ଜଳେଶ୍ୱର : ବସ୍‌ ପଛରେ ପିଟିହେଲା ଗୋରୁ ବୋଝେଇ ଭ୍ୟାନ, ୭ ଯାତ୍ରୀ ଆହତ, ମେଡିକାଲରେ ଭର୍ତ୍ତି

Advertisment
ସମ୍ପର୍କୀୟଙ୍କ ଶୁଦ୍ଧିକ୍ରିୟାରୁ ଫେରିବା ବେଳେ ଟ୍ରେନ୍‌ ଚାପାରେ ବୃଦ୍ଧ ମୃତ; ରେଲୱେ ଓଭର୍‌ ବ୍ରିଜ୍‌ ସଜାଡ଼ିବା ଦାବିରେ ରେଳ ରୋକ

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରେ ସଡ଼କ ଦୁର୍ଘଟଣାରେ ୭ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ଜଳେଶ୍ୱର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନାନୁସାରେ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଦେଇ ଯାଇଥିବା ଜାତୀୟ ରାଜପଥ-୬୦ର ନନ୍ଦିକାଠାରେ ବସ୍‌ ପଛରେ ଏକ ଗୋରୁ ବୋଝେଇ ଭ୍ୟାନ୍‌ ପିଟି ହେବାରୁ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୭ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତମାନଙ୍କୁ ଚିକିତ୍ସା ଲାଗି ଜଳେଶ୍ୱର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଯେ, ଶନିବାର ପାହାନ୍ତାରେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଅଞ୍ଚଳର ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ମେଘା ପେଟ୍ରୋଲ୍‌ ପମ୍ପ୍‌ ନିକଟରେ ଏକ ତୀର୍ଥଯାତ୍ରୀ ବସ୍‌ ଗୋଟାଏ ଟ୍ରକ୍‌ ସହ ଧକ୍କା ଖାଇବାରୁ ଅନ୍ୟୂନ ୩୦ ଜଣ ଯାତ୍ରୀ ଆହତ ହୋଇଥିଲେ। ଏହି ଦୁର୍ଘଟଣାର ୨୪ ଘଣ୍ଟା ନ ପୁରୁଣୁ ପୁଣି ଆଉ ଗୋଟିଏ ଦୁର୍ଘଟଣା ଘଟିବାକୁ ନେଇ ଲୋକଙ୍କ ମନରେ ଅଶାନ୍ତି ସୃଷ୍ଟି ହୋଇଛି। ବାଲେଶ୍ୱର ଜିଲ୍ଲାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହା ଏବେ ଚିନ୍ତାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe