ବାହାଘର ବେଳେ ପୁଲିସ ଚଢ଼ଉ : ମଠ ସଭାପତି, ସ˚ପାଦକଙ୍କ ସମେତ ୭ ଗିରଫ

Advertisment

ଠିକାଦାରଙ୍କ ବିବାହ ଉତ୍ସବରେ ୫୦୦ ଲୋକଙ୍କ ସମାଗମ

ଠିକାଦାରଙ୍କ ବିବାହ ଉତ୍ସବରେ ୫୦୦ ଲୋକଙ୍କ ସମାଗମ

ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

image source-Sabrang India

କେନ୍ଦ୍ରାପଡ଼ା/ ଆଳି : ବିନା ଅନୁମତିରେ ତଥା କୋଭିଡ୍‌ ନିୟମ ନମାନି ବିବାହ ମହଙ୍ଗା ପଡ଼ିଛି। କେନ୍ଦ୍ରାପଡ଼ା ସଦର ଥାନା ଅ˚ଚଳ ଅନ୍ତର୍ଗତ ପସ୍ତା ମଠର ସଭାପତି ଓ ସ˚ପାଦକଙ୍କୁ ଗିରଫ କରାଯାଇଛି। ସେହିଭଳି, ଆଳି ଅଞ୍ଚଳର ୫ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୧୨ ଜଣଙ୍କଠାରୁ ଜୋରିମାନା ଆଦାୟ କରାଯାଇଛି।

ଆଜି ଥିଲା ବିବାହର ଶେଷଦିନ। ପସ୍ତା ମଠାରେ ବିବାହ ଚାଲିଥିଲାବେଳେ ପୁଲିସ୍‌ ଚଢ଼ାଉ କରିଥିଲା। କୋଭିଡ୍‌ ନିୟମ ଉଲ୍ଲଘଂନ କାରଣରୁ ପୁଲିସ୍‌ ସଦର ପୁଲିସ ସଭାପତି ସୁରେଶ ଚନ୍ଦ୍ର ପରିଡ଼ା ଓ ସ˚ପାଦକ ସୁରେନ୍ଦ୍ର ପ୍ରସାଦ ପୃଷ୍ଟିଙ୍କୁ ଗିରଫ କରିଛି। ସେହିଭଳି, ଆଳି ଥାନା ଜୁଆଣିଆ ଗ୍ରାମର ଯୁବ ଠିକାଦାର ହରେକୃଷ୍ଣ ଧଳ ଦୁଇ ସପ୍ତାହ ତଳେ ନିଜର ବିବାହ ଉତ୍ସବ ବେଶ୍ ଜାକଜମକରେ ଆୟୋଜନ କରିଥିଲେ। ଏହାବାଦ ସଂପୃକ୍ତ ଠିକାଦାର ବିବାହ ଉତ୍ସବ ପରେ ଜୁଆଣିଆରେ ଏକ ସମାବେଶ ଡାକି ପଞ୍ଚାୟତର ୫୦୦ରୁ ଅଧିକ ଲୋକଙ୍କୁ ଏକାଠି କରିଥିଲେ। ଉଭୟ ବିବାହ ଉତ୍ସବ ଓ ସମାବେଶରେ କରୋନା କଟକଣାର ସାମାଜିକ ଦୂରତ୍ବ, ମାସ୍କ ପରିଧାନ ଆଦି ନିୟମ ପାଳନ କରାଯାଇ ନ ଥିଲା। ଏ ସମ୍ପର୍କିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ଆଳି ପୁଲିସ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଦୁଇଟି ମାମଲା ରୁଜୁ କରି ବର ହରେକୃଷ୍ଣ ଧଳଙ୍କ ସମେତ ରାମଚନ୍ଦ୍ର ରାଉତ, ରବୀନ୍ଦ୍ର ସାହୁ, ପ୍ରଭାକର ସାମଲ ଓ ସତ୍ୟଜିତ ମଲିକ ପ୍ରମୁଖଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

କେବଳ ସେତିକି ନୁହେଁ, ଗରାପୁର ଗୋପାଳଜିଉ ମନ୍ଦିର, ସ୍ବୟ˚ସିଦ୍ଧା ମଣ୍ତପ, ବାଲିପଡ଼ାର ଲଚ୍ଛମନଜିଉ ମନ୍ଦିର, ଉଦୟନଗର ସିଦ୍ଧ ପୀଠରେ ବିନା ଅନୁମତିରେ ବିବାହ ଚାଳିଥିବା ଯୋଗୁ ବର-କନ୍ୟା ପକ୍ଷର ୧୨ ଜଣଙ୍କଠାରୁ ହଜାର ଟଙ୍କା ଲେଖାଏ କରି ୧୨ହଜାର ଟଙ୍କା ଜରିମାନା ଆଦାୟ କରିଛି। ମନ୍ଦିର ଟ୍ରଷ୍ଟି ବି ବାଦ୍‌ ପଡ଼ିନାହିଁ। ଗୋପାଳଜିଉ ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ବି ୩ହଜାର ଟଙ୍କା ଜରିମାନା ଗଣିଛନ୍ତି। ସଦର ଥାନା ପୁଲିସର ଏପ୍ରକାର ଚଢ଼ଉ ଆଜି ସାଧାରଣରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। କେବଳ ସମେତ ମନ୍ଦିର ଟ୍ରଷ୍ଟି ସଦସ୍ୟଙ୍କଠାରୁ ମୋଟ୍‌ ୧୩ହଜାର ଟଙ୍କା ଜରିମାନା ଆଦାୟ କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe