ଏଟିଏମ୍ ଲୁଟ୍‌ ଘଟଣାରେ ୭ବର୍ଷ କାରାଦଣ୍ଡ: ସଜା ଶୁଣି କୋର୍ଟରୁ ୨ ଲୁଟେରା ଚମ୍ପଟ

Advertisment

ବହୁ ଚର୍ଚ୍ଚିତ ଏଟିଏମ୍‌ ଲୁଟ ଘଟଣାର ରାୟ ଶୁଣାଣି ପରେ କୋର୍ଟ ପରିସରରୁ ଚମ୍ପଟ ମାରିଛନ୍ତି ଦୁଇ ଲୁଟେରା। ଯାହା ପୁଲିସର ମୁଣ୍ଡବ୍ୟଥାକୁ ବଢ଼ାଇଥିଲା ବେଳେ ସାନି ମାମଲା ରୁଜୁ କରି ସନ୍ଧାନ ଆରମ୍ଭ କରିଛି।

ବହୁ ଚର୍ଚ୍ଚିତ ଏଟିଏମ୍‌ ଲୁଟ ଘଟଣାର ରାୟ ଶୁଣାଣି ପରେ କୋର୍ଟ ପରିସରରୁ ଚମ୍ପଟ ମାରିଛନ୍ତି ଦୁଇ ଲୁଟେରା। ଯାହା ପୁଲିସର ମୁଣ୍ଡବ୍ୟଥାକୁ ବଢ଼ାଇଥିଲା ବେଳେ ସାନି ମାମଲା ରୁଜୁ କରି ସନ୍ଧାନ ଆରମ୍ଭ କରିଛି।

ssffsfsf

ନବରଙ୍ଗପୁର: ବହୁ ଚର୍ଚ୍ଚିତ ଏଟିଏମ୍‌ ଲୁଟ ଘଟଣାର ରାୟ ଶୁଣାଣି ପରେ କୋର୍ଟ ପରିସରରୁ ଚମ୍ପଟ ମାରିଛନ୍ତି ଦୁଇ ଲୁଟେରା। ଯାହା ପୁଲିସର ମୁଣ୍ଡବ୍ୟଥାକୁ ବଢ଼ାଇଥିଲା ବେଳେ ସାନି ମାମଲା ରୁଜୁ କରି ସନ୍ଧାନ ଆରମ୍ଭ କରିଛି। ଅନ୍ୟପକ୍ଷରେ କୋର୍ଟରେ ପୁଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ‌ଦୁଇ ଲୁଟେରା ଫେରାର ହୋଇଛନ୍ତି ନା ସେମାନଙ୍କୁ କେହି ଜାଣିଶୁଣି ଖସାଇ ଦେଇଛି ବୋଲି ଜୋର୍‌ଦାର ଚର୍ଚ୍ଚା ହେଉଛି।

ଚଳିତବର୍ଷ ଜାନୁଆରି ୩୧ ରାତିରେ ନବରଙ୍ଗପୁର ବ୍ଲକ୍‌ କାର୍ଯ୍ୟାଳୟ ନିକଟସ୍ଥ ଏସ୍‌ବିଆଇ ଏଟିଏମ୍‌ ଲୁଟ୍‌ ପରେ ପୋଡ଼ି ଦେଇଥିଲେ ଦୁର୍ବୃତ୍ତ। ପୁଲିସ ସେହି ରାତିରେ ହିଁ ଲୁଟେରାଙ୍କ ପିଛା କରିଥିଲା। ଡାବୁଗାଁ ଜଙ୍ଗଲରୁ ୫ଜଣ ରାଜ୍ୟ ବାହାର ଲୁଟେରାଙ୍କୁ ବହୁ କଷ୍ଟରେ କାବୁ କରିଥିଲା। ସେମାନେ ହେଲେ ବିହାର ପିରାରୀ ଗାଁର ନିଖିଳ କୁମାର (୩୨), ହରିୟାଣା ପଞ୍ଚଗାଁର ସକିଲ ଖାନ (୨୧), ହରିୟାଣା ଶିଖରପୁରର ଜହୁଲ ଖାନ (୨୭), ପଞ୍ଚାଗାଁର ସାହାରୁଖ ଖାନ (୨୭) ଓ ହରିୟାଣା ଶିଖରପୁରର ଫୋଜି ଖାନ ଓରଫ ଫାଜଲ। ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ମାମଲା କୋର୍ଟରେ ବିଚାରାଧୀନ ରହିଥିବା ବେଳେ ଆଜି ରାୟ ପ୍ରକାଶ ପାଇଛି। 

ସହକାରୀ ଦୌରା ଜଜ୍‌ ସୀମା ତ୍ରିପାଠୀ ମାମଲାର ୫ ଅଭିଯୁକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ୭ବର୍ଷ ସଶ୍ରମ କାରାଦଣ୍ଡ ସହ ୨ହଜାର ଟଙ୍କା ଲେଖାଏଁ ଜରିମାନା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ୨୫ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଏହି ରାୟ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ୪ମାସ ଅତିରିକ୍ତ କାରାଦଣ୍ଡ ନିମନ୍ତେ ରାୟରେ ଉଲ୍ଲେଖ ହୋଇଛି। ମାମଲାକୁ ଅତିରିକ୍ତ ପିପି ମୀନକେତନ ପୂଜାରୀ ପରିଚାଳନା କରୁଥିଲେ। ପୂର୍ବରୁ ଏହି ମାମଲାରେ ସକିଲ ଖାନ ଏବଂ ସାହାରୁଖ ଖାନକୁ କୋର୍ଟ ଜାମିନ ଦେଇଥିଲେ। ଅନ୍ୟ ୩ଜଣ ବିଚାର ବିଭାଗୀୟ ହାଜତରେ ରହିଥିଲେ। ଆଜି ରାୟ ଶୁଣାଣି ହୋଇଥିବାରୁ ସକିଲ ଏବଂ ସାହାରୁଖ କୋର୍ଟକୁ ଆସିଥିଲେ। ସଜା ଶୁଣିବା ପରେ ଦୁହେଁ ଚକ୍‌ମା ଦେଇ କେଉଁ ଆଡ଼େ ଫେରାର ହୋଇ ଯାଇଥିଲେ। ଖବର ପାଇ ନବରଙ୍ଗପୁର ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଏ ନେଇ ନବରଙ୍ଗପୁର ଏସ୍‌ପି ମିହିର କୁମାର ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ଦୁଇ ଲୁଟେରା ଚମ୍ପଟ ମାରିଥିବା ଖବର ମିଳିଛି ‌ବୋଲି କହିଛନ୍ତି। ନବରଙ୍ଗପୁର ଏସ୍‌ଡିପିଓ ଏବଂ ଥାନା ଅଧିକାରୀଙ୍କ ନେତୃତ୍ବରେ ଟିମ୍‌ ଗଠନ କରାଯାଇଛି। ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ବ୍ଲକିଂ କରି ଯାଞ୍ଚକୁ କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe