ଅନଲାଇନ୍‌ ଶିକ୍ଷା ବାହାରେ ୭୦ ପ୍ରତିଶତ ଛାତ୍ରଛାତ୍ରୀ

Advertisment
ମହାମାରୀ ସମୟରେ ମହଙ୍ଗା ହେଉଛି ଅନ୍‌ଲାଇନ ଶିକ୍ଷା, ବର୍ଦ୍ଧିତ ଡାଟା ଦରକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ-ଅଭିଭାବକ

IndiaTV News

ଯାଜପୁରସଦର : ଯାଜପୁର ପରି ଆଗୁଆ ଜିଲ୍ଲାରେ ଅନଲାଇନ ଶିକ୍ଷାଦାନ ବହୁ ପଛରେ ପଡ଼ିଛି। ମାତ୍ର ୩୦ ପ୍ରତିଶତ ପିଲାଙ୍କ ପାଖରେ ୟୁଟ୍ୟୁବ୍ ଅନ୍‌ଲାଇନ ଶିକ୍ଷାଦାନ ପହଞ୍ଚି ପାରିଥିବା ବେଳେ ୭୦ ପ୍ରତିଶତ ଏଥିରୁ ବଞ୍ଚିତ ଅଛନ୍ତି।

କରୋନାର ଦ୍ବିତୀୟ ଲହର ଯୋଗୁଁ ୨୦୨୧-୨୨ ଶିକ୍ଷାବର୍ଷର ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ଶିକ୍ଷାବର୍ଷର ୩ ମାସ ଗଡ଼ି ଯାଇଥିବା ବେଳେ ଜୁନ ୨୧ ତାରିଖରୁ ୟୁଟ୍ୟୁବ୍ ଜରିଆରେ ପାଠପଢ଼ା ଆରମ୍ଭ କରାଯାଇଛି। ସକାଳ ୯ଟାରୁ ସାଢ଼େ ୧୦ଟା ଯାଏ ପ୍ରାଥମିକ ଓ ୧୦ ଟା ୪୫ରୁ ଗୋଟାଏ ଯାଏ ହାଇସ୍କୁଲର ପାଠ ପଢ଼ା ଯାଉଛି। ଏବେ ‌ଏନେଇ ବ୍ଲକ ଶିକ୍ଷା ଅଧିକାରୀ ଓ ସିଆରସିସିଙ୍କ ଜରିଆରେ ପ୍ରତ୍ୟେକ ସ୍କୁଲ ଓ ଛାତ୍ରଛାତ୍ରୀମାନଙ୍କୁ ଲିଙ୍କ୍ ପଠାଯାଉଛି। ଏହା ସାହାଯ୍ୟରେ ଦୈନିକ ପାଠପଢ଼ା ହୋଇପାରିବ। ଯାଜପୁର ଜିଲ୍ଲାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩ଲକ୍ଷ ୨ହଜାରରୁ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି। ସେଥିରୁ ୭୦ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ପାଇ ପାରୁନାହାନ୍ତି। ମାତ୍ର ୩୦ ପ୍ରତିଶତ ଅର୍ଥାତ ୯୦ ହଜାର ପାଖାପାଖି ଏହି ସୁବିଧା ସହ ଯୋଡ଼ି ହୋଇପାରିଛନ୍ତି।

ନେଟୱାର୍କ ସମସ୍ୟା ତଥା ଅନେକ ସ୍ଥାନରେ ଗରିବ ଅନୁସୂଚିତ ଜାତି/ଜନଜାତି ପିଲାଙ୍କ ସଂଖ୍ୟା ଅଧିକ ରହୁଛି, ଯେଉଁମାନଙ୍କ ପାଖରେ ଇଲେକ୍ଟ୍ରୋନିକ୍ସ ଉପକରଣ ନାହିଁ। ଫଳରେ ୟୁଟ୍ୟୁବ୍ ପାଠପଢ଼ା ପ୍ରତିଶତ କମ୍ ରହିଥିବା ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଗତ ୩୦ ତାରିଖ ସୁଦ୍ଧା ବଡ଼ଚଣାରେ ୨୭ ପ୍ରତିଶତ, ବରୀରେ ୪୦, ବିଂଝାରପୁରରେ ୪୮, ଦାନଗଦୀରେ ୧୮, ଦଶରଥପୁରରେ ୩୧, ଧର୍ମଶାଳାରେ ୫୧, ଯାଜପୁରରେ ୨୬, କୋରେଇରେ ୨୭, ରସୁଲପୁରରେ ୧୫ ଓ ସୁକିନ୍ଦାରେ ୨୦ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ସହ ଯୋଡ଼ି ହୋଇଛନ୍ତି। ଏହାକୁ କିପରି ଅଧିକ ବଢ଼ା ଯାଇପାରିବ ସେ ଦିଗରେ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି। ଗୋଟିଏ ମୋବାଇଲକୁ ରଖି ଏକାଧିକ ପିଲାଙ୍କୁ ଯୋଡ଼ିବାକୁ ମଧ୍ୟ ଚେଷ୍ଟା କରାଯାଉଛି। କିପରି ଅଧିକ ପିଲା ଅନ୍ଲା‌ଇନ ଶିକ୍ଷାଦାନରେ ଯୋଡ଼ିହେବେ ସେନେଇ ଉଦ୍ୟମ କରାଯାଉଥିବା ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe