍ଦୁବିଲ୍ୱଠାରେ ମହାକବି ଜୟଦେବଙ୍କ ଜୟନ୍ତୀ ସହ ପୂର୍ବାଞ୍ଚଳ ଲେଖକ ସମ୍ମିଳନୀର ଆୟୋଜନ, ଓଡ଼ିଆ ପକ୍ଷ ପାଳନ ସମୟରେ ଯୁବ ଲେଖକ ସମ୍ମିଳନୀ ଏବଂ ଅନେକ ପୁସ୍ତକ ପ୍ରକାଶନ ସହ ଆଲୋଚନାଚକ୍ରର ମଧ୍ୟ ଆୟୋଜନ କରାଯାଇଛି। ଏକ ବର୍ଷ ମଧ୍ୟରେ ଏକାଡେମୀ ପକ୍ଷରୁ ୪୦ରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇଛି। ଏକାଡେମୀ ନିଜର କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର କୋଣଅନୁକୋଣରେ ଲୋକଙ୍କ ନିକଟରେ ପହଞ୍ଚିପାରିଛି। ଏକ ନୂତନ ସାହିତ୍ୟ ଅନୁରାଗୀ ପିଢ଼ି ଗଠନ କରିବାରେ ଏକାଡେମୀ ସଫଳ ହୋଇଛି ବୋଲି ମନ୍ତ୍ରୀ କହିଥିଲେ। ଏଥିସହ ଡିଜିଟାଲ ଏବଂ ଏ.ଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ପ୍ଲାଟ୍‌ଫର୍ମରେ ଓଡ଼ିଆ ଭାଷାକୁ ଅନ୍ତର୍ଭୁକ୍ତ କରାଇବା ସହ ବିଶ୍ୱବିଦିତ କରାଇବା ପାଇଁ ଆମେ ନିରନ୍ତର ପ୍ରୟାସ ଜାରି ରଖିବା ଉଚିତ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ସାରସ୍ୱତ ସାଧକ ଶାନ୍ତନୁ କୁମାର ଆଚାର୍ଯ୍ୟ ମୁଖ୍ୟଅତିଥି ଓ ଲେଖକ ପ୍ରଫେସର ନୀଳାଦ୍ରି ଭୂଷଣ ହରିଚନ୍ଦନ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ  ଓଡ଼ିଆ ସାହିତ୍ୟ ଜଗତକୁ ୠଦ୍ଧିମନ୍ତ କରିବା ଦିଗରେ ଏକାଡେମୀର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ‘ପଣ୍ଡିତ ହରିହର ଦାସ’, ‘ସାରସ୍ୱତ ସାଧକ ନନ୍ଦକିଶୋର ସାମଲ’, ‘ଶ୍ରୀ ଜଗନ୍ନାଥ ଐତିହ୍ୟ ଶତକ’, ‘ମୃତ୍ୟୁଞ୍ଜୟ’, ‘ନାଟ୍ୟ ଶାସ୍ତ୍ର (ପ୍ରଥମ ଓ ଦ୍ୱିତୀୟ ଖଣ୍ଡ)’, ‘କୋଣାର୍କ’ (ଦୟାନିଧି ମିଶ୍ର ବିଶେଷାଙ୍କ), ‘କୋଣାର୍କ’ (ଗଙ୍ଗାଧର ମେହେର ବିଶେଷାଙ୍କ), ‘କୋଣାର୍କ’ (ସୁରେନ୍ଦ୍ର ମହାନ୍ତି ବିଶେଷାଙ୍କ), ‘ବ୍ରତ ସାହିତ୍ୟ’, ‘ଲୋକରତ୍ନ କୁଞ୍ଜବିହାରୀ ଦାଶ’ ଓ ‘ବ୍ଲାକ୍‌ ଟାଇଗର’ ଆଦି ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏଥିସହ ରାଜ୍ୟସ୍ତରୀୟ ପ୍ରବନ୍ଧ, ବକ୍ତୃତା, କବିତା ଆବୃତ୍ତି ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକ (ଓଡ଼ିଆ) ପାଠ୍ୟକ୍ରମରେ ସର୍ବୋଚ୍ଚ ନମ୍ବର ରଖିଥିବା ବିଦ୍ୟାର୍ଥୀଙ୍କୁ ୧୦ ହଜାର ଟଙ୍କା ଓ ସ୍ନାତକୋତ୍ତର (ଓଡ଼ିଆ) ପାଠ୍ୟକ୍ରମରେ ସର୍ବୋଚ୍ଚ ନମ୍ବର ରଖିଥିବା ବିଦ୍ୟାର୍ଥୀଙ୍କୁ ୧୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। 

ପ୍ରକାଶଯୋଗ୍ୟ, ୧୯୫୭ ମସିହାରେ ଓଡ଼ିଶା ସାହିତ୍ୟ ଏକଡେମୀ ପ୍ରତିଷ୍ଠା ହୋଇଥିଲା। ଆଜି ଏକାଡେମୀର ୬୮ତମ ସ୍ୱନକ୍ଷତ୍ର ଦିବସ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ, ସ୍ୱତନ୍ତ୍ର ଶାସନ ସଚିବ  ଦେବପ୍ରସାଦ ଦାଶ, ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା, ସଂସ୍କୃତି ବିଭାଗର ବରିଷ୍ଠ ଅଧିକାରୀଗଣ, ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe