କଟକ: ଆଜି କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ୩୨ ନୂଆ କୋଭିଡ୍-୧୯ ସଂକ୍ରମଣ ମାମଲାରୁ ୭ଟି ପିଜିଟିଭ୍ କଟକ ମହାନଗର ନିଗମ ଅଞ୍ଚଳର ବୋଲି ସିଏମ୍ସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। କରୋନା ପଜିଟିଭ୍ ଚିହ୍ନଟ ବ୍ୟକ୍ତିମାନେ କଟକ ସହର ଅନ୍ତର୍ଗତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ହୋଇଥିବା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ଏ ନେଇ ସିଏମସି କମିସନର ମଧ୍ୟ ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି।
କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ କରୋନାଭାଇରସ୍ ସଂକ୍ରମିତ ହୋଇଥିବା ଏହି ବ୍ୟକ୍ତିମାନେ ହେଉଛନ୍ତି କାଠଗଡ଼ା ସାହିର ଜଣେ ୩୩ ବର୍ଷୀୟ ମହିଳା, ଥୋରିଆସାହିର ଜଣେ ୫୨ ବର୍ଷୀୟ ମହିଳା, ନୂଆପାଟଣାର ଜଣେ ୩୦ ବର୍ଷୀୟ ମହିଳା, ମଙ୍ଗଳାବାଗର ଜଣେ ୨୩ ବର୍ଷିୟ ଯୁବକ ଏବଂ ଜଗତ୍ପୁରର ଜଣେ ୪୫ ବର୍ଷିୟ ପୁରୁଷ। ଏମାନଙ୍କ ମଧ୍ୟରେ କୋଭିଡ୍ ଯୋଦ୍ଧା ଥିବା ଜଣାପଡ଼ିଛି।
ଏହି ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ ଚାଲିଛି। ଏଥିସହ ସମ୍ପୃକ୍ତ ଅଞ୍ଚଳରେ ସାନିଟାଇଜେସନ୍ ଚାଲିଥିବା କଥା ସିଏମ୍ସି ସୂଚନା ଦେଇଛି। ଉପରୋକ୍ତ ଆକ୍ରାନ୍ତଙ୍କ ବ୍ୟତୀତ ଅନ୍ୟ ଜିଲ୍ଲାର ଚାରିଜଣ ଆକ୍ରାନ୍ତ ମଧ୍ୟ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ କେନ୍ଦ୍ରରେ ଚିହ୍ନଟ ହୋଇଥିବା ସିଏମ୍ସି କହିଛି।
ଅନ୍ୟ ଜଣେ ହେଉଛନ୍ତି ମହାନଦୀ ବିହାରର ଜଣେ ୪୦ ବର୍ଷୀୟ ମହିଳା। ସେ ମହିଳାଙ୍କ ପରିବାର ସହ ପୂର୍ବରୁ ଜଣେ ସଦସ୍ୟ କରୋନାଭାଇରସ୍ ପଜିଟିଭ୍ ହୋଇଥିବା ରିପୋର୍ଟ ଆସିଥିଲା।
Follow Us