୭ ଅବକାରୀ ଏସ୍‌ପିଙ୍କୁ ଡେପୁଟି କମିସନର ପଦୋନ୍ନତି

ରାଜ୍ୟରେ ଅବକାରୀ ବିଭାଗର ସମସ୍ତ ଡେପୁଟି କମିସନର ପଦବି ଖାଲି ପଡ଼ିଥିବା ସଂକ୍ରାନ୍ତ ରିପୋର୍ଟ ‘ସମ୍ବାଦ’ରେ ପ୍ରକାଶ ପରେ ବଡ଼ ନିଷ୍ପତ୍ତି ନେଇଛି ବିଭାଗ। ୭ ଜଣ ଅବକାରୀ ଏସ୍‌ପିଙ୍କୁ ବରିଷ୍ଠତା ଭିତ୍ତିରେ ଡେପୁଟି କମିସନର ପାହ୍ୟାକୁ ପଦୋନ୍ନତି ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି।

sffsxcxc

କଟକ: ରାଜ୍ୟରେ ଅବକାରୀ ବିଭାଗର ସମସ୍ତ ଡେପୁଟି କମିସନର ପଦବି ଖାଲି ପଡ଼ିଥିବା ସଂକ୍ରାନ୍ତ ରିପୋର୍ଟ ‘ସମ୍ବାଦ’ରେ ପ୍ରକାଶ ପରେ ବଡ଼ ନିଷ୍ପତ୍ତି ନେଇଛି ବିଭାଗ। ୭ ଜଣ ଅବକାରୀ ଏସ୍‌ପିଙ୍କୁ ବରିଷ୍ଠତା ଭିତ୍ତିରେ ଡେପୁଟି କମିସନର ପାହ୍ୟାକୁ ପଦୋନ୍ନତି ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ଅବକାରୀ ବିଭାଗରେ ୮ଟି ମଞ୍ଜୁରିପ୍ରାପ୍ତ ଡେପୁଟି କମିସନର ପଦବି ରହିଛି। ଏମାନଙ୍କ ମଧ୍ୟରେ ଜଣେ ଓଏଏସ୍ କ୍ୟାଡର୍ ଓ ୭ ଜଣ ଅବକାରୀ କ୍ୟାଡର୍‌ର। ଗଲା ଜାନୁଆରିରେ ଜଣେ ଡେପୁଟି କମିସନର (ଅବକାରୀ କ୍ୟାଡର୍) ଡମ୍ବରୁଧର ଖଣ୍ଡା ଜଏଣ୍ଟ କମିସନର ପଦବିକୁ ପଦୋନ୍ନତି ପାଇଲେ। ଅବଶିଷ୍ଟ ପଦ ଏକ ବର୍ଷରୁ ଅଧିକ ହେବ ଖାଲି ପଡ଼ିଥିଲା। ଏଥିରୁ ୪ ଜଣ ଡେପୁଟି କମିସନର ପଦବି କଟକରେ ଥିବା ଅବକାରୀ କମିସନରଙ୍କ କାର୍ଯ୍ୟାଳୟରେ ଥିବା ବେଳେ ଅବଶିଷ୍ଟ ୪ ଜଣ ଡେପୁଟି କମିସନର ପଦବି ସମ୍ବଲପୁର ଉତ୍ତରାଞ୍ଚଳ ରେଞ୍ଜ(୧୩ ଜିଲ୍ଲା), କଟକ କେନ୍ଦ୍ରାଞ୍ଚଳ (୧୧ ଜିଲ୍ଲା), ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରେଞ୍ଜ(୯ ଜିଲ୍ଲା), ଓଡ଼ିଶା ରାଜ୍ୟ ପାନୀୟ ନିଗମରେ ରହିଛି। ଏ ସଂକ୍ରାନ୍ତରେ ଗଲା ଫେବ୍ରୁଆରି ୨୮ ତାରିଖରେ ‘ସମ୍ବାଦ’ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା।

ଏହାପରେ ତତ୍ପରତା ଦେଖାଇଛି ଅବକାରୀ ବିଭାଗ। ୭ ଜଣ ଅବକାରୀ ଏସ୍‌ପିଙ୍କ ପଦୋନ୍ନତି ସଂକ୍ରାନ୍ତ ନିର୍ଦ୍ଦେଶନାମା ଗଲା ୨୯ ତାରିଖରେ ଜାରି ହୋଇଛି। ଏହି ତାଲିକାରେ ଅଛନ୍ତି କେନ୍ଦୁଝର ଜିଲ୍ଲା ଅବକାରୀ ଏସ୍‌ପି ପ୍ରଦୀପ୍ତ କୁମାର ଦାସ, କଟକ ଅବକାରୀ କମିସନରଙ୍କ କାର୍ଯ୍ୟାଳୟର ଏସ୍‌ପି ପ୍ରଦୀପ ପାଣିଗ୍ରାହୀ, କୋରାପୁଟ ଏସ୍‌ପି ଅରୁଣ କୁମାର ପାଢ଼ୀ, ଓଏସ୍‌ବିସି(ଓଡ଼ିଶା ରାଜ୍ୟ ପାନୀୟ ନିଗମ) ଖୋର୍ଦ୍ଧା ଶାଖାର ମ୍ୟାନେଜର ବିମ୍ବାଧର ସେଠୀ, ବଲାଙ୍ଗୀର ଏସ୍‌ପି ସୀତାକାନ୍ତ ମୁଦୁଲି, ସମ୍ବଲପୁର ଏସ୍‌ପି ଅଶୋକ କୁମାର ସେଠ୍, ବାଲେଶ୍ବର ଏସ୍‌ପି ମନୋଜ କୁମାର ସେଠୀ। ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ହେବା ପର୍ଯ୍ୟନ୍ତ ଏହି ଏସ୍‌ପିମାନେ ଉପରୋକ୍ତ ଜିଲ୍ଲା ଓ କମିସନରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରିବା ନେଇ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ସେହିଭଳି ୩୩ ଅବକାରୀ ଜିଲ୍ଲାରେ ୨୨ଏସ୍‌ପି ଥିବାବେଳେ ଅବଶିଷ୍ଟ ୧୧ ଅବକାରୀ ଜିଲ୍ଲାରେ ଡିଏସ୍‌ପିମାନେ ଭାରପ୍ରାପ୍ତ ଏସ୍‌ପି ଭାବେ ଦାୟିତ୍ବ ତୁଲାଉଛନ୍ତି। ଏବେ ୭ ଏସ୍‌ପିଙ୍କ ଡେପୁଟି କମିସନର ପାହ୍ୟାକୁ ପଦୋନ୍ନତି ହୋଇସାରିଥିବା ବେଳେ ଆହୁରି ୭ ଏସ୍‌ପି ପଦବି ଖାଲି ହେବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe