ପ୍ରବନ୍ଧନ ଭଲ ପାଇବା ଛଡ଼ା ଅନ୍ୟ କିଛି ନୁହେଁ: ରାଜ୍ୟପାଳ

ଆଇଆଇଏମ୍ ସମ୍ବଲପୁରର ଷଷ୍ଠ ଓ ସପ୍ତମ ସମାବର୍ତ୍ତନ ଉତ୍ସବ

ପ୍ରବନ୍ଧନ ଭଲ ପାଇବା ଛଡ଼ା ଅନ୍ୟ କିଛି ନୁହେଁ: ରାଜ୍ୟପାଳ

ବୁର୍ଲା : ଶନିବାର ଦିନ ଆଇଆଇଏମ୍ ସମ୍ବଲପୁରର ଷଷ୍ଠ ଓ ସପ୍ତମ ସମାବର୍ତ୍ତନ ଉତ୍ସବ ପ୍ରଥମ ଥର ପାଇଁ ବସନ୍ତପୁରସ୍ଥିତ ନିଜସ୍ଵ କ୍ୟାମ୍ପସରେ ଅନୁଷ୍ଠିତ ହୋଇଛି। ଏହି ସମାବର୍ତ୍ତନ ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଲେ, ‘ପଦର ଜାଗରଣ’ ବାସ୍ତବ ଜାଗରଣ ବୋଲି କହାଯାଇପାରିବ ନାହିଁ, ଏହା ଅବାସ୍ତବ ଅଟେ। ତୁମକୁ ପରିଚାଳକ ଏବଂ ପରିଚାଳନା ନିର୍ଦ୍ଦେଶକ ଭଭୟଙ୍କୁ ସମ୍ଭାଳିବାକୁ ପଡ଼ିବ।

publive-image

ପ୍ରବନ୍ଧନ(ମ୍ୟାନେଜମେଣ୍ଟ) ଏମିତି ଏକ ଉପାୟ, ଯେଉଁଥିରେ ଅବାସ୍ତବତାକୁ ବାସ୍ତବରେ ପରିଣତ କରାଯାଇପାରିବ। ପ୍ରବନ୍ଧନ ଆଉ ମେ’ ମତରେ ଏହା ଭଲ ପାଇବା ବ୍ୟତୀତ ଅନ୍ୟ କିଛି ନୁହେଁ। ଏହି ଭଲ ପାଇବା ସମସ୍ତ ବିଷୟ ଏବଂ ମନର ଚେତନାକୁ ବିଲୋପ କରିବା ସଙ୍ଗେ ସଙ୍ଗେ ବିବାହ ଏବଂ ସାଂସାରିକ ଦାୟିତ୍ଵ ପରିଚାଳନା କରିବା ପାଇଁ ଅପୂର୍ବ ସୁଯୋଗ ଦେଇଥାଏ। ପ୍ରେମ ଅଭିଯୋଗ, ପ୍ରତିଯୋଗିତା ଏବଂ ବିରୋଧାଭାସର ବାହାରେ। ଏହା ସରଳତା, ନମ୍ରତା, ପ୍ରେରଣା ଏବଂ ଉଦାରତାର ପ୍ରତୀକ। ତେଣୁ, ଆମ ମନରେ ଏହି ପ୍ରେମ ବା ଭଲ ପାଇବାର ଶକ୍ତି ବଢ଼ାଇବା ପାଇଁ ମନୋଯୋଗ ଏବଂ ଭାବ ବିନିମୟର ଆବଶ୍ୟକତା ରହିଛି।

publive-image

ଆଇଆଇଏମ୍ ସମ୍ବଲପୁରର ବୋର୍ଡ ଅଫ ଗଭର୍ନସର ଅଧ୍ୟକ୍ଷା ତଥା ସେଲସ୍‌ଫୋର୍ସ ଇଣ୍ଡିଆର ଅଧ୍ୟକ୍ଷା ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋ‌ଗଦେଇ କହିଲେ, ପ୍ରଗତିର ସମଷ୍ଟି ହେଉଛି ସର୍ବଦା ସ୍ଥିରତା, ଗ୍ରହଣୀୟତା ଏବଂ ସୃଜନଶୀଳତାର କାହାଣୀ। ତେଣୁ, ଆମେ ଯେତେବେଳେ ନୂତନ ଯାତ୍ରା ଆରମ୍ଭ କରିଥାଉ, ସେତେବେଳେ ଆମକୁ ମନେରଖିବା କଥା ଯେ ଉତ୍କର୍ଷତା ହାସଲ ଏକ କାର୍ଯ୍ୟ ନୁହେଁ ବରଂ ଏକ ଅଭ୍ୟାସ, ଯାହା ସର୍ବଦା ଭଲ କରିବା ପାଇଁ ଚେଷ୍ଟା କରିବାର ଫଳ ଅଟେ। ଦୁନିଆରେ ନିଜେ ଚାହୁଥିବା ପରିବର୍ତ୍ତନ ପାଇଁ ସର୍ବଦା ଚେଷ୍ଟିତ ହେବା ଉଚିତ। ଏଦିଗରେ ସାମାନ୍ୟ ଅବହେଳା କରିବା ଅନୁଚିତ। ସର୍ବଦା ସକାରାତ୍ମକ ପ୍ରଭାବ ପକାଇବାକୁ ପ୍ରୟାସ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଦେଇଥିଲେ। ଜେ.ପି ମୋର୍‌ଗାନ ଚେଜ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଡ. ସୁକନ୍ୟା ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଲକ୍ଷ୍ୟ ହାସଲ ଦିଗରେ ବ୍ରତୀ ହେବା ସହ ସଫଳ ମଣିଷ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

publive-image

ସଭାରେ ଅଧ୍ୟକ୍ଷତାକରି ଆଇଆଇଏମ୍‌ ସମ୍ବଲପୁରର ନିର୍ଦେଶକ ପ୍ରଫେସର ଜୟସ୍ଵାଲ କହିଲେ ଯେ ଆଇଆଇଏମ୍ ସମ୍ବଲପୁର ମୁଖ୍ୟତଃ ତିନୋଟି ମୂଳ କ୍ଷେତ୍ରରେ କାର୍ଯ୍ୟ କରିଥାଏ। ଶିକ୍ଷାଦାନ, ଅନୁସନ୍ଧାନ ଏବଂ ଇନ୍କ୍ୟୁବେସନ। ଅନ୍ୟ ଆଇଆଇଏମ୍‌ଗୁଡ଼ିକ ମଧ୍ୟରୁ ସମ୍ବଲପୁର ଆଇଆଇଏମ୍ ଲିଙ୍ଗ ବିବିଧତାର ଏକ ପ୍ରଶଂସନୀୟ ମାନକ ସ୍ଥିର କରିଛି। ଚଳିତ ବର୍ଷ ଆଇଆଇଏମ୍ ସମ୍ବଲପୁର ଶତ ପ୍ରତିଶତ ପ୍ଲେସମେଣ୍ଟ ସହିତ ଘରୋଇ କ୍ଷେତ୍ରରେ ବାର୍ଷିକ ୬୪. ୬୧ ଲକ୍ଷ ଟଙ୍କା ଏବଂ ଅନ୍ତର୍ଜାତୀୟ କ୍ଷେତ୍ରରେ ବାର୍ଷିକ ୬୪. ୧୫ ଲକ୍ଷ ଟଙ୍କାର ପ୍ୟାକେଜ ସହିତ ଅପୂର୍ବ ସଫଳତା ହାସଲ କରିପାରିଛି। ଏହା ସଫଳତା ହାର ପୂର୍ବ ବର୍ଷ ତୁଳନାରେ ୧୪୬.୭ ପ୍ରତିଶତ ବୃଦ୍ଧି ଘଟିଛି। ସେହିପରି ଦରମା କ୍ଷେତ୍ରରେ ଏଥର ୨୬ ପ୍ରତିଶତ ଅଭିବୃଦ୍ଧି ଘଟିଛି ବୋଲି ‌ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe