ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନା ପରିସରରେ ରକ୍ତ ବେପାର କରୁଥିବା ୭ ଦଲାଲଙ୍କୁ ଗିରଫ କରିଲା ପୁଲିସ୍

Advertisment
ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନା ପରିସରରେ ରକ୍ତ ବେପାର କରୁଥିବା ୭ ଦଲାଲଙ୍କୁ ଗିରଫ କରିଲା ପୁଲିସ୍

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନା ପରିସରରେ ଟଙ୍କା ନେଇ ରକ୍ତ ବେପାର କରୁଥିବା ୭ ଜଣ ଦଲାଲଙ୍କୁ ପୁଲିସ୍ ଗିରଫ କରିଥିବା ଜଣାଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଏସପି ଗୁମର ଖୋଲିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।
ପ୍ରାପ୍ତ ସୁଚନା ଅନୁଯାୟୀ, ଗତ ଦୁଇଦିନ ତଳେ କଳାହାଣ୍ଡି ଜିଲ୍ଲାପାଳ ଧର୍ମଗଡ଼ ସରକାରୀ ଡାକ୍ତରଖାନା ଅଚାନକ ପରିଦର୍ଶନ କରିବା ସମୟରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ଗରିବ ରୋଗୀ ଦୁଇ ପ୍ୟାକେଟ୍ ରକ୍ତ ଦଲାଲ ଜରିଆରେ ୩ହଜାର ଟଙ୍କା ଦେଇ କିଣିଥିବା ପ୍ରକାଶ କରିଥିଲେ। ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ତନାଘନା ଆରମ୍ଭ ହୋଇଥିଲା । କଳାହାଣ୍ଡି ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଧର୍ମଗଡ଼ ଥାନା ଅଧିକାରୀ ଏହି ଦଲାଲମାନଙ୍କୁ ଧରିବାକୁ ଉଦ୍ୟମ କରିଥିଲେ । ପରେ ପୁଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏଥିରେ ସମ୍ପୃକ୍ତ ସାତଜଣଙ୍କୁ ଗିରଫ କରିଥିଲା।

Image result for dharamgarh hospital image source-sdhdharmagarh.in

ଏହି ଦଲାଲମାନଙ୍କ ମଧ୍ୟରେ ରକ୍ତ ଭଣ୍ଡାରର ଦୁଇଜଣ ଟେକନିସିଆନ୍, ତିନି ଜଣ ଦଲାଲ୍ ଓ ଟଙ୍କା ନେଇ ରକ୍ତଦାନ କରୁଥିବା ଅଭ୍ୟାସଗତ ଦୁଇଜଣ ରକ୍ତଦାତାଙ୍କୁ ଗିରଫ କରିଥିଲେ । ଏଥିରେ ଆଉ କେଉଁମାନେ ଜଡ଼ିତ ଅଛନ୍ତି ତାହାର ଖୋଳତାଡ଼ କରୁଛି ପୁଲିସ୍।

କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ବାତୁଲା ଗଙ୍ଗାଧର ଧର୍ମଗଡ଼ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଥିଲେ। ‘ମୋ ସରକାର’ ଯୋଜନା ଲାଗୁ କଲା ପରେ ରାଜ୍ୟ ସରକାର ଡାକ୍ତରଖାନାରେ ଦଲାଲମାନଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe