ଝରିଗାଁ ବ୍ଲକରେ ବାଟବଣା ଆବାସ ଯୋଜନା: ଗୋଟିଏ କଠୋରୀରେ ପରିବାରର ସାତ ସଦସ୍ୟ

ଝରିଗାଁ ବ୍ଲକରେ ବାଟବଣା ଆବାସ ଯୋଜନା: ଗୋଟିଏ କଠୋରୀରେ ପରିବାରର ସାତ ସଦସ୍ୟ

ଝରିଗାଁ: ବାପା ନିର୍ମାଣ କରିଥିବା ମାଟି ଘର ଗତ କିଛି ବର୍ଷ ତଳେ ନଷ୍ଟ ହୋଇ ଯାଇଥିଲା। ରହିବା ପାଇଁ ଘର ନଥିବା ବେଳେ ପୁଅ ଆବାସ ଯୋଜନାରେ ଘର ପାଇଁ ଆବେଦନ କରିଥିଲେ। ଆବେଦନ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଶେଷରେ କୁଳି କାମ କରି ଟଙ୍କା ସଞ୍ଚୟ କରିବା ସହ ଧାର ଉଧାର କରି ମାଟିରେ ଏକ ବଖରା ଘର ତିଆରି କରି ସେହି ବଖରାରେ ଗୋଟିଏ ପରିବାରର ସାତ ଜଣ ସଦସ୍ୟ ରହୁଛନ୍ତି। ଏହିଭଳି ଅଭାବନୀୟ ଦୃଶ୍ୟ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ବଡନୀ ଗ୍ରାମରେ ଦେଖିବାକୁ ମିଳିଛି। ଏହିଭଳି ଦୃଶ୍ୟ ଦେଖିବା ପରେ ଝରିଗାଁ ବ୍ଳକରେ ଆବାସ ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ପ୍ରକରେ ବଡନୀ ଗ୍ରାମର ଠାକୁରାଣୀ ପୂଜକ ଜୟରାମ ଜାନୀ ଦୀର୍ଘ ବର୍ଷ ଧରି ବଡନୀ ଗ୍ରାମରେ ରହି ଆସୁଛନ୍ତି। ଜୟରାମ ଜାନୀଙ୍କ ବାପା ଦୀର୍ଘ ବର୍ଷ ତଳେ ତିନି ବଖରା ବିଶିଷ୍ଟ ମାଟି ଘର ନିର୍ମାଣ କରିଥିଲେ। ସେହି ମାଟିରେ ନିର୍ମାଣ ଘର ବର୍ଷା ପାଣିରେ ନଷ୍ଟ ହେବାରେ ଲାଗିଲା। ଏପରିକି ଗୋଟିଏ ପାର୍ଶ୍ଵର କାନ୍ଥ ଦବି ଯିବା ସହ କାନ୍ଥରେ ଫାଟ ଦେଖା ଦେଇଥିଲା। ସୁରକ୍ଷା ଦୃଷ୍ଟିରୁ ସେହି ମାଟି ଘରେ ରହିବା ସମ୍ଭବ ହୋଇ ନଥିଲା।ଜୟରାମ ମଧ୍ୟ ଆବାସ ଘର ପାଇଁ ବହୁବାର ଆବେଦନ କରିଥିଲେ।କିନ୍ତୁ ଆବାସ ଯୋଜନାରେ ଘରଟିଏ ମିଳିନଥିଲା। ଶେଷରେ ଧାର ଉଧାର କରି ଗତ ତିନି ବର୍ଷ ତଳେ ଆଠ ପୁଟ ଓସାର ଏବଂ ଦଶ ଫୁଟ ଲମ୍ବାର ଏକ ବଖରା ମାଟି ଘର ନିର୍ମାଣ କରିଥିଲେ। ଜୟରାମଙ୍କ ପରିବାରର ଏଗାର ଜଣ ମଧ୍ୟରୁ ୪ ପୁଅ ବିବାହ ପରେ ଅଲଗା ରହୁଥିବା ବେଳେ ସାତ ଜଣ ସଦସ୍ୟ ସେହି ଗୋଟିଏ ବଖରାରେ ରହୁଛନ୍ତି। ସେହି ଗୋଟିଏ ବଖରାରେ ରୋଷେଇ ହେବା ସହ ଶୋଇବା ରହିବା କରୁଛନ୍ତି।

ଜୟରାମ ଏବଂ ତାଙ୍କ ପତ୍ନୀ ଧନମତୀ ଗ୍ରାମରେ କୁଳି କାମ କରି ଯାହା ରୋଜଗାର କରନ୍ତି ସେଥିରେ ପରିବାର ପୋଷଣ କରିଥାନ୍ତି। ସେହିପରି ଜୟରାମଙ୍କ ପୁଅ ଶୟମ୍ବର ଯାନୀ (୧୦), ତିଳଚନ୍ଦ ଯାନୀ (୧୬) ଏବଂ ଝିଅ ସୀତା ଯାନୀ (୧୭) ଅଧାରୁ ପାଠ ଛାଡ଼ି ଦେଇ ଘରେ କାମ କରୁଥିବା ବେଳେ ଉର୍ବଶୀ ଯାନୀ(୯), ଶିବ ଯାନୀ(୧୩) ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ୁଥିବା ପରିବାର ଲୋକ କହିଛନ୍ତି। ପ୍ରଶାସନ ପକ୍ଷରୁ ପରିବାରର କିଛି ସଦସ୍ୟଙ୍କୁ ଚାଉଳ ମିଳୁଥିବା ଜୟରାମ କହିଛନ୍ତି।ପ୍ରଶାସନ ପକ୍ଷରୁ ଆଶ୍ରୟ ନେବା ପାଇଁ ଗୋଟିଏ ଆବାସ ଗୃହ ସହ ପରିବାରର ସମସ୍ତଙ୍କୁ ଚାଉଳ ଯୋଗାଇ ଦେବା ପାଇଁ ପରିବାର ପକ୍ଷରୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe