How safe are women: ରାଉରକେଲା ପୁଲିସ ଜିଲ୍ଲାରେ ମାସରେ ୭ ନାବାଳିକା ଓ ମହିଳା ଦୁଷ୍କର୍ମର ଶିକାର,୨୩ ମାସରେ ୧୫୮ ଦୁଷ୍କର୍ମ ମାମଲା

Advertisment

ଦୁଷ୍କର୍ମ ଓ ଗଣଦୁଷ୍କର୍ମକାରୀକୁ କଠୋରଦଣ୍ଡ ସତ୍ତ୍ବେ ଏଭଳି କୁତ୍ସିତ ଓ ସମ୍ବେଦନଶୀଳ ଘଟଣା କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିଚାଲିଛି। ଯାହା କେବଳ ପରିବାର ନୁହେଁ ସରକାରଙ୍କ ଚିନ୍ତା ବଢ଼ାଇଛି....

ଦୁଷ୍କର୍ମ ଓ ଗଣଦୁଷ୍କର୍ମକାରୀକୁ କଠୋରଦଣ୍ଡ ସତ୍ତ୍ବେ ଏଭଳି କୁତ୍ସିତ ଓ ସମ୍ବେଦନଶୀଳ ଘଟଣା କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିଚାଲିଛି। ଯାହା କେବଳ ପରିବାର ନୁହେଁ ସରକାରଙ୍କ ଚିନ୍ତା ବଢ଼ାଇଛି....

158 rape cases in 23 months

158 rape cases in 23 months Photograph: (sambad.in)

ରାଉରକେଲା,:ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ନାବାଳିକା ଓ ମହିଳା ଅସୁରକ୍ଷିତ । ଉପାନ୍ତ ବ୍ଳକ୍‌ରେ ସ୍ଥିତି ଆହୁରି ଉଦ୍‌ବେଗଜନକ। ଦୁଷ୍କର୍ମ ଓ ଗଣଦୁଷ୍କର୍ମକାରୀକୁ କଠୋରଦଣ୍ଡ ସତ୍ତ୍ବେ ଏଭଳି କୁତ୍ସିତ ଓ ସମ୍ବେଦନଶୀଳ ଘଟଣା କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିଚାଲିଛି। ଯାହା କେବଳ ପରିବାର ନୁହେଁ ସରକାରଙ୍କ ଚିନ୍ତା ବଢ଼ାଇଛି।

ସଞ୍ଜ ନଇଁଲେ ମହିଳା ଓ ନାବାଳିକା ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଘରଠୁ ଅନତିଦୂର ଦୋକାନବଜାର କିମ୍ବା ଯାତ୍ରା ଉତ୍ସବକୁ ଯିବାକୁ ଭୟ କରୁଛନ୍ତି। ଏଥିରୁ ବାଦ୍‌ ପଡୁନାହାନ୍ତି କଲେଜ ଛାତ୍ରଛାତ୍ରୀ। ସୁନ୍ଦରଗଡ଼ର ରାଉରକେଲା ପୁଲିସ ଜିଲ୍ଲାରେ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି।

ଆହୁରି ପଢ଼ନ୍ତୁ:Deo River: ନିଶ୍ବାସ ଗଣୁଛି ଦେଓ ନଦୀ: ପାଣି ନାହିଁ, ବାଲି ଚାଲାଣ

ଗତ ୨୩ ମାସ (ଜାନୁଆରି ୨୦୨୪ରୁ ନଭେମ୍ବର୨୦୨୫)ରେ ମୋଟ ୧୫୮ ନାବାଳିକା ଓ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ହାରାହାରି ମାସକୁ ୭ ଜଣ ନାବାଳିକା ଓ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ରାଉରକେଲା ପୁଲିସ ଜିଲ୍ଲାରେ ମୋଟ ୨୪ ଥାନା ରହିଛି। ଗତ ୨୦୨୪ରେ  ମୋଟ ୯୫ଟି ଦୁଷ୍କର୍ମ ମାମଲା ବିିଭିନ୍ନ ଥାନାରେ ରୁଜୁ ହୋଇଥିଲା। ଏଥି ମଧ୍ୟରେ ରହିଛି ୬୩ ଟି ମାମଲା ରହିଛି ନାବାଳିକା ଓ ୩୨ଟି ମାମଲା ରହିଛି ମହିଳା। ସେମିତି ୨୦୨୫ ନଭେମ୍ବର ସୁଦ୍ଧା ମୋଟ ୬୩ଟି ଦୁଷ୍କର୍ମ ଓ ଗଣଦୁଷ୍କର୍ମ ମାମଲା ରୁଜୁ କରାଯାଇଛି।

ବ୍ରାହ୍ମଣୀତରଙ୍ଗ, ଲହୁଣିପଡା ଓ ରଘୁନାଥପାଲିରେ ଅଧିକ

ଏଥିରେ ୫୦ଟି ନାବାଳିକା ଓ ୧୩ଟି ମହିଳା ଦୁଷ୍କର୍ମ ମାମଲା ରହିଛି। ୨୦୨୪ରେ ସର୍ବାଧିକ ନାବାଳିକା ଦୁ‌ଷ୍କର୍ମ ମାମଲା ବ୍ରାହ୍ମଣୀତରଙ୍ଗ ଥାନାରେ ରୁଜୁ ହୋଇଛି। ଦ୍ବିତୀୟ ସ୍ଥାନରେ ରହିଛି ରାଉରକେଲା ସହର ଅନ୍ତର୍ଗତ ରଘୁଥପାଲୀ ଥାନାରେ। ପ୍ଲାଣ୍ଟସାଇଟ୍‌ ଓ ଉଦିତନଗର ଥାନାରେ ୬ଟି ଲେଖାଏଁ, ସେକ୍ଟର-୭, ବଣାଇ, ବିଶ୍ରା, ଲାଠିକଟା ଥାନାରେ ୩ଟି ଲେଖାଏଁ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଅନୁରୂପ ଭାବେ ୨୦୨୪ରେ ୩୨ ମହିଳା ଦୁଷ୍କର୍ମମାମଲାରୁ ସର୍ବାଧିକ ୭ ମାମଲା ରୁଜୁ ହୋଇଛି ଲହୁଣିପଡା ଥାନାରେ। 

ରଘୁନାଥପାଲୀ, ଝରିପାଣି ଥାନାରେ ୩ଟି ଲେଖାଏଁ, ଉଦିତନଗର, ବିଶ୍ରା ଓ ଲାଠିକଟା ଥାନାରେ ୨ଟି ଲେଖାଏଁ ମାମଲା ରୁଜୁ ହୋଇଛି। ୨୦୨୫ରେ ମୋଟ ୫୦ଟି ନାବଳିକା ଦୁ‌ଷ୍କର୍ମ ମାମଲାରୁ  ସର୍ବାଧିକ ମାମଲା ରୁଜୁ ହୋଇଛି ବ୍ରାହ୍ମଣୀତରଙ୍ଗ, ପ୍ଲାଣ୍ଟସାଇଟ୍‌, ଟାଙ୍ଗରପାଲି ଥାନାରେ। ପ୍ଲାଣ୍ଟସାଇଟ୍‌ରେ ୭ଟି, ବ୍ରାହ୍ମଣୀତରଙ୍ଗ ଓ  ଟାଙ୍ଗରପାଲିରେ ୬ ଜଣ ଲେଖାଏଁ ମାମଲା ରୁଜୁ ହୋଇଛି। ରଘୁନାଥପାଲୀ, କୋଇଡା, କେ. ବଲାଙ୍ଗ ଥାନାରେ ୩ଟି ଲେଖାଏଁ ମାମଲା ରୁଜୁ ହୋଇଛି।

ଆହୁରି ପଢ଼ନ୍ତୁ:Rare Surgery:ଉପଖଣ୍ଡ ଚିକିତ୍ସାଳୟରେ ବିରଳ ସଫଳ ଅସ୍ତ୍ରୋପଚାର: ଆଣ୍ଠୁରୁ ବାହାରିଲା ସାଇକେଲ ବ୍ରେକ୍ ଖଣ୍ଡ

ବିଶ୍ରା ଥାନାରେ ୬ଟି ମାମଲା ରୁଜୁ ହୋଇଥିଲାବେଳେ ଟିକାୟତପାଲି, ଝିରପାଣି, ଲହୁଣିପଡା, ଚାନ୍ଦିପୋଷ,  ଲାଠିକଟା,  ବଣାଇ ଥାନାରେ ମଧ୍ୟ ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ୧୩ ମହିଳା ଦୁଷ୍କର୍ମ ମାମଲାରୁ ସର୍ବାଧିକ ୬ଟି ମାମଲା ବିଶ୍ରା ଥାନାରେ। ଲହୁଣିପଡ଼ାରେ ୩ଟି , ରଘୁନାଥପାଲି, ବ୍ରାହ୍ମଣୀତରଙ୍ଗ, ଲାଠିକଟା ଓ ମହିଳା ଥାନାରେ ଗୋଟିଏ ଲେଖାଏଁ ମହିଳା ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ଜିଲ୍ଲା ପୁଲିସ ମୁଖ୍ୟାଳୟରୁ ସୂଚନା ଦିଆଯାଇଛି।

ରିପୋର୍ଟ: ମଳୟ ରଞ୍ଜନ ସାହୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe