ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା: ଦୁଷ୍କର୍ମକାରୀ ୨ ଶିକ୍ଷକ ଗିରଫ

Advertisment

ପୀଡ଼ିତାଙ୍କ ବୟାନ ରେକର୍ଡ, ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ

ପୀଡ଼ିତାଙ୍କ ବୟାନ ରେକର୍ଡ, ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ପ୍ରେମିକ ଗିରଫ

Image Courtesy of Times Now

ରାଇଘର/ନବରଙ୍ଗପୁର/ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳର ଏକ ସେବାଶ୍ରମ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ‌ଆଜି ପୀଡ଼ିତାଙ୍କ ୧୬୧ରେ ବୟାନ ରେକର୍ଡ କରାଯାଇଛି। ପୀଡ଼ିତାଙ୍କ ମାନସିକ ଅବସ୍ଥା ସ୍ଥିର ହେବା ପରେ ୧୬୪ରେ ବୟାନ ରେକର୍ଡ କରାଯିବ ବୋଲି ଜଣାପଡ଼ିଛି। ଦୁଇ ଦୁଷ୍କର୍ମ ଅଭିଯୁକ୍ତ ତଥା ସେବାଶ୍ରମର ପ୍ରଧାନଶିକ୍ଷକ ସୁଚେନ୍ଦ୍ର ବିଶ୍ବାସ ଓ ସହକାରୀ ଶିକ୍ଷକ କେଶବ ମାଝୀଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି। ଦୁଇ ଅଭିଯୁକ୍ତଙ୍କୁ ୧୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଛି ପୁଲିସ। ସୂଚନା ଅନୁଯାୟୀ, ପୀଡ଼ିତା ମାନସିକ ଭାବେ ଗଭୀର ଆଘାତ ପାଇଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଜାରି ରହିଛି। ପୀଡ଼ିତାଙ୍କ ବାପାଙ୍କ ଏତଲାକୁ ଆଧାର କରି କୁନ୍ଦେଇ ଥାନାରେ ମାମଲା ରୁଜୁ ହୋଇଛି। କେଶ୍‌ ନମ୍ବର-୧୦୬/୨୩ ଏବଂ ଦଫା ୩୭୬ ଓ ୬ ପୋକ୍ସୋ ଆଇନରେ ମାମଲା ରୁଜୁ ହୋଇଛି।

ପୀଡ଼ିତାଙ୍କ ବୟାନ ରେକର୍ଡ
ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ
ଜିଲ୍ଲାପାଳ, ଏସ୍‌ପିଙ୍କୁ ରିପୋର୍ଟ ତଲବ କଲେ ଓଏଚ୍‌ଆର୍‌ସି
ପୀଡ଼ିତାଙ୍କ ଗାଁକୁ ଯିବ କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ କମିଟି

ସନ୍ଧ୍ୟାରେ ଦୁଇ ଅଭିଯୁକ୍ତଙ୍କୁ ନବରଙ୍ଗପୁର ଏଡିଜେ (ପୋକ୍ସୋ) ସ୍ବତନ୍ତ୍ର ବିଚାରପତିଙ୍କ ନିକଟରେ ହାଜର ପରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ ସେଠୀ ସୂଚନା ଦେଇଛନ୍ତି। ଏହି ମାମଲାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଜାତୀୟ ମାନବାଧିକାର କମିସନ (ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ଅଭିଯୋଗ କରିଛନ୍ତି ଏକ ସ୍ବେଚ୍ଛାସେବୀ ସଂଗଠନର ରାଜ୍ୟ ସଭାପତି ସୁବ୍ରତ କୁମାର ଦାସ। ଶ୍ରୀ ଦାସଙ୍କ ଅଭିଯୋଗ ପରେ କମିସନ ଏକ ମାମଲା ରୁଜୁ କରିଛନ୍ତି। ସେହି ଭଳି ଏହି ମାମଲା ମଧ୍ୟ ରାଜ୍ୟ ମାନବାଧିକାର କମିସନ (ଓଏଚ୍‌ଆରସି)ଙ୍କ ନିକଟରେ ପହଞ୍ଚିଛି। ଆଇନଜୀବୀ ତଥା ମାନବାଧିକାର କର୍ମୀ ପ୍ରବୀର ଦାସଙ୍କ ଅଭିଯୋଗକୁ ଗ୍ରହଣ କରିଛନ୍ତି ଓଏଚ୍‌ଆରସି। କମିସନ ସଦସ୍ୟ ଅସୀମ ଅମିତାଭ ଦାଶ ଅଭିଯୋଗର ଶୁଣାଣି କରି ନବରଙ୍ଗପୁର ଜିଲ୍ଲାପାଳ, ଏସ୍‌ପି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଆସନ୍ତା ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଗଣଦୁଷ୍କର୍ମ ମାମଲାରେ ଆସନ୍ତାକାଲି ‌ପୀଡ଼ିତାଙ୍କ ଗାଁକୁ ଯାଇ ତଥ୍ୟ ସଂଗ୍ରହ କରିବ କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ କମିଟି। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କମିଟିର ଅଧ୍ୟକ୍ଷ ରହିବେ। ଆଜି ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ସୂଚନା ଦେଇଛନ୍ତି। ଗତ ୭ ତାରିଖ ସକାଳ ପ୍ରାୟ ୧୦ଟାରେ ପୀଡ଼ିତା ଶୌଚାଳୟକୁ ଯାଇଥିବା ବେଳେ ଦୁଇ ଅଭିଯୁକ୍ତ ଶିକ୍ଷକ ତାଙ୍କୁ ଦୁଷ୍କର୍ମ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe