ମଧ୍ୟାହ୍ନ ଭୋଜନ ଖାଇ ୭୦ ଛାତ୍ରଛାତ୍ରୀ ଅସୁସ୍ଥ

Advertisment
ମଧ୍ୟାହ୍ନ ଭୋଜନ ଖାଇ ୭୦ ଛାତ୍ରଛାତ୍ରୀ ଅସୁସ୍ଥ

କାମାକ୍ଷାନଗର : ‌କାମାକ୍ଷାନଗର ବ୍ଲକ୍ ସୋଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ଶୁକ୍ରବାର ଦିନ ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ କାମାକ୍ଷାନଗର ବ୍ଲକ୍‌ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ଅସୁସ୍ଥ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗ୍ରାମରେ ଡାକ୍ତରୀ ଦଳ ପହଞ୍ଚି ଚିକିତ୍ସା ଜାରି ରଖିଛନ୍ତି।

ସୂଚନା ଅନୁସାରେ, ଶୁକ୍ରବାର ଦିନ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ କରିଥିଲେ। ସୋଗର ଗ୍ରାମର ମହିମା ମା ହରଗୌରୀ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ବାରା ମଧ୍ୟାହ୍ନ ଭୋଜନ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା। ଖାଇବା ପରେ ଅପରାହ୍ନ ପ୍ରାୟ ୩ଟା ବେଳେ ଛାତ୍ରଛାତ୍ରୀଙ୍କ ମୁଣ୍ଡ ବୁଳାଇବା ସହ କିଛି ଛାତ୍ରଛାତ୍ରୀ ବାନ୍ତି କରିଥିଲେ। ୭୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ସେମାନଙ୍କୁ ଆମ୍ବୁଲାନ୍‌ସରେ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe