ଏନ୍‌ଆଇଟିରେ ଆକ୍ରାନ୍ତ ସଂଖ୍ୟା ୭ ପହଁଚିଲା, ସମସ୍ତେ ସଂଗରୋଧରେ

Advertisment
ଏନଆଇଟି ସଂକ୍ରମଣ ସଂଖ୍ୟା ୧୪କୁ ବଢ଼ିଲା

ରାଉରକେଲା: ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆ‌ଇଟି)ରେ କରୋନା ସଂକ୍ରମଣ ସଂଖ୍ୟା ୭ରେ ପହଂଚିଛି। ସମସ୍ତ ସଂକ୍ରମିତଙ୍କୁ ସଂଗରୋଧରେ ରଖାଯାଇଥିବା ବେଳେ କର୍ତ୍ତୃପକ୍ଷ ବିଭିନ୍ନ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ପ୍ରଥମେ ଗତ ୧୦ ତାରିଖ, ୧୫ ତାରିଖ ଓ ୨୨ ତାରିଖ ଯାଏଁ ୩ ଛାତ୍ରଛାତ୍ରୀ ସଂକ୍ରମିତ ଥିବା ଜଣାପଡିଥିଲା। ଏହାର ଦିନକ ପରେ ଆଉ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ।

ସଂକ୍ରମିତ ହୋଇଥିବା ମୋଟ ୭ଜଣ ଛାତ୍ରଛାତ୍ରୀ ସଂଗରୋଧରେ ଓ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସୂଚନା ଦେଇଛନ୍ତି ରେଜିଷ୍ଟ୍ରାର ପ୍ରଫେସର ପି.କେ.ଦାସ। ପ୍ରସ୍ତାବିତ ସେମିଷ୍ଟାର ପରୀକ୍ଷା ଅନ୍ଲା‌ଇନ୍‌ ମାଧ୍ୟମରେ କରିବାକୁ ସିନେଟ ବୈଠକରେ ନିଷ୍ପତ୍ତି ହୋଇସାରିଛି। ଏଣୁ ଛାତ୍ରଛାତ୍ରୀ ହଷ୍ଟେଲ ଛାଡିବା ପୂର୍ବରୁ ସମସ୍ତଙ୍କ କୋଭିଡ ଟେଷ୍ଟ କରାଯିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି।

ସେହିଭଳି ସଂକ୍ରମିତ ଥିବା ଛାତ୍ରଛାତ୍ରୀଙ୍କ କଣ୍ଟାକ୍ଟ ଟ୍ରେସିଂ ଆଧାରରେ ମଧ୍ୟ ଟେଷ୍ଟିଂ ଆରମ୍ଭ କରାଯାଇଛି। ଏହାମଧ୍ୟରେ ଗତ ତିନିଦିନ ହେଲା ପ୍ରାୟ ୪ ଶହରୁ ଅଧିକ ଛାତ୍ରଛାତ୍ରୀଙ୍କ କୋଭିଡ ପରୀକ୍ଷା ହୋଇଛି। ସ୍ୱାବ ସଂଗ୍ରହ ଓ ନମୁନା ପ୍ରକ୍ରିୟାକୁ ଆଗାମୀ ଦିନରେ ତ୍ୱରାନ୍ୱିତ କରାଯିବ। ଆସନ୍ତାକାଲିଠାରୁ ୩ଟି ଟିମ ନମୁନା ସଂଗ୍ରହ ଓ ପରୀକ୍ଷା ପ୍ରକ୍ରିୟାରେ ନିଯୁକ୍ତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe