ଆଜିର କୋଭିଡ ମୃତ୍ୟୁ ସୂଚନା: ରାଜ୍ୟରେ ପୁଣି ୭ ଜଣ ସଂକ୍ରମିତଙ୍କ ପ୍ରାଣହାନି

Advertisment
ଆଜିର କୋଭିଡ ମୃତ୍ୟୁ ସୂଚନା: ରାଜ୍ୟରେ ପୁଣି ୭ ଜଣ ସଂକ୍ରମିତଙ୍କ ପ୍ରାଣହାନି

ଭୁବନେଶ୍ୱର: ରାଜ୍ୟରେ ପୁଣି ୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩ ଜଣ ମୃତକ ଅଛନ୍ତି। ଅପରପକ୍ଷରେ ଭୁବନେଶ୍ୱରରୁ ଜଣେ କରୋନା ସଂକ୍ରମିତଙ୍କ ପ୍ରାଣହାନି ଘଟିଛି। ତେଣେ କଟକ, କନ୍ଧମାଳ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।

ଭୁବନେଶ୍ୱରର ଜଣେ ୬୭ ବର୍ଷ ବୟସ୍କ ପୁରୁଷ କୋଭିଡରେ ପ୍ରାଣ ହରାଇଛନ୍ତି। ଏଣେ କଟକ ଜିଲ୍ଲାର ୭୨ ବର୍ଷ ବୟସ୍କ ପୁରୁଷଙ୍କ ପରଲୋକ ହୋଇଛି। ଏହାଛଡ଼ା କନ୍ଧମାଳ ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ ପୁରୁଷଙ୍କ ମୃତ୍ୟୁ ଘଟିଛି, ଯିଏ ପଲମୋନାରି ଏଡିମା ଏବଂ କ୍ରନିକ୍ କିଡନି ରୋଗରେ ପୀଡ଼ିତ ଥିଲେ। ଠିକ୍ ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କା ମହିଳା କୋଭିଡରେ ପ୍ରାଣ ହରାଇଛନ୍ତି, ଯିଏକି ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।
ସୁନ୍ଦରଗଡ଼ ଜିଲ୍ଲାର ଜଣେ ୫୧ ବର୍ଷ ବୟସ୍କ ପୁରୁଷଙ୍କ ପ୍ରାଣହାନି ଘଟିଛି।
ଖାଲି ସେତିକି ନୁହେଁ, ସୁନ୍ଦରଗଡ଼ ଜିଲ୍ଲାର ଜଣେ ୬୨ ବର୍ଷ ବୟସ୍କ ପୁରୁଷ ବି ମରିଛନ୍ତି, ଯିଏ ଉଚ୍ଚ ରକ୍ତଚାପରେ ବି ପୀଡ଼ିତ ଥିଲେ। ସୁନ୍ଦରଗଡ଼ ଜିଲ୍ଲାର ଜଣେ ୫୧ ବର୍ଷ ବୟସ୍କ ପୁରୁଷ ମୃତ୍ୟୁବରଣ କରିଛନ୍ତି, ଯିଏକି ମଧୁମେହ ରୋଗ ଏବଂ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପଲ୍ମୋନାରି ରୋଗରେ ପୀଡ଼ିତ ଥିଲେ। |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe