୭ ପିଇଓ ନିଲମ୍ବିତ

Advertisment
୭ ପିଇଓ ନିଲମ୍ବିତ

ଭଦ୍ରକ : ଆବାସଯୋଜନାରେ ଆଶାନୁରୁପ ସଫଳତା ମିଳି ନ ଥିବା କାରଣରୁ ଭଦ୍ରକ ଜିଲ୍ଲାର ୭ ଜଣ ପିଇଓଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି। ସୂଚନା ଅନୁଯାୟୀ ଜିଲ୍ଲାର ବିଭିନ୍ନ ବ୍ଲକରେ ଆବାସ ଯୋଜନାରେ ଅନିୟମିତତା ନେଇ ଅଭିଯୋଗ ହୋଇ ଆସୁଥିଲା। ଯୋଜନା ଆଶାନୁରୂପ ସଫଳ ନହେବା ଓ ଅନେକ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଥିବା ଅଭିଯୋଗର ସମୀକ୍ଷା କରିଥିଲେ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ। ଶେଷରେ ଆଜି ୭ ଜଣ ପଞ୍ଚାୟତ କାଯ୍ୟର୍ନିର୍ବାହୀ ଅଧିକାରୀଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି। ନିଲମ୍ବିତ ହୋଇଥିବା ପିଇଓମାନେ ହେଲେ ଭଦ୍ରକ ବ୍ଲକ ବିଷ୍ଣୁପୁରବିନ୍ଧା ପଞ୍ଚାୟତ ପିଇଓ ବିଶ୍ୱନାଥ ମହାରଣା, ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତର ପ୍ରକାଶ ନାୟକ, ବାସୁଦେବପୁର ଜଗନ୍ନାଥପ୍ରସାଦ ପଞ୍ଚାୟତର ଜଗନ୍ନାଥ ଦେହୁରୀ, ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତର ପୂର୍ଣ୍ଣଚନ୍ଦ୍ର ସାହୁ, ଚାନ୍ଦବାଲି ବ୍ଲକ ଭୂଇଁବୃତ୍ତି ପଞ୍ଚାୟତର ଅଜୟ କୁମାର ବଳ, ଧାମନଗର ବ୍ଲକ ଦୋବଲ ପଞ୍ଚାୟତର ଆଦିତ୍ୟ କୁମାର କୁଅଁର, ତିହିଡି ବ୍ଲକ ଦୌଲତପୁର ପଞ୍ଚାୟତର ନଳିକୀକାନ୍ତ ଦାସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe