ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବାକୁ ଯାଉଥିବା ବେଳେ ଢେଙ୍କାନାଳରେ ପୁଲିସ ଦ୍ୱାରା ୭ ପରିବାର ଅଟକ

Advertisment
ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବାକୁ ଯାଉଥିବା ବେଳେ ଢେଙ୍କାନାଳରେ ପୁଲିସ ଦ୍ୱାରା ୭ ପରିବାର ଅଟକ

ଢେଙ୍କାନା: ଆଜି ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିଯୋଗ କରିବାକୁ ଯାଉଥିବା ବେଳେ ଢେଙ୍କାନାଳ ପୁଲିସ ଗୋବିନ୍ଦପୁର ଫାଣ୍ଡି ରେ ୭ ପରିବାର ସଦସ୍ୟଙ୍କୁ ଅଟକ ରଖିଛି। ନ୍ୟୟ ପାଇଁ ଲଢେଇ ପରିବାରକୁ ସମ୍ବଲପୁର ମୋଦୀଙ୍କ ସଭାକୁ ଯିବାବେଳେ ଅଧାବାଟରୁ ଉଠେଇ ନେଇଛି ପୁଲିସ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ନ୍ୟାୟ ପାଇଁ ପରିବାର ଘଟଣାର ସିବିଆଇ ତଦନ୍ତ ଦାବି କରିବାକୁ ଯାଉଥିଲା। ଅଧାବାଟରୁ ଢେଙ୍କାନାଳ ସଦର ଥାନା ପୁଲିସ ଗୋବିନ୍ଦପୁର ଫାଣ୍ଡି ପୁଲିସ ସହାୟତାରେ ଟେକି ଆଣି ଗୋବିନ୍ଦପୁର ଫାଣ୍ଡିରେ ଅଟକ ରଖିଛି। ଏଥିରେ ୨୦୨୦ମସିହାରୁ ନିଖୋଜ ପିହୁର ମା ମୋନାଲିସା ନାୟକ, ଜଗତସିଂହପୁର କୁଜଙ୍ଗର ସୁବ୍ରତ ଦାସ ତାଙ୍କ ଭାଇ ଅମୃତ ଦାସଙ୍କ ହତ୍ୟାକାଣ୍ଡର ନ୍ୟାୟ ପାଇଁ, ମାହାଙ୍ଗାର ଦିଲ୍ଲୀପ କୁମାର ସାହୁ ଭାଇ ଦୀପ୍ତିକାନ୍ତ ସାହୁଙ୍କ ହତ୍ୟାକାଣ୍ଡର ନ୍ୟାୟ ପାଇଁ ଗୋପାଳପୁର କ୍ଷେତ୍ରବାସୀ ସାହୁଙ୍କ ୧୬ବର୍ଷର ପୁଅ ଯୋଗେଶ୍ୱର ସାହୁ ହତ୍ୟାକାଣ୍ଡ ଘଟଣାର ନ୍ୟାୟ ପାଇଁ ଏଭଳି ସାତଟି ଘଟଣାର ନ୍ୟାୟ ପାଇଁ ଲଢେଇ ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପାଇଁ ଯାଉଥିବାର ସୁଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe