ପଶ୍ଚିମ ଓଡ଼ିଶାରେ ୭ ଚିହ୍ନଟ: ୮ ଜିଲ୍ଲାରେ ଦୈନିକ ସଂକ୍ରମଣ ଶୂନ

Advertisment
ପଶ୍ଚିମ ଓଡ଼ିଶାରେ ୭ ଚିହ୍ନଟ: ୮ ଜିଲ୍ଲାରେ ଦୈନିକ ସଂକ୍ରମଣ ଶୂନ

Nature

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ଲଗାତାର ଭାବେ ହ୍ରାସ ପାଉଛି। ଦୈନିକ ସଂକ୍ରମଣ ହ୍ରାସ ପାଇବା ସହ ଚିକିତ୍ସାଧୀନ ଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ବି କମୁଛି। ମଙ୍ଗଳବାର ପୂରା ପଶ୍ଚିମ ଓଡ଼ିଶାରେ ମାତ୍ର ୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୫ ଜଣ ରହିଥିବା ବେଳେ ସମ୍ବଲପୁରରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲା ସୁବର୍ଣ୍ଣପୁର, ନୂଆପଡ଼ା, କଳାହାଣ୍ଡି, ଝାରସୁଗୁଡ଼ା, ଦେବଗଡ଼, ବଲାଙ୍ଗୀର, ବୌଦ୍ଧ ଓ ବରଗଡ଼ରୁ ମଙ୍ଗଳବାର ଜଣେ ବି କରୋନା ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି। ଯାହା ପଶ୍ଚିମ ଓଡ଼ିଶାବାସୀ ଓ ପ୍ରଶାସନକୁ ଆଶ୍ବସ୍ତୀ ଦେଇଛି। କେବଳ ସେତିକି ନୁହେଁ ପଶ୍ଚିମ ଓଡ଼ିଶାର ୪ ଜିଲ୍ଲାରେ ଚିକିତ୍ସାଧୀନ ଥିବା ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କରେ ରହିଥିବା ବେଳେ କଳାହାଣ୍ଡି ପ୍ରଥମ ଜିଲ୍ଲା ଭାବେ ସଂକ୍ରମଣ ଶୂନ୍ୟ ହୋଇଛି। ସୁନ୍ଦରଗଡ଼ରେ ସର୍ବାଧିକ ୪୦ ଜଣ ସଂକ୍ରମିତ ଚିକିତ୍ସାଧୀନ ଥିବା ବେଳେ ସମ୍ବଲପୁରରେ ୨୭ ଜଣ, ବଲାଙ୍ଗୀରରେ ୨୩ ଜଣ, ବୌଦ୍ଧରେ ୨୬ ଜଣ, ବରଗଡ଼ରେ ୧୦ ଜଣ, ସୁବର୍ଣ୍ଣପୁରରେ ୭ ଜଣ, ଦେବଗଡ଼ରେ ୫ ଜଣ ଏବଂ ଝାରସୁଗୁଡ଼ା ଓ ନୂଆପଡ଼ାରେ ୨ ଜଣ ଲେଖାଏଁ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।

ଅନ୍ୟପଟେ ସୋମବାର ଦିନ ସମ୍ବଲପୁରରେ ପଶ୍ଚିମ ଓଡ଼ିଶାର ସର୍ବାଧିକ ତଥା ଓଡ଼ିଶାର ଦ୍ବିତୀୟ ସର୍ବାଧିକ କୋଭିଡ୍‌ ଟେଷ୍ଟ କରାଯାଇଥିଲା। ସମ୍ବଲପୁରରେ ୨୩୧୩ ଜଣଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିବା ବେଳେ କଳାହାଣ୍ଡିରେ ୧୫୯୭, ସୁନ୍ଦରଗଡ଼ରେ ୧୫୪୪, ବରଗଡ଼ରେ ୧୧୪୬, ବଲାଙ୍ଗୀରରେ ୧୦୦୯, ଝାରସୁଗୁଡ଼ାରେ ୭୮୪, ନୂଆପଡ଼ାରେ ୭୮୩, ଦେବଗଡ଼ରେ ୭୧୬, ବୌଦ୍ଧରେ ୬୫୬ ଓ ସୁବର୍ଣ୍ଣପୁରରେ ୩୧୫ ଜଣଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe