କେୟାର ହସ୍ପିଟାଲ ଡାକ୍ତରଙ୍କ ସଫଳତା : ୭୦ବର୍ଷର ବ୍ୟକ୍ତିଙ୍କ କରୋନାରି ଆର୍ଟେରି ଅସ୍ତ୍ରୋପଚାର

Advertisment
କେୟାର ହସ୍ପିଟାଲ ଡାକ୍ତରଙ୍କ ସଫଳତା : ୭୦ବର୍ଷର ବ୍ୟକ୍ତିଙ୍କ କରୋନାରି ଆର୍ଟେରି ଅସ୍ତ୍ରୋପଚାର

Odisha Bytes

ଭୁବନେଶ୍ବର : କେୟାର ହସ୍ପିଟାଲରେ ଜଣେ ୭୦ବର୍ଷୀୟ ରୋଗୀଙ୍କ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ବ୍ୟକ୍ତି ଜଣକ କରୋନାରି ଆର୍ଟେରି ଓ କାରୋଟିଡ୍‌ ଏଣ୍ଡରେକ୍ଟୋମିରେ ଅଟକୁଥିବା ରକ୍ତ ପ୍ରବାହାକୁ ସ୍ବାଭାବିକ କରିବା ଲାଗି କରୋନାରି ଆର୍ଟେରି ବାଇପାସ୍ ଭଳି ଅସ୍ତ୍ରୋପଚାର କରାଯାଇଛି। ଡା.ଶୁଭକାନ୍ତ ବିଶ୍ବାଳଙ୍କ ନେତୃତ୍ବରେ କାର୍ଡିଓଥେରାସିସ୍ ସର୍ଜନମାନଙ୍କ ଏକ ସ୍ବତନ୍ତ୍ର ଟିମ୍ ଅସ୍ତ୍ରୋପଚାରକୁ ଏକ ସଫଳ ରୂପ ଦେଇଛନ୍ତି।

ଝୁଲିଆ ସାମଲଙ୍କ ବାମ ‌କରୋନାରି ଆର୍ଟେରି ରୋଗ ସହିତ ୯୦ ପ୍ରତିଶ ଷ୍ଟେନୋସିସ୍ ସହି ଟ୍ରିପଲ ଭେସେନ୍ ରୋଗ ରହିଥିଲା। କାରୋଟିଡ୍‌ ‌ଡପଲର ଇମେଜ ‌ପରୀକ୍ଷାରେ ତାଙ୍କ ବାମ ପାର୍ଶ୍ବ କାରୋଟିଡ ଆର୍ଟେରିରେ ସମସ୍ୟା ରହିଥିଲା। ଡାହାଣ ପାର୍ଶ୍ବରେ ୮୦ ପ୍ରତିଶତ ଷ୍ଟେନୋସିସ୍ ରହିଥିଲା। ତେଣୁ ଡାକ୍ତର ତାଙ୍କର ତୁରନ୍ତ ଅସ୍ତ୍ରୋପଚାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଡା. ବିଶ୍ବାଳ କହିଛନ୍ତି, ରୋଗୀଙ୍କ ରକ୍ତ ପ୍ରବାହ ହ୍ରାସ ସହିତ ସ୍ଥିତିରେ ଦ୍ରୁତ ଅବନତି ହେଉଥିବା କାରଣରୁ ଅସ୍ତ୍ରୋପଚାର କରାଯାଇଥିଲା। ଡବଲ କରୋନାରି ଆର୍ଟେରି ବାଇପାସ୍ ଓ ଏକକାଳନୀ କାରୋଟିଡ୍ ଆର୍ଟେରି ଓ ଆର୍ଟେକ୍ଟୋମି କରାଯାଇଥିଲା। ଯାହାକି ସଫଳ ହୋଇଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe