ଝାରସୁଗୁଡ଼ା: ଏଲେପି-ଧାନବାଦ ଟ୍ରେନ୍‌ରୁ ୭ ବୋମା ଜବତ

ଝାରସୁଗୁଡ଼ା: ଏଲେପି-ଧାନବାଦ ଟ୍ରେନ୍‌ରୁ ୭ ବୋମା ଜବତ

ଝାରସୁଗୁଡ଼ା: ଆଜି ସକାଳେ ଝାରସୁଗୁଡ଼ା ଷ୍ଟେସନରେ ଜିଆରପି ପକ୍ଷରୁ ଏଲେପି- ଧାନବାଦ ଏକ୍ସପ୍ରେସରେ ଚଢ଼ାଉ କରାଯାଇ ୭ଟି ବୋମା ଜବତ କରାଯାଇଛି। ଏହି ଏକ୍ସପ୍ରେସ ଟ୍ରେନ୍‌ରେ ବିସ୍ଫୋରକ ପରିବହନ ହେଉଥିବା ସୂଚନା ପାଇ ଜିଆରପି ପକ୍ଷରୁ ଝାରସୁଗୁଡ଼ା ଷ୍ଟେସନରେ ଟ୍ରେନ୍‌ ଅଟକିବା ପରେ କଡ଼ାକଡ଼ି ଭାବେ ତନଖି କରାଯାଇଥିଲା। ତନଖି ବେଳେ ୭ଟି ବୋମା ମିଳିଥିବା ଜଣାପଡ଼ିଛି।

publive-image
ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ୩ଟା ୪୫ ମିନିଟ ସମୟରେ ଝାରସୁଗୁଡ଼ା ଷ୍ଟେସନରେ ଏଲେପି- ଧାନବାଦ ଗାଡ଼ି ପହଞ୍ଚିବା ପରେ ଏସ-୩ ବଗିରେ ହଠାତ ପାଟିତୁଣ୍ଡ ଶୁଭିଥିଲା। ଏହି ପାଟିତୁଣ୍ଡ ଶୁଣି ଡ୍ୟୁଟିରେ ଥିବା ଜିଆରପି ହାବିଲଦାର ଫିରୋଜ ଖାନ୍‌ ବଗିଭିତରକୁ ଯାଇ ୭୧ ନମକ୍ୱର ସିଠ୍‌ ତଳେ ଏକ ଚପଲ ଜଳୁଥିବା ଦେଖିଥିଲେ। ପରେ ସେ ପାଦରେ ଦଳ ସେହି ନିଆଁକୁ ଲିଭାଇ ଦେଇଥିଷଳ। ପରେ ସେଠାରେ ଏକ ବ୍ୟାଗ୍‌ରେ ରଖାଯାଇଥିବା କିଛି ସନ୍ଦେହଜନକ ସାମଗ୍ରୀକୁ ବାହାରକୁ ଆଣି ଫିଙ୍ଗି ଦେଇଥିଲେ। ତେବେ ଜଣାପଡ଼ିଥିଲା ଯେ ସେଥିରେ ବ୍ୟାଟେରି ଲାଗିଥିବା ବିସ୍ଫୋରକ ରହିଛି। ତେଣୁ ଏ ନେଇ ସଙ୍ଗେ ସଙ୍ଗେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।

publive-imageବମ୍‌ ସ୍କ୍ଵାଡ୍‌କୁ ଖବର ଦିଆଯାଇଛି। ସେମାନେ ଆସି ଏହାକୁ ପରୀକ୍ଷା କରିବା ପରେ ଏହାକୁ ଡିଫ୍ୟୁଜ୍‌ କରିବେ ବୋଲି ଜିଆରପିର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe