ହୀରାକୁଦ ଭରିବାକୁ କେଇ ଇଞ୍ଚ ବାକି, ଖୋଲିଲା ୭ ଗେଟ୍

Advertisment
କଲ୍‌ମାର ପଡ଼ିଲା ୬୩ ଗେଟ୍, ହୀରାକୁଦ ଜଳସ୍ତର ପ୍ରଭାବିତ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୫ ଫୁଟ୍ ଅତିକ୍ରମ କରି ଯିବାରୁ ଗୁରୁବାର ୩ଟି ପର୍ଯ୍ୟାୟରେ ଏହାର ଆଉ ୫ଟି ଗେଟ୍ ଖୋଲା ଯାଇଛି। ରାତି ୯ଟା ବେଳକୁ ମୋଟ ୭ଟି ଗେଟ୍ ଖୋଲା ହେବା ସତ୍ତ୍ବେ ଜଳସ୍ତର ୬୨୯.୬୫ ଫୁଟ୍‌ରେ ପହଞ୍ଚିଛି। ବୁଧବାର ୩ଟି ଗେଟ୍ ବନ୍ଦ କରିଦେବା କାରଣରୁ ହୀରାକୁଦକୁ ଜଳ ପ୍ରବେଶ ତୁଳନାରେ ନିଷ୍କାସନ ହ୍ରାସ ପାଇଥିଲା। ଫଳରେ ଜଳସ୍ତର ବଢ଼ି ସର୍ବୋଚ୍ଚ ସ୍ତର ୬୩୦ ଫୁଟ୍‌ରୁ ମାତ୍ର କେଇ ଇଞ୍ଚ ତଳକୁ ରହିଥିଲା। ନିୟମ ଅନୁସାରେ ସେପ୍‌ଟେମ୍ବର ଶେଷ ବେଳକୁ ଜଳଭଣ୍ଡାରକୁ ପୂର୍ଣ୍ଣ କ୍ଷମତାରେ ରଖା ଯାଇଥାଏ। କିନ୍ତୁ ୮ ଦିନ ପୂର୍ବରୁ ସେହି ସ୍ଥିତି ଉପୁଜିବାରୁ ଓ ଜଳ ପ୍ରବେଶ ଅଧିକ ରହିଥିବାରୁ ବନ୍ଧ କର୍ତ୍ତୃପକ୍ଷ ପୁଣି ୫ଟି ଗେଟ୍ ଖୋଲିଛନ୍ତି।

ଗୁରୁବାର ଦିନ ୧୨ଟା ବେଳେ ଗୋଟିଏ, ସଂଧ୍ୟା‌ ୫ଟା ୩୦ରେ ଆଉ ଗୋଟିଏ ଓ ରାତି ୮ଟାରେ ଆଉ ୩ଟି ଗେଟ୍ ଖୋଲିବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା। ରାତି ୯ଟା ବେଳକୁ ଜଳଭଣ୍ଡାର ମଧ୍ୟକୁ ହାରାହାରି ୧,୭୩,୯୫୧ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲା ଓ ବିଭିନ୍ନ ମାର୍ଗ ଦେଇ ୧,୫୬,୬୦୩ କ୍ୟୁସେକ୍ ନିଷ୍କାସିତ ହେଉଥିଲା। ସେଥିରୁ ସ୍ପିଲ୍‌ୱେର ୭ଟି ସ୍ଲୁଇସ୍ ଗେଟ୍ ଦେଇ ୧,୧୪,୮୮୪ କ୍ୟୁସେକ୍, ପାୱାର୍ ଚାନେଲ୍ ଦେଇ ୩୬,୯୯୯ କ୍ୟୁସେକ୍, ବରଗଡ଼ ମୁଖ୍ୟ କେନାଲ୍ ଦେଇ ୩୮୯୬ କ୍ୟୁସେକ୍, ଶାସନ ମୁଖ୍ୟ କେନାଲ ଦେଇ ୪୮୦ କ୍ୟୁସେକ୍, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି ଦେଇ ୧୦୮ କ୍ୟୁସେକ୍ ଓ ଶିଳ୍ପ ସଂସ୍ଥା ପାଇଁ ୨୩୬ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୬.୩୯ ଓ ତଳ ମୁଣ୍ଡରେ ୩.୨୨ ମିଲିମିଟର୍ ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe