ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭ କରୋନା ସଂକ୍ରମିତଙ୍କ ମୃତ୍ୟୁ: ମୃତକଙ୍କ ମଧ୍ୟରେ ଜଣେ ୧୦ ବର୍ଷିୟ ବାଳକ

Advertisment
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭ କରୋନା ସଂକ୍ରମିତଙ୍କ ମୃତ୍ୟୁ: ମୃତକଙ୍କ ମଧ୍ୟରେ ଜଣେ ୧୦ ବର୍ଷିୟ ବାଳକ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି ପାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ ଏହି ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବା ବେଳେ ୫ ଜଣ ପୁରୁଷ ଅଛନ୍ତି। ଗତ ୨୪ ଘଣ୍ଟା ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ଭିତରେ ଜଣେ ୮୮ ବର୍ଷିୟ ପୁରୁଷ ଓ ଜଣେ ୫୧ ବର୍ଷୀୟା ମହିଳା ଅଛନ୍ତି। ଅନ୍ୟ ଜଣେ ୭୨ ବର୍ଷିୟ ପୁରୁଷ ଅଛନ୍ତି ଯିଏ କି ରାଜଧାନୀ ଭୁବନେଶ୍ବରର ବାସିନ୍ଦା। ଏହାଛଡ଼ା କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ୧୦ ବର୍ଷିୟ ବାଳକ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷରେ ଢେଙ୍କାନାଳ ଜିଲ୍ଲାର ୫୪ ବର୍ଷୀୟା ମହିଳା ଅଛନ୍ତି। ଠିକ୍ ସେହିପରି ଯାଜପୁର ଜିଲ୍ଲାର ଜଣେ ଜଣେ ୬୨ ବର୍ଷିୟ ପୁରୁଷ ଓ ଝାରସୁଗୁଡ଼ା ଜିଲ୍ଲାର ଜଣେ ୬୦ ବର୍ଷିୟ ପୁରୁଷ ସଂକ୍ରମିତ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe