ଅଭିଯୁକ୍ତକୁ ୭ ବର୍ଷ କାରାଦଣ୍ଡ

Advertisment
୧୫୦୦୦ ଟଙ୍କା ଲାଞ୍ଚ ନେଇ ଜେଲ ଗଲେ ଜେଇ

ଅନୁଗୁଳ: ଆଜି ସ୍ବତନ୍ତ୍ର ତ୍ବରିତ ନ୍ୟାୟାଳୟ ତଥା ସହକାରୀ ଦୌରାଜଜ ପ୍ରଣତି ପଟ୍ଟନାୟକ ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ୭ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅନୁଗୁଳ ସହର ରାଜକିଶୋର ପଡ଼ାର ଜଣେ ୧୫ବର୍ଷ ବାଳିକାକୁ ଅଂଜନ ସ୍ବାଇଁ ଓରଫ ବାବୁ(୩୪) ନାମକ ଜଣେ ଯୁବକ ଦୁଷ୍କର୍ମ କରିଥିଲା। ଅଂଜନର ଘର ପରଜଂଗ ପାଖ ବସୁଲୋଇ ଗାଁରେ ହୋଇଥିବା ବେଳେ ସେ ରାଜକିଶୋର ପଡ଼ାରେ ଘର ଭଡ଼ା ନେଇ ରହୁଥିଲା। ଘଟଣା ଦିନ ଅପରାହ୍‌ଣ ୨ଟାରେ ପୀଡ଼ିତା ଘରେ ଏକାକୀ ଥିବାର ସୁଯୋଗ ନେଇ ଅଂଜନ ତାଙ୍କୁ ଦୁଷ୍କର୍ମ କରିଥିଲା। କେବଳ ସେତିକି ନୁହେଁ, ବିବାହର ପ୍ରଲୋଭନ ଦେଖାଇ ଘଟଣା ସଂକ୍ରାନ୍ତରେ କାହାରିକୁ କିଛି ନକହିବା ପାଇଁ କହିଥିଲା। ପୀଡ଼ିତା କିନ୍ତୁ ଏ ସଂକ୍ରାନ୍ତରେ ପରିବାର ଲୋକଙ୍କୁ ଜଣାଇବା ପରେ ତାଙ୍କ ମା’ ଅଭିଯୁକ୍ତ ଅଂଜନଙ୍କ ଘରକୁ ଯାଇ ବିବାହ ପାଇଁ ଆଲୋଚନା କରିଥିଲେ। ଅଭିଯୁକ୍ତ କିନ୍ତୁ ବିବାହ କରିବାକୁ ‌େରାକଠୋକ ମନା କରିବା ସହ ପାଲଟା ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏଭଳି ସ୍ଥିତିରେ ଦୁଷ୍କର୍ମ ଘଟଣାର ପ୍ରାୟ ଦୁଇ ମାସ ପରେ ଗତ ୬ ମାର୍ଚ ୨୦୦୯ରେ ଅନୁଗୁଳ ଥାନାରେ ପୀଡ଼ିତାଙ୍କ ମା’ ଅଭିଯୋଗ କରିଥିଲେ। ଏହି ମାମଲାର ବିଚାର ବେଳେ ୧୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଆ‌ଇପିସିର ଦଫା ୩୭୬ରେ ସ୍ବତନ୍ତ୍ର ତ୍ବରିତ ନ୍ୟାୟାଳୟ ତଥା ସହକାରୀ ଦୌରାଜଜ ଅଭିଯୁକ୍ତ ଅଂଜନ ସ୍ବାଇଁକୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଆହୁରି ୬ ମାସ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁକଟର ପ୍ରଦୀପ ଭୁତିଆ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe