ହୀରାକୁଦରୁ ୭ ଗେଟ୍ ଦେଇ ଜଳ ନିଷ୍କାସନ ଜାରି

Advertisment
ଧଉଳି ଢାଞ୍ଚାରେ ହୀରାକୁଦ ମହୋତ୍ସବ ୧୭ରୁ

Image Courtesy of Zee News

ସମ୍ବଲପୁର: ଉପର ମୁଣ୍ଡରେ ବର୍ଷା କମିଯାଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ଏବେ ପୂର୍ବାପେକ୍ଷା ଜଳ କମ ପ୍ରବେଶ କରୁଛି। ତେଣୁ ଜଳଭଣ୍ଡାରରୁ ୩ଟି ଗେଟ୍‌ ବନ୍ଦ କରିଦିଆଯାଇଛି। ବର୍ତ୍ତମାନ ଜଳଭଣ୍ଡାରରୁ ୭ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି। ବାମପାର୍ଶ୍ବରୁ ୪ଟି ଓ ଡାହାଣ ପାର୍ଶ୍ବରୁ ୩ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଥିବା ହୀରାକୁଦ ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସୂଚନାଯୋଗ୍ୟ ପୂର୍ବରୁଉଭୟ ପାର୍ଶ୍ବ ସ୍ପିଲ୍‌ୱେ’ର ମୋଟ ୧୦ଟି ଗେଟ୍‌ ଦେଇ ୧,୫୦,୩୬୦ କ୍ୟୁସେକ୍ ପାଣି ମହାନଦୀକୁ ନିଷ୍କାସିତ ହେଉଥିଲା। ସେହିପରି ପାୱାର୍ ଚାନେଲ୍‌ରେ ୩୬,୬୫୩ କ୍ୟୁସେକ୍‌, ବରଗଡ଼ କେନାଲ୍‌ରେ ୩,୭୯୮ କ୍ୟୁସେକ୍‌, ଶାସନ କେନାଲରେ ୬୦୦ କ୍ୟୁସେକ୍, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୧୧୫ କ୍ୟୁସେକ୍‌ ଓ ଶିଳ୍ପସଂସ୍ଥା ପାଇଁ ୨୭୩ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe