photo by : grandviewoutdoors.com
ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତେରଗାଁ ପଞ୍ଚାୟତ ତେରଗାଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବାର୍ହା ଆକ୍ରମଣରେ ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ସକାଳ ପ୍ରା୍ୟ ୭ଟାରେ ବାରହା ଗ୍ରାମ ନିକଟ ଚାଷ ଜମିରେ ବୁଲୁଥିଲା। ଏହାଦେଖି ଗ୍ରାମର କିଛି ଲୋକ ପାଟିତୁଣ୍ଡ କରିଥିଲେ। ଫଳରେ ଭୟଭୀତ ହୋଇ ବାର୍ହା ଦୈାଡ଼ିବାକୁ ଆରମ୍ଭ କରି ଦେଇଥିଲା। ତେରଗାଁ ଗ୍ରାମର ବଳରାମ ପରିଡ଼ା(୭୦), ଗୈାରାଙ୍ଗ ସାହାଣୀ(୬୦), ଧୂଳ ସ୍ବାଇଁ (୫୫), କଲ୍ୟାଣୀ ସାହାଣୀ (୪୫), ବାବାଜୀ ପରିଡ଼ା (୪୫), ମୂଳି ସ୍ବାଇଁ (୭୫) ଓ ପ୍ରମୋଦ ସାହାଣୀ ପ୍ରମୁଖ ବାର୍ହା ହାବୁଡ଼ରେ ପଡ଼ି ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଧୂଳ, ଗୈାରାଙ୍ଗ ଓ କଲ୍ୟାଣୀଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାର୍ହା ଏବେ ବି ଗ୍ରାମ ନିକଟରେ ଥିବା ଏକ ବଣ ଭିତରେ ଲୁଚି ରହିଛି।
Follow Us