ଯୁବ ସ୍ୱାଭିମାନ ଦିବସ ଅବସରରେ ରାଜ୍ୟର ୭୦ଟି ସ୍ଥାନରେ ରକ୍ତଦାନ ଶିବିର ଆୟୋଜିତ

ଯୁବ ସ୍ୱାଭିମାନ ଦିବସ ଅବସରରେ ରାଜ୍ୟର ୭୦ଟି ସ୍ଥାନରେ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର: ଆଜି ଯୁବ ସ୍ୱାଭିମାନ ଦିବସ ପାଳନ ଅବସରରେ ‘ସମ୍ବାଦ’ ଓ ‘ଆମ ଓଡ଼ିିଶା’ର ମିଳିତ ଆନୁକୂଲ୍ୟରେ ରାଜ୍ୟର ୭୦ଟି ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯାଉଛିି। ରକ୍ତ ଅଭାବରେ କାହାରିକୁ ମରିବାକୁ ଦିଆଯିବ ନାହିଁ ବୋଲି ଆହ୍ଵାନ ଦେଇ ସମଗ୍ର ରାଜ୍ୟରେ ରକ୍ତଦାନ ନେଇ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଥିବା ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜନ୍ମଦିନକୁ ସମଗ୍ର ରାଜ୍ୟରେ ଯୁବ ସ୍ୱାଭିମାନ ଦିବସ ଭାବେ ପାଳନ କରାଯାଉଛି। ଏହି ଯୁବ ସ୍ୱାଭିମାନ ଦିବସ ଅବସରରେ ‘ସମ୍ବାଦ’ର ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମେତ ବ୍ରହ୍ମପୁର, ବାଲେଶ୍ୱର ଓ ସମ୍ବଲପୁର ‘ସମ୍ବାଦ’ କାର୍ଯ୍ୟାଳୟରେ ରକ୍ତଦାନ ଶିିବିର ଆୟୋଜନ କରାଯାଇଛିି। ‘ସମ୍ବାଦ’ର କର୍ମଚାରୀମାନଙ୍କ ସହିତ ସାଧାରଣ ଲୋକେ ଆସି ରକ୍ତଦାନ କରୁଛନ୍ତି। ଆଜି ପୂର୍ବାହ୍ଣରେ ଭୁବନେଶ୍ୱରର ସମ୍ବାଦ ଭବନରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ରକ୍ତଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

publive-image

ସେହିପରି ରାଜ୍ୟର ୩୦ଟି ଜିଲ୍ଲାରେ ଆଜି ରକ୍ତଦାନ ଶିବିର ଆୟୋଜନ କରାଯାଉଛି। ଏତଦବ୍ୟତୀତ ବିଭିନ୍ନ ବ୍ଲକ୍‌ରେ ମଧ୍ୟ ରକ୍ତଦାନ ଶିବିର ଆୟୋଜନ କରାଯାଉଛିି। ରାଜ୍ୟରେ ମୋଟ୍‌ ୭୦ଟି ରକ୍ତଦାନ ଶିବିରର ଆୟୋଜନ କରାଯାଇଛି। ସରକାରୀ ରକ୍ତଭଣ୍ଡାର ସହିତ ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରେଡ୍‌କ୍ରସ ରକ୍ତଭଣ୍ଡାରର କର୍ମଚାରୀ ଓ ଡାକ୍ତରମାନଙ୍କ ସହାୟତାରେ ଏହି ରକ୍ତଦାନ ଶିବିର ଆୟୋଜିତ ହେଉଛିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe