ନୟାଗଡ଼ ଜିଲ୍ଲାରେ ସମିତି ସଭ୍ୟଙ୍କୁ ଆଖି ତାଡ଼ି ହତ୍ୟା କରିଥିଲେ, ୭ ଜଣଙ୍କୁ ମିଳିଲା ଆଜୀବନ କାରାଦଣ୍ଡ

୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

ନୟାଗଡ଼: ୨୦୧୬ ମସିହାରେ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଧୀନରେ  ଘଟିଥିବା ଏକ ରାଜନୈତିକ ହତ୍ୟାକାଣ୍ଡ ଘଟଣାରେ ୭ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରାଯାଇଛି। ଦୋଷୀମାନେ ହେଲେ ଖଇରପଟି ଗ୍ରାମର ବସନ୍ତ ସିଠ, ଭଗବାନ ଦଳବେହେରା, ଶୁକଦେବ ରାଉତ, ପ୍ରକାଶ  ପରିଡ଼ା, ଶେଷଦେବ ନାୟକ, ଶୁଭ୍ରାଂଶୁ  ରାଉତ ଓ କେନ୍ଦୁଢିପି ଗ୍ରାମର ଧ୍ରୁବଚରଣ ଜେନା।

ସୂଚନାଯୋଗ୍ୟ, କେନ୍ଦୁଢିପିର  ତତ୍‌କାଳୀନ ସମିତିସଭ୍ୟାଙ୍କ ସ୍ବାମୀ ନକୁଳ ବାଣ୍ଠଙ୍କୁ ଏମାନେ ରାଜନୈତିକ ଶତ୍ରୁତା କାରଣରୁ ହତ୍ୟା କରିଥିଲେ। ଘଟଣାଦିନ ନକୁଳ ବାଣ୍ଠ ଗ୍ରାମକୁ ଫେରୁଥିବା  ବେଳେ, ତାଙ୍କୁ କେସ୍ତପଡ଼ା ମଶାଣୀ ନିକଟରେ ଦୋଷୀମାନେ ଆକ୍ରମଣ କରିଥିଲେ।  ବାଇକ୍‌ ଛାଡ଼ି ଜୀବନ ବିକଳରେ ନକୁଳ ଦୌଡ଼ି ପ୍ରାଣ ବଞ୍ଚାଇବାକୁ ଉଦ୍ୟମ କରୁଥିବା ବେଳେ, ତାଙ୍କ ଗହିର ବିଲ ମଝିରେ ଏହି ୭ ବ୍ୟକ୍ତି ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିଲେ। ଏଭଳି ଜଘନ୍ୟ ଘଟଣା ନେଇ ଦୀର୍ଘବର୍ଷ ଧରି ଏହି ଅଞ୍ଚଳରେ ପରିବେଶ ଅଶାନ୍ତ ରହିଥିଲା।  ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଆଜି  ଜିଲ୍ଲା ଜଜ୍‌ ରୂପଶ୍ରୀ ଚୌଧୁରୀ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe