ପୁଣି ୭ଜଣଙ୍କର କରୋନାରେ ପ୍ରାଣହାନି, ରାଜ୍ୟରେ ମୃତକଙ୍କ ସଂଖ୍ୟା ୫୩୮ ହେଲା

Advertisment
ପୁଣି ୭ଜଣଙ୍କର କରୋନାରେ ପ୍ରାଣହାନି, ରାଜ୍ୟରେ ମୃତକଙ୍କ ସଂଖ୍ୟା ୫୩୮ ହେଲା

ଭୁବନେଶ୍ବର: ଆଜି ରାଜ୍ୟରେ ୩୫୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୬୧ ଓ ସ୍ଥାନୀୟ ଅଞ୍ଚଳରୁ ୧୩୮୨ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୨୦ ହଜାର ୨୨୧କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେଣେ ଆଜି ୭ଜଣଙ୍କର କରୋନାରେ ପ୍ରାଣହାନି ଘଟିଛି। ଏହାଫଳରେ ରାଜ୍ୟରେ ମୃତକଙ୍କ ସଂଖ୍ୟା ୫୩୮ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆଜି କେତେଜଣ କରୋନା ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାର ୨ ମୃତକଙ୍କ ମଧ୍ୟରୁ ଭୁବନେଶ୍ବରର ଜଣେ ୭୦ବର୍ଷ ବୟସ୍କ ପୁରୁଷ ଅଛନ୍ତି। ଏହା ଛଡ଼ା ଖୋର୍ଦ୍ଧା ଜିଲ୍ଲାର ଜଣେ ୫୯ ବର୍ଷିୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମର ଯେଉଁ ପୁରୁଷ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି ତାଙ୍କର ବୟସ ୭୬ ବର୍ଷ। ସୁନ୍ଦରଗଡ଼ର ଜଣେ ୬୮ ବର୍ଷିୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଠିକ୍ ସେହିପରି କଟକର ଜଣେ ୬୮ ଓ ବଲାଙ୍ଗୀରର ଜଣେ ୭୮ ବର୍ଷିୟ ପୁରୁଷ ସଂକ୍ରମିତଙ୍କ ପ୍ରାଣହାନି ଘଟିଛି।ଏହାଛଡ଼ା ମାଲକାନଗିରିର ଜଣେ ୧୩ ବର୍ଷର ନାବାଳକଙ୍କର ବି କରାେନାରେ ମୃତ୍ୟୁ ହୋଇଛି।

ଏବେ ରାଜ୍ୟରେ ମୋଟ୍ ୯୦୩୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୨୯୯ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe