ଜୀବିକା ହରାଇଛନ୍ତି ବେଳାଭୂମି ଫଟୋଗ୍ରାଫର, ୭୦୦ ପରିବାର ବିପନ୍ନ

Advertisment
ଜୀବିକା ହରାଇଛନ୍ତି ବେଳାଭୂମି ଫଟୋଗ୍ରାଫର, ୭୦୦ ପରିବାର ବିପନ୍ନ

ପୁରୀ: କ‌ରୋନା କଟକଣା ଯୋଗୁଁ ପୁରୀ ସମୁଦ୍ର ବେଳାଭୂମିରେ ଫଟୋ ଉଠାଇ ଜୀବିକା ନିର୍ବାହ କରୁଥିବା ପ୍ରାୟ ୭୦୦ରୁ ଅଧିକ ଫଟୋଗ୍ରାଫର ସେମାନଙ୍କ ଜୀବିକା ହରାଇଛନ୍ତି। ଗତ ୨୦ ତ‌ାରିଖରୁ ପୁରୀ ଲକଡାଉନ ହେବାପରେ ଏପ୍ରକାର ସ୍ଥିତି ଉପୁଜିଛି। ପୁରୀ ବେଳାଭୂମି ଖାଁ ଖାଁ ରହିଛି। ପର୍ଯ୍ୟଟକ ଆସୁନଥିବା‌ରୁ ବେଳାଭୂମିରେ ଫଟୋ ଉଠାଉଥିବା ଓ ଫଟୋ ପ୍ରିଣ୍ଟ୍ କରୁଥିବା ଦୋକାନୀ ମଧ୍ୟ ସେମାନଙ୍କ ଜୀବିକା ହରାଇଛନ୍ତି। ପ୍ରତିଦିନ ପୁରୀ ବେଳାଭୂମିରେ ପ୍ରାୟ ୭୦୦ରୁ ଅଧିକ ଫଟୋଗ୍ରାଫର ଓ ସେମାନଙ୍କ ପରିବାରର ଜୀବନଜୀବିକା ବିପନ୍ନ ହୋଇଛି। ପୁରୀ ବେଳାଭୂମିର ପଞ୍ଜୀକୃତ ଉଠା ଦୋକାନୀଙ୍କୁ ସରକାର ମାସକୁ ୩ ହଜାର ‌ଟଙ୍କା ଲେଖାଏଁ ଦେବେ ବୋଲି ଘୋଷଣା କରିଥିବାବେଳେ ସରକାର ଏହି ହଜାର ପରିବାର କଥା ଚିନ୍ତା କରିନାହାନ୍ତି। ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଫଟୋ ଉଠାଇ ପରିବାର ଚଳାଉଥିବା ଫଟୋ ଗ୍ରାଫରମାନେ ସଙ୍କଟରେ ରହିଛନ୍ତି। ଗତ ବର୍ଷକ ମଧ୍ୟରେ ଫଟୋଗ୍ରାଫରମାନେ ଦୁଇଟି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ମାତ୍ର ପୁରୀ ବେଳାଭୂମି ଉପରେ ନିର୍ଭର କରୁଥିବା ବେଳାଭୂମି ଫଟୋଗ୍ରାଫର ପାଇଁ ପ୍ରଶାସନ କୌଣସି ବ୍ୟବସ୍ଥା କରାଯାଇନାହିଁ।

ଫନି ସମୟରେ ମେ ମାସରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ମଧ୍ୟ ପୁରୀକୁ ପର୍ଯ୍ୟଟକ ଆସିନଥିବାରୁ ସେମାନେ ହାତ ବାନ୍ଧି ବସିଥିଲେ। ସେତେବେଳେ ସେମାନଙ୍କୁ ସେଭଳି କିଛି ସ୍ବତନ୍ତ୍ର ସହାୟତା ଦିଆଯାଇନଥିଲ‌ା। ଏବେ କରୋନା କ‌‌ଟକଣା ସମୟରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ସେମାନଙ୍କୁ ପ୍ରଶାସନ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe