ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ୭ ଗିରଫ

Advertisment
ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ୭ ଗିରଫ

ବରଗଡ଼ : ବରଗଡ଼ ସହର‌ରେ ଜଣେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ୭ଜଣ ଗିରଫ ହୋଇଛନ୍ତି। ଟାଉନ ପୁଲିସ୍‌ ଅନୁସାରେ, ଅଭିଯୁକ୍ତମାନେ ହେଲେ ବରଗଡ଼ ସହରର ସୁନୀଲ ଅଗ୍ରୱାଲ (୩୨), ରାଜେଶ ସାୱଡ଼ିଆ (୩୯), ଅଭିଷେକ ଅଗ୍ରୱାଲ (୨୯), ନିର୍ମଳ ଅଗ୍ରୱାଲ (୨୩), ହର୍ଷ କାନସଲ (୨୫), ବିକି ଅଗ୍ରୱାଲ (୩୯) ଏବଂ କାଳିଆ ଓରଫ ବିକାଶ ଅଗ୍ରୱାଲ (୩୩)। ସମସ୍ତଙ୍କ ପାଖରୁ ଗୋଟିଏ ଲେଖାଏଁ ମୋବାଇଲ ଜବତ ହୋଇଛି। ପୁଲିସ୍ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି। ଏଥିରେ ଆଉ କିଛି ବ୍ୟକ୍ତିଙ୍କ ସଂପୃକ୍ତି ଥିବା ପୁଲିସ୍‌ ସନ୍ଦେହ କରୁଛି। ସେମାନଙ୍କୁ ଧରିବାକୁ ପୁଲିସ୍‌ ଅଭିଯାନ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe