ଦୀଘାରେ ଉଠିଲା ୭ ଫୁଟର ଜୁଆର: ତାଳସାରୀ ଓ ଉଦୟପୁରବାସୀ ଆତଙ୍କିତ

Advertisment

ରାତି ଯେତେ ବଢୁଛି, ବାତ୍ୟା ‘ଦାନା’ର ପ୍ରକୋପ ସେତିକି ବୃଦ୍ଧି ପାଉଛି। ଗୁରୁବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ଦୀଘା ବେଳାଭୂମିରେ ୭ ଫୁଟ୍‌ ଉଚ୍ଚର ଜୁଆର ସୁରକ୍ଷା ପ୍ରାଚୀରରେ ମାଡ଼ ହୋଇଥିଲା।

ରାତି ଯେତେ ବଢୁଛି, ବାତ୍ୟା ‘ଦାନା’ର ପ୍ରକୋପ ସେତିକି ବୃଦ୍ଧି ପାଉଛି। ଗୁରୁବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ଦୀଘା ବେଳାଭୂମିରେ ୭ ଫୁଟ୍‌ ଉଚ୍ଚର ଜୁଆର ସୁରକ୍ଷା ପ୍ରାଚୀରରେ ମାଡ଼ ହୋଇଥିଲା।

gjdgjgdgjdgj

ଜଳେଶ୍ୱର: ରାତି ଯେତେ ବଢୁଛି, ବାତ୍ୟା ‘ଦାନା’ର ପ୍ରକୋପ ସେତିକି ବୃଦ୍ଧି ପାଉଛି। ଗୁରୁବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ଦୀଘା ବେଳାଭୂମିରେ ୭ ଫୁଟ୍‌ ଉଚ୍ଚର ଜୁଆର ସୁରକ୍ଷା ପ୍ରାଚୀରରେ ମାଡ଼ ହୋଇଥିଲା। ଏଠାରେ ପ୍ରାୟତଃ ସନ୍ଧ୍ୟା ୬ଟା ବେଳେ ଅନ୍ଧାର ହେଉଥିବା ବେଳେ ଆଜି ୪ଟା ୫୦ ମିନିଟ୍ ସମୟରୁ ଅନ୍ଧାର ଘୋଟିଯାଇଛି। ସେହିପରି ଭୋଗରାଇ ବ୍ଲକ୍‌ ତାଳସାରୀ ଓ ଉଦୟପୁର ବେଳାଭୂମିରେ ମଧ୍ୟମ ଧରଣର ଜୁଆର ଉଠୁଥିବା ବେଳେ ଧୀରେ ଧୀରେ ବଡ଼ ଜୁଆର ଉଠୁଛି। ଝାଉଁବଣର ସୁସୁ ଶବ୍ଦ ଲୋକଙ୍କ ମନରେ ଛନକା ସୃଷ୍ଟି କରୁଛି। ବାତ୍ୟା ସ୍ଥଳଭାଗ ଛୁଇଁଲେ ଜୁଆର ଜନବସତି ଆଡ଼କୁ ମାଡ଼ି ଆସିବାର ଆଶଙ୍କା ରହିଛି। ଯାହାକୁ ନେଇ ଭୟରେ ଦେହ ଶୀତେଇ ଉଠୁଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ସୁରେନ୍ଦ୍ରନାଥ ଗଙ୍ଗେଇ। 

ଅନ୍ୟପଟେ ପ୍ରଶାସନ ପକ୍ଷରୁ ତାଳସାରୀ ବେଳାଭୂମିରୁ ଅମାନିଆମାନଙ୍କୁ ଘଉଡ଼ାଯିବା ସହ ତାଳସାରୀ ବେଳାଭୂମିକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାକୁ ବାଉଁଶ ବାନ୍ଧି ସିଲ୍ କରାଯାଇଛି। ଏହାସହିତ ତାଳସାରୀ ଓ ଉଦୟପୁର ବେଳାଭୂମିକୁ ପୁଲିସ ଜଗି ରହିଛନ୍ତି। ମତ୍ସ୍ୟଜୀବୀମାନଙ୍କୁ ସେମାନଙ୍କ ଡଙ୍ଗା ଓ ଜାଲ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ହୁଗୁଳି ପଞ୍ଚାୟତ ଅଧୀନ ବିନ୍ଧାପଦ୍ମପୁର, ବରବରିଆ ଏବଂ ବାଜିତପୁର ପଞ୍ଚାୟତର ଗମ୍ଭାରିଆ ଓ ସାହାପୁର ଗ୍ରାମ ସମୁଦ୍ରର ଅତି ନିକଟରେ ଥିବାରୁ ଶତାଧିକ ପରିବାରକୁ ହାସିମପୁର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। କେବଳ ଦୀଘା, ଉଦୟପୁର ତାଳସାରୀ ନୁହେଁ; ସମୁଦ୍ରକୁ ଲାଗିଥିବା କୃଷ୍ଣନଗର, ବଡ଼ପାହି, ଖଡ଼ିବିଲ, ବିଚିତ୍ରପୁର, କନ୍ୟାନଗରୀ, ମାଟିକେଞ୍ଚା ଓ ରଣସିଂହପୁର ଗାଁ’ର ତଳିଆ ଅଞ୍ଚଳର ସହସ୍ରାଧିକ ଲୋକ ବାତ୍ୟା ପାଇଁ ଚିନ୍ତାରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe