୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ଋଷଭ ସେଟ୍ଟୀ ଶ୍ରେଷ୍ଠ ଅଭିନେତା, ‘ଆଟ୍ଟମ’ ଶ୍ରେଷ୍ଠ ଫିଚର୍‌ ଫିଲ୍ମ

Advertisment

‘ଦମନ’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର

‘ଦମନ’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର

୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ଋଷଭ ସେଟ୍ଟୀ ଶ୍ରେଷ୍ଠ ଅଭିନେତା, ‘ଆଟ୍ଟମ’ ଶ୍ରେଷ୍ଠ ଫିଚର୍‌ ଫିଲ୍ମ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ନ୍ୟାସନାଲ ମିଡିଆ ସେଣ୍ଟରରେ ଶୁକ୍ରବାର ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଋଷଭ ସେଟ୍ଟୀ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଥିବା ବେଳେ ମାଲୟାଲାମ ଭାଷାର ଡ୍ରାମା ଆଟ୍ଟମକୁ ଶ୍ରେଷ୍ଠ ଫିଚର ଫିଲ୍ମର ମାନ୍ୟତା ମିଳିଛି। ଶ୍ରେଷ୍ଠ ଅଭିନେତ୍ରୀର ସମ୍ମାନ ମିଳିଛି ନିତ୍ୟା ମେନନ ଓ ମାନସୀ ପାରେଖଙ୍କୁ ଯୁଗ୍ମ ଭାବରେ। ୨୦୨୨ରେ ପ୍ରମାଣିତ ଫିଚର ଓ ନନ୍ ଫିଚର ଫିଲ୍ମ ଏହି ପ୍ରତିଦ୍ୱନ୍ଦ୍ୱିତା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଚଳିତ ବର୍ଷର ଜୁରିରେ ଫିଚର ଫିଲ୍ମ ଜୁରି ଅଧ୍ୟକ୍ଷ ରାହୁଲ ରାଵାଇଲ, ନନ୍ ଫିଚର ଫିଲ୍ମ ଜୁରିର ଅଧ୍ୟକ୍ଷ ନୀଳମାଧବ ପଣ୍ଡା ଓ ସିନେମା ଜୁରି ଉପରେ ଶ୍ରେଷ୍ଠ ଲେଖାର ଅଧ୍ୟକ୍ଷ ଗଙ୍ଗାଧର ମୁଦଲେୟାର ଅଛନ୍ତି।

‘ୟାନ୍’ ପାଇଁ ଶ୍ରେଷ୍ଠ ସାଉଣ୍ଡ୍‌ ଡିଜାଇନର୍‌ ଭାବେ ପୁରସ୍କୃତ ହେବେ ଓଡ଼ିଆ ପୁଅ ମାନସ ଚୌଧୁରୀ

ନୂଆଦିଲ୍ଲୀ/ଭୁବନେଶ୍ବର: ଫିଚର ଫିଲ୍ମ ବର୍ଗରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’ ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଛି। ଦିଲ୍ଲୀର ନ୍ୟାସନାଲ ମିଡିଆ ସେଣ୍ଟରରେ ଆଜି ଅନ୍ୟ ବର୍ଗର ବିଜେତାମାନଙ୍କ ସହିତ ମାଓବାଦୀ ଅଧ୍ୟୁଷିତ ଉପାନ୍ତ ମାଲକାନଗିରି ଜିଲ୍ଲାରେ ମ୍ୟାଲେରିଆ ବିରୋଧରେ ଜଣେ ଡାକ୍ତରଙ୍କର ଲଢ଼େଇର ଚିତ୍ରଥିବା ‘ଦମନ’ର ନାଁ ଘୋଷିତ ହୋଇଛି। ଏହି ଫିଲ୍ମରେ ବାବୁଶାନ ମହାନ୍ତି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଜାତୀୟ ପୁରସ୍କାର ଘୋଷଣାର ଅନେକ ପୂର୍ବରୁ ଫିଲ୍ମଟି ରିଲିଜ୍ ହେବାପରେ ଜାତୀୟ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚିତ ହୋଇଥିଲା। ହିନ୍ଦୀ ସମେତ ଅନ୍ୟ କିଛି ଭାରତୀୟ ଭାଷାରେ ଏହାକୁ ଡବ୍‌ ମଧ୍ୟ କରାଯାଇଥିଲା। ଜେପି ମୋସନ ପିକ୍‌ଚର୍ସର ଦ୍ବାରା ପ୍ରୟୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବିଶାଳ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା। ’ଦମନ’କୁ ଜାତୀୟ ପୁରସ୍କାର ବାବଦରେ ରଜତ କମଳ ଓ ୨ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ। ଜାତୀୟ ପୁରସ୍କାରର ଖବର ଆସିବାପରେ ବାବୁଶାନ କହିଛନ୍ତି, ‘‘ଦମନ’ ଓଡ଼ିଆ ଫିଲ୍ମର ଚିରାଚରିତ କାହାଣୀର ଧାରାକୁ ବଦଳାଇ ଦେଇଛି।’’

ଉଲ୍ଲେଖନୀୟ ଯେ ଫିଲ୍ମ ସମାଲୋଚକଙ୍କ ଦ୍ବାରା ପ୍ରଶଂସିତ ହେବା ସହିତ ‘ଦମନ’ ବ୍ୟାବସାୟିକ ସଫଳତା ମଧ୍ୟ ହାସଲ କରିବାରେ ସଫଳ ହୋଇଥିଲା, ଯାହା କ୍ବଚିତ୍‌ ଫିଲ୍ମର ଭାଗ୍ୟରେ ଥାଏ। ତେବେ ଫିଲ୍ମର କାହାଣୀ କେନ୍ଦ୍ର‌ରେ ମ୍ୟାଲେରିଆ ଏବଂ ତା’ ବିରୋଧରେ ଜଣେ ଡାକ୍ତରଙ୍କ ଲଢ଼େଇର ଚିତ୍ର ଥିବାସହିତ ସଫଳ ବ୍ୟାବସାୟିକ ଫିଲ୍ମର ମସଲା ବୋଲି ଯାହାକୁ କୁହାଯାଏ, ତାହା ନଥିବାରୁ ପ୍ରଥମେ ଏହାକୁ ରିଲିଜ୍ କରିବାଲାଗି ସିନେମା ହଲ୍‌ ମାଲିକମାନେ ରାଜି ହେଉନଥିଲେ। ବହୁକଷ୍ଟରେ ‌ସେମାନଙ୍କୁ ରାଜି କରାଯାଇଥିଲା। ତେବେ ପରେ ଏହା ହିନ୍ଦୀରେ ଜାତୀୟସ୍ତରରେ ମଧ୍ୟ ରିଲିଜ୍‌ ହୋଇଥିଲା। ରାଜ୍ୟ ସରକାର ଏହାକୁ କରମୁକ୍ତ ଘୋଷଣା କରିଥିଲେ। କେବଳ ସେତିକି ନୁହେଁ, ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ମନ୍ତ୍ରୀ ଓ ଅଧିକାରୀ ତଥା କର୍ମଚାରୀମାନେ ଏହାକୁ ଦେଖିଥିଲେ। ଜାତୀୟସ୍ତରର ଅନେକ ଫିଲ୍ମହସ୍ତୀ ଏହାକୁ ପ୍ରଶଂସା କରିଥିଲେ।ବିଜେତା ତାଲିକାରେ ଆଉଜଣେ ଓଡ଼ିଆ: ସାଉଣ୍ଡ୍‌ ଡିଜାଇନର୍‌ ମାନସ ଚୌଧୁରୀଏଥର ଅଣଫିଚର ଫିଲ୍ମ ବର୍ଗରେ କୌଣସି ଓଡ଼ିଆ ଫିଲ୍ମ, ସର୍ଟ ଫିଲ୍ମ କିମ୍ବା ପ୍ରାମାଣିକ ଫିଲ୍ମକୁ ପୁରସ୍କାର ପାଇଁ ମନୋନୀତ ହୋଇନାହିଁ। ତେବେ ହିନ୍ଦୀଭାଷାର ଅଣଫିଚର ଫିଲ୍ମ ‘ୟାନ’ (ଯାନ) ପାଇଁ ଶ୍ରେଷ୍ଠ ସାଉଣ୍ଡ୍‌ ଡିଜାଇନ୍‌ର୍‌ ଭାବେ ଓଡ଼ିଆ ପୁଅ ସାଉଣ୍ଡ୍‌ ଡିଜାଇନର୍‌ ମାନସ ଚୌଧୁରୀ ମନୋନୀତ ହୋଇଛନ୍ତି। ପୁରସ୍କାର ବାବଦରେ ଶ୍ରୀ ଚୌଧୁରୀଙ୍କୁ ରଜତ କମଳ ଓ ୨ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ଅଣଫିଚର୍‌ ବର୍ଗରେ ଗୋଟିଏ ହେଲେ ଓଡ଼ିଆ ଫିଲ୍ମ ଦାଖଲ ହୋଇନଥିଲା ଏଥର ଅଣଫିଚର ଚଳଚ୍ଚିତ୍ର କିମ୍ବା ପ୍ରାମାଣିକ ଚଳଚ୍ଚିତ୍ର ବର୍ଗରେ କୌଣସି ଓଡ଼ିଆ ଫିଲ୍ମର ନାଁ ଘୋଷଣା କରାନଯିବା ପ୍ରସଙ୍ଗରେ ପ୍ରଶ୍ନ କରାଯିବାରୁ ଅଣଫିଚର ଏହି ବର୍ଗର ଜୁରି ଅଧ୍ୟକ୍ଷ ତଥା ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶକ ନୀଳମାଧବ ପଣ୍ଡା କହିଛନ୍ତି, ‘‘ଏଥର ଅଣଫିଚର ବର୍ଗରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମନୋନୟନ ପାଇଁ ବିଭିନ୍ନ ଭାଷାର ମୋଟ୍‌ ୧୨୮ଟି ଫିଲ୍ମ ଆସିଥିଲା। କିନ୍ତୁ ତା’ ଭିତରେ ଗୋଟିଏହେଲେ ଓଡ଼ିଆ ଫିଲ୍ମ ନଥିଲା।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe