ସେବାଶ୍ରମ ହଷ୍ଟେଲ୍‌ରେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ: ଅଭିଯୁକ୍ତ ଶିକ୍ଷକ ଫେରାର

ଚାନ୍ଦିପୁର ବୁଲାଇବାକୁ ନେଇ ଗଣଦୁଷ୍କର୍ମ: ବିଷ ପିଇ ଡାକ୍ତରଖାନାରେ ନାବାଳିକା

Image Courtesy of Times Now

ଫୁଲବାଣୀ: ସେବାଶ୍ରମ ହଷ୍ଟେଲରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଛନ୍ତି। ଏହି ଘଟଣା ପଦାରେ ପଡ଼ିଲା ପରେ ଅଭିଯୁକ୍ତ ଶିକ୍ଷକ ଫେରାର ଅଛନ୍ତି। କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ଏକ ସେବାଶ୍ରମ ହଷ୍ଟେଲ୍‌ରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ଛାତ୍ରୀ ଜଣକ ଅଚାନକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କୋଟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଏହା ପରେ ମଧ୍ୟ ଛାତ୍ରୀ ଜଣକ ଅଳ୍ପଦିନ ମଧ୍ୟରେ ଏକାଧିକ ଥର ଅସୁସ୍ଥ ରହିବାରୁ ରକ୍ତନମୁନା ପରୀକ୍ଷା ପରେ ପ୍ରକୃତ ଘଟଣା ଜଣାପଡ଼ିଥିଲା। ତେବେ ଏହି ଘଟଣାରେ ଜଣେ ଶିକ୍ଷକଙ୍କ ସଂପୃକ୍ତି ଅଭିଯୋଗକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଘଟଣାକୁ ନେଇ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଶିକ୍ଷକଜଣକ ଫେରାର୍ ହୋଇଯାଇଛନ୍ତି। ସେହିପରି ଛାତ୍ରୀଙ୍କ ପରିବାରକୁ ବିଭିନ୍ନ ଆଡ଼ୁ ଧମକଚମକ ମିଳୁଥିବା ବେଳେ ଘଟଣାକୁ ରଫାଦଫା କରିବାକୁ ଗଳାବାଟ ଖୋଜା ଚାଲିଛି। ଭୟରେ ପରିବାରବର୍ଗ ଏଯାବତ୍ କୋଟଗଡ଼ ଥାନାରେ ଏତଲା ଦେଇ ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe