Ommcom News
ବୁର୍ଲା: ପୁଣି ବୁର୍ଲା ଡାକ୍ତରଖାନାରେ ଡାକ୍ତର ଏବଂ କର୍ମଚାରୀ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଦିନକୁ ଦିନ ଭୀମସାରରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଡାକ୍ତର ସଂଖ୍ୟା ହ୍ରାସ ପାଉଛି। ଶନିବାର ଭୀମସାରରୁ ପୁଣି ୭ ଜଣ ଡାକ୍ତରଙ୍କ ସମେତ ୨ଜଣ ଡାକ୍ତରୀ ଛାତ୍ରଛାତ୍ରୀ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ଭୀମ୍ସାର ସୂତ୍ରରୁ ସୂଚନା ମିଳିଛି।
ଅନ୍ୟପଟେ ଆଜି ୧୦ରୁ ବେଶୀ ସାଧାରଣ ରୋଗୀ ମଧ୍ୟ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକୁ ଦିନ ବୁର୍ଲା ଡାକ୍ତରଖାନାରେ କୋଭିଡ ସ୍ଥିତି ସଂଗିନ ହେବାକୁ ବସିଥିବା ବେଳେ କର୍ତ୍ତୃପକ୍ଷଙ୍କ ଚିନ୍ତାର କାରଣ ସାଜିଛି। ଅନ୍ୟପଟେ ଆଜି ଭୀମସାରର ଅନ୍ୟ ଦୁଇଜଣ ପ୍ରଫେସର ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଭୀମସାର ଅଧ୍ୟକ୍ଷା ଡାକ୍ତର ଜୟଶ୍ରୀ ଦୋରା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପ୍ରଥମ କୋଭିଡ ହସ୍ପିଟାଲ ଅଧିକାରୀ ପ୍ରଫେସର ଡା.ଜଗନ୍ନାଥ ହାତୀ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଭୀମସାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
Follow Us