ସୁବର୍ଣ୍ଣରେଖା ମୁହାଣରେ ୭ ଡଲ୍‌ଫିନ୍‌

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଉଦୟପୁର-କୀର୍ତ୍ତନିଆ ସୁବର୍ଣ୍ଣରେଖା ମୁହାଣରେ ଚଳିତବର୍ଷ ଡଲଫିନ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ୫ଟି ଇରାବାଡ଼ି ପ୍ରଜାତିର ଡଲଫିନ୍‌ ଠାବ ହୋଇଥିବା ବେଳେ ଚଳିତବର୍ଷ ୭ଟି ଡଲଫିନ୍‌ ନଜରକୁ ଆସିଛି।

dggddg

ଫୁଲବଣୀ: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଉଦୟପୁର-କୀର୍ତ୍ତନିଆ ସୁବର୍ଣ୍ଣରେଖା ମୁହାଣରେ ଚଳିତବର୍ଷ ଡଲଫିନ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ୫ଟି ଇରାବାଡ଼ି ପ୍ରଜାତିର ଡଲଫିନ୍‌ ଠାବ ହୋଇଥିବା ବେଳେ ଚଳିତବର୍ଷ ୭ଟି ଡଲଫିନ୍‌ ନଜରକୁ ଆସିଛି। ଉଦୟପୁର ବନବିଭାଗ ପକ୍ଷରୁ ଗତକାଲି ଡଲଫିନ୍‌ ଗଣନାରୁ ଏହି ତଥ୍ୟ ସାମନାକୁ ଆସିଛି। ଗତବର୍ଷ ବନ କର୍ମଚାରୀ ପକ୍ଷୀ ଗଣନା ସାରି ଫେରୁଥିବା ବେଳେ ଡଲଫିନ୍‌ର ସନ୍ଧାନ ପାଇଥିଲେ। ଫଳରେ ଗତବର୍ଷରୁ ଡଲ୍‌ଫିନ ଗଣନା ଆରମ୍ଭ ହୋଇଛି। ଭୋଗରାଇର ଉଦୟପୁରରୁ କୀର୍ତ୍ତନିଆ ଯାଏ ଡଲଫିନ ଗଣନା କରାଯାଇଥିଲା। ଶେଷରେ କୀର୍ତ୍ତନିଆର ସୁବର୍ଣ୍ଣରେଖା ମୁହାଣରେ ୭ଟି ଡଲଫିନ୍‌ର ସନ୍ଧାନ ମିଳିଥିଲା। ଭୋଗରାଇ ଉପାନ୍ତ ଅଞ୍ଚଳରେ ଦେଖାଯାଇଥ‌ିବା ଡଲଫିନ୍‌ ଏଠାକୁ ଆସୁଥିବା ପର୍ଯ୍ୟଟକ, ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ କରିବ। ୨ଟି ସ୍ୱତନ୍ତ୍ର ବୋଟ୍‌ ସାହାଯ୍ୟରେ ବାଲେଶ୍ୱର ଜିଲ୍ଲା ବନ ଅଧିକାରୀ ଖୁସବନ୍ତ ସିଂ, ଜଳେଶ୍ୱର ସହକାରୀ ବନ ସଂରକ୍ଷକ ଜୟଶ୍ରୀ ମୁର୍ମୁ, ଉଦୟପୁର ବନପାଳ ସଞ୍ଜୟ କୁମାର ମହାନ୍ତି, ଫରେଷ୍ଟ ଗାର୍ଡ ପ୍ରମିଳା ସେଣ ଓ ସବୁଜ ବାହିନୀ ଡଲ୍‌ଫିନ ଗଣନାରେ ସାମିଲ ହୋଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe