୭ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

Advertisment
ବାଉଁଶ ଫାଳିଆରେ ପିଟି ପିଟି ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତ ସ୍ବାମୀକୁ ବାନ୍ଧିଲା ପୁଲିସ

Image Courtesy of NDTV

ଘଟଗାଁ: ଘଟଗାଁଠାରୁ ମାତ୍ର ୫ କିମି ଦୂରରେ ଘଟିଯାଇଛି ଏକ ସ୍ପର୍ଶକାତର ଏବଂ ଅଭାବନୀୟ ଘଟଣା। ବିବାହ ଭୋଜି ଖାଇ ଫେରୁଥିବା ଜଣେ ୭ ବର୍ଷର ଶିଶୁ କନ୍ୟାକୁ  ରାସ୍ତାରୁ ଟେକିନେଇ କାମାନ୍ଧ ଯୁବକ ଅଜୟ କୁମାର ନାଏକ(୪୫) ଦୁଷ୍କର୍ମ କରିଛି। ସଂପୃକ୍ତ ଶିଶୁଙ୍କ ଜେଜେବାପାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।

ସୂଚନା ଅନୁଯାୟୀ, ଶିଶୁ କନ୍ୟାଟି ନିଜ ଜେଜେମା ସହିତ ପଡୋଶୀ ଘରକୁ ବିବାହ ଭୋଜି ଖାଇବାକୁ ଯାଇଥିଲା। ଭୋଜିଖାଇ ସାରିବା ପରେ ଶିଶୁଟି ଏକୁଟିଆ ଘରକୁ ଫେରୁଥିବା ବେଳେ ତରା ଗ୍ରାମର ଚକ୍ରଧର ନାଏକଙ୍କ ବିବାହିତ ପୁଅ ଅଜୟଙ୍କ ହାବୁଡ଼ରେ ପଡିଯାଇଥିଲା। ସେ ତାକୁ ରାସ୍ତାରୁ ଟେକି ନେଇ ଏକ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିଥିଲା। ଜେଜେମା ଘରକୁ ଫେରିବା ପରେ ନାତୁଣୀକୁ ନ ପାଇବାରୁ ଖୋ‌ଜାଖୋଜି କରିଥିଲେ। ବହୁ ଖୋଜାଖୋଜି ପରେ ରାତି ପ୍ରାୟ ୧୧ଟା ବେଳେ ଶିଶୁକନ୍ୟାଟିକୁ ମୁମୂର୍ଷୁ ଅବସ୍ଥାରେ ଠାବ କରାଯାଇଥିଲା। ତୁରନ୍ତ ତାକୁ ଘଟଣା ଡାକ୍ତରଖାନାକୁ ନିଆଯାଇଥିଲା। ଦୁଷ୍କର୍ମ ସଂପର୍କରେ ଜାଣିବା ପରେ ଶିଶୁକନ୍ୟାର ଜେଜେବାପା ଘଟଗାଁ ଥାନାରେ ଏତଲା ଦେଇଥିଲେ। ପୁଲିସ ଅଭି‌ଯୋଗ ପାଇ ଛାନଭିନ୍ କରିଥିଲା। ଘଟଗାଁ ଥାନା ଅଧିକାରୀ ସୁବ୍ରତ କୁମାର ସଦଳ ବଳେ ତରା ଗ୍ରାମରେ ଚଢ଼ଉ କରି ଅଭିଯୁକ୍ତ ଅଜୟକୁ ଗିରଫ କରିଥିଲେ। ପଚରାଉଚରା ପରେ ସେ ଦୁଷ୍କର୍ମ କରିଥିବା ପୁଲିସ ନିକଟରେ ସ୍ବୀକାର କରିଛି। ଆଜି  ସମ୍ପୃକ୍ତ ଶିଶୁକନ୍ୟାର ଡାକ୍ତରୀ ମାଇନା କରାଯାଇଛି। ଅଭିଯୁକ୍ତର ବୟାନ ରେକର୍ଡ  ପରେ ଅପରାହ୍ଣରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe