ବିଳମ୍ବିତ ରାତିରେ ଲାଗିଲା ନିଆଁ: ଗୁହାଳରେ ଜଳିଗଲେ ୭୦ମେଣ୍ଢା, ୩୦ ଆହତ

ଶତାଧିକ ମେଣ୍ଢା ଉଦ୍ଧାର

ବିଳମ୍ବିତ ରାତିରେ ଲାଗିଲା ନିଆଁ: ଗୁହାଳରେ ଜଳିଗଲେ ୭୦ମେଣ୍ଢା, ୩୦ ଆହତ

ପୁରୀ: ମେଣ୍ଢା ଗୁହାଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ୭୦ଟି ମେଣ୍ଢା ଜୀବନ୍ତ ଦଗ୍ଧ ହୋଇଛନ୍ତି। ଆହୁରି ୩୦ଟି ମେଣ୍ଢା ଆହତ ଅଛନ୍ତି।  ପ୍ରାୟ ୧୦୦ ମେଣ୍ଢାକୁ ଉଦ୍ଧାର କରାଯାଇପାରିଛି। ପୁରୀ ସଦର ବ୍ଲକ ତଳଜଙ୍ଗର ଡିହସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଅପ୍ରୀତିକର ଘଟଣା ଘଟିଛି। ‌

ସୂଚନା ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତି ପୁରୀ ସଦର ବ୍ଲକ ତଳଜଙ୍ଗର ଡିହସାହିରେ ଏକ ମେଣ୍ଢା ଫାର୍ମରେ ନିଆଁ ଲାଗିଥିଲା। ଏଥିରେ ପ୍ରାୟ ୭୦ଟି ମେଣ୍ଢା ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୩୦ଟି ମେଣ୍ଢା ଆହତ ହୋଇଛନ୍ତି। କିନ୍ତୁ ସ୍ଥାନୀୟ ଲୋକଙ୍କର ଉଦ୍ୟମ ଯୋଗୁଁ ୧୦୦ଟି ମେଣ୍ଢାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିଛି। ଏବେବି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସୂଚନା ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଅନୁସନ୍ଧାନ କରାଯାଉଛି।

ମେଣ୍ଢା ଗୁହାଳର ମାଲିକ କାଳୁ ନାୟକ କହିଛନ୍ତି ଗତକାଲି ବିଳମ୍ବିତ ରାତିରେ ମୋର ମେଣ୍ଢା ଫାର୍ମରେ ନିଆଁ ଲାଗିଥିଲା। ଫାର୍ମରେ କୌଣସି କାରଣରୁ ଭୟାନକ ଅଗ୍ନିକାଣ୍ଡ ଘଟିଥିଲା। ଏହା ଦ୍ବାରା ୭୦ ମେଣ୍ଢା ଆଖି ଆଗରେ ଜଳିଯାଇଥିଲେ। ୩୦ଟି ମେଣ୍ଢା ଆହତ ହୋଇଥିଲା ବେଳେ ଶତାଧିକ ମେଣ୍ଢାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe