Odisha Bytes
ଭଦ୍ରକ: ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜେଲଗୁଡ଼ିକରେ ଥିବା ଅଧିକ ବିଚାରାଧୀନ ବନ୍ଦୀଙ୍କୁ ଅନ୍ୟ ଜେଲ୍କୁ ସ୍ଥାନାନ୍ତର କରାଯାଉଛି। ଏହି କ୍ରମରେ ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଂଜନ ସେଠୀଙ୍କ ସମେତ ୮ ଅଭିଯୁକ୍ତଙ୍କୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଇଛି।
ସେହିପରି ଜଣେ ବାଳ ଅପରାଧୀଙ୍କୁ ଅନୁଗୁଳସ୍ଥିତ ମୁକ୍ତକାଶ ଜେଲକୁ ପଠାଇ ଦିଆଯାଇଛି। ଅନ୍ୟ ବନ୍ଦୀମାନଙ୍କୁ ମିଶାଇ ମୋଟ ୭୧ ଜଣ କଏଦୀଙ୍କୁ ଭଦ୍ରକ ଜେଲ୍ରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଇଛି। ଭଦ୍ରକ ଜେଲରେ ଆବଶ୍ୟକତାଠାରୁ ଅଧିକ ବନ୍ଦୀ ରହୁଥିବାରୁ ଜେଲ୍ରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ଭଦ୍ରକର ବାହୁଦରଡାଠାରେ ପ୍ରସ୍ତାବିତ ନୂତନ ଜେଲ୍ ନିର୍ମାଣ ଏଯାଏ ଆରମ୍ଭ ହୋଇ ନଥିବାରୁ ଜେଲରେ କଏଦୀମାନଙ୍କର ରହିବା ପାଇଁ ସମସ୍ୟା ଦେଖାଦେଇଛି।
Follow Us